ଭୁବନେଶ୍ୱର,: ଡିସେମ୍ବର ୨୯ରୁ ଜାନୁଆରୀ ୧ ତାରିଖ ପର୍ଯ୍ୟନ୍ତ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଷ୍ଟାଡିୟମ୍ରେ ୨୭ ତମ ସିନିୟର୍ ଆଇଏକେଓ ଜାତୀୟ କିକ୍ବକ୍ସିଂ ଚାମ୍ପିଅନ୍ସିପ୍ ଆୟୋଜିତ ହେବ । ଏହି ଚାମ୍ପିଅନ୍ସିପ୍ରେ ଦେଶର ୧୫ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳରୁ ୫୦୦ ରୁ ଅଧିକ ପ୍ରତିଯୋଗୀ ଭାଗ ନେବାର କାର୍ଯ୍ୟକ୍ରମ ରହିଛି ।
ବିଭିନ୍ନ କ୍ୟାଟେଗୋରୀରେ ଏହି ପ୍ରତିଯୋଗିତା ଆୟୋଜନ ହେବାକୁ ଥିବା ବେଳେ ଉଭୟ ପୁରୁଷ ଏବଂ ମହିଳା କ୍ୟାଟେଗୋରୀରେ ସମାନ୍ତରାଳ ଭାବେ ୨୬ ତମ ସବ୍ ଜୁନିୟର୍ ଓ ୨୬ ତମ ଜୁନିୟର ଚାମ୍ପିଅନ୍ସିପ୍ ମଧ୍ୟ ଆୟୋଜିତ ହେବ ।
ବର୍ଷକ ତଳେ ରାଜସ୍ଥାନର ଯୋଧପୁରରେ ଆୟୋଜିତ ଜାତୀୟ କିକ୍ବକ୍ସିଂ ଚାମ୍ପିଅନ୍ସିପ୍ରେ ଓଡ଼ିଶା ଟିମ୍ ରନର ଅପ୍ ଟାଇଟଲ୍ ହାସଲ କରିଥିଲା । ଇଣ୍ଡିଆନ୍ ଆସୋସିଏସନ୍ ଅଫ୍ କିକ୍ବକ୍ସିଂ ଅର୍ଗାନାଇଜେସନ୍ସ (ଆଇଏକେଓ) ର ସଦସ୍ୟ ଥିବା ଅଲ୍ ଓଡ଼ିଶା କିକ୍ବକ୍ସିଂ ଆସୋସିଏସନ୍ (ଏଓକେଏ) ଏହି ପ୍ରତିଯୋଗିତା ଆୟୋଜନ କରୁଛି ।
ଭୁବନେଶ୍ୱରରେ ହେଡ୍ କ୍ୱାର୍ଟର ଥିବା ଆଇଏକେଓ ୧୯୯୩ରେ ସ୍କୁଲ୍ ଏବଂ ବିଶ୍ୱବିଦ୍ୟାଳୟ ସ୍ତରରେ କିକ୍ବକ୍ସିଂକୁ ଆରମ୍ଭ କରିଥିବା ବେଳେ ଭାରତୀୟ କିକ୍ବକ୍ସରମାନେ ୨୦୦୭ ପର ଠାରୁ ଏସିଆନ୍ ଇଣ୍ଡୋର ଗେମ୍ସ୍ ଏବଂ ଏସିଆନ୍ ଇଣ୍ଡୋର ମାର୍ଶିଆଲ୍ ଆର୍ଟ୍ ଗେମ୍ସରେ ପଦକ ହାସଲ କରିଛନ୍ତି ବୋଲି ଏଓକେଏର ସାଧାରଣ ସମ୍ପାଦକ ତଥା ଏହି ଚାମ୍ପିଅନ୍ସିପ୍ର କାର୍ଯ୍ୟକାରୀ ସମ୍ପାଦକ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି ।
Sign in
Sign in
Recover your password.
A password will be e-mailed to you.