ଆନ୍ତର୍ଜାତିକ ଓଡ଼ିଶୀ ନୃତ୍ୟ ମହୋତ୍ସବର ଦ୍ଵିତୀୟ ଦିବସ

0

ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିବା ନୃତ୍ୟ ଶିଳ୍ପୀମାନଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର: ଆନ୍ତର୍ଜାତିକ ଓଡ଼ିଶୀ ନୃତ୍ୟ ମହୋତ୍ସବର ଦ୍ଵିତୀୟ ଦିବସ ପୂର୍ବାହ୍ନ କାର୍ଯ୍ୟକ୍ରମରେ ଅତିଥି ଭାବେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଉପ ନିର୍ଦ୍ଦେଶକ ଶ୍ରୀମତୀ ଶୁଚିସ୍ମିତା ମନ୍ତ୍ରୀ, ଓଡ଼ିଶୀ ନୃତ୍ୟଗୁରୁ ଶ୍ରୀମତୀ ମୁକ୍ତିଲତା ପାଲ୍ ଏବଂ ଗୁରୁ ଶ୍ରୀମତୀ କସ୍ତୁରୀ ପଟ୍ଟନାୟକ, ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର ପ୍ରଶାସନିକ ଅଧିକାରୀ ଅନୂଜା ମିଶ୍ର,ସଂସ୍କୃତି ବିଭାଗ ଅନୁ ସଚିବ ଶ୍ରୀ ଲକ୍ଷ୍ମୀଧର ବେହେରା ପ୍ରମୁଖ ଉପସ୍ଥିତ ଥିଲେ l ପ୍ରଥମ ଅଧିବେଶନରେ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିବା ନୃତ୍ୟ ଶିଳ୍ପୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l ବିଶ୍ୱଜିତ ବଳିୟାରସିଂହ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ଓଡ଼ିଶୀ ଗବେଷଣା କେନ୍ଦ୍ରର ବରେଣ୍ୟ ଗୁରୁବୃନ୍ଦ ଉପସ୍ଥିତ ରହି ପରିଚାଳନା କରିଥିଲେ l

Leave A Reply

Your email address will not be published.