ପ୍ରତିଷ୍ଠା ଦିବସରେ ଏମିତି କହିଲେ ଯେ, ସମସ୍ତଙ୍କୁ ବଳିଗଲେ ସୌମ୍ୟରଂଜନ

0

ଭୁବନେଶ୍ୱର : ଅଯଥାରେ ସୌମ୍ୟ ବାବୁଙ୍କୁ କିଛି ବିଜେଡି ନେତା ଭୁଲ ବୁଝନ୍ତି । ସେ ସୁବିଧାଵାଦୀ ବା ଏକଘରିଆ ବୋଲି କହନ୍ତି । ହେଲେ 25 ବର୍ଷ ପୂର୍ତ୍ତି ଅବସରରେ ପୁରୀରେ ଅନୁଷ୍ଠିତ ସମାବେଶରେ ଯେଉଁ ଭାଷଣ ରଖିଲେ , ତାକୁ ଶୁଣିଲା ପରେ ଲାଗିଲା ଯେ ସେ ନବୀନ ବାବୁଙ୍କ ବଡ ଗୁଣମୁଗ୍ଧ ପ୍ରଶଂସକ । ସମ୍ପୂର୍ଣ୍ଣ ଭାଷଣ ନବୀନ ବାବୁଙ୍କ ସଫଳତା, ଦକ୍ଷତାର ବଖାଣ ଥିଲା | ସୌମ୍ୟବାବୁ କହିଲେ ଯେ, ବିଜେଡି କ୍ଷମତାକୁ ଆସିଲା ବେଳେ ଓଡ଼ିଶାରେ ପିଲାବିକ୍ରି ହେଉଥିଲା । ଦାରିଦ୍ର୍ୟ ଉତ୍କଟ ଥିଲା । ବନ୍ୟବାତ୍ୟା ଓଡ଼ିଶାର ଚିର ସହଚର ଥିଲା । ଆର୍ଥିକ ସ୍ଥିତି ଦୁର୍ବଳ ଥିଲା । ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଳିଷ୍ଠ ନେତୃତ୍ୱରେ ଆଜି ସେ ସ୍ଥିତି ନାହିଁ । ଦାରିଦ୍ୟ ସୀମାରେଖା ବହୁତ ତଳକୁ ଖସିଛି । ବାତ୍ୟା ବନ୍ୟା ପରିଚାଳନାରେ ସଫଳ ହେଇଚୁ ।ଆର୍ଥିକ ସ୍ଥିତିରେ ଉନ୍ନତି ଘଟିଛି । ଓଡ଼ିଶାର ବହୁବିଧ ବିକାଶ ଘଟିଛି । । ଓଡିଶା କେମିତି 1 ନମ୍ବର ହେଇପାରିବ ସେଥିପାଇଁ ଉଦ୍ୟମ ଚାଲିଛି | ଓଡିଶା ସାରା ଦେଶକୁ ଓ ବିଶ୍ୱକୁ ବାର୍ତ୍ତା ଦେଲା ଯେ ଓଡିଶା ଭଳି ଗୋଟିଏ ଛୋଟିଆ ରାଜ୍ୟ ଦୁଇଦୁଇ ଥର ବିଶ୍ୱକପ ଆୟୋଜନ କରିପାରେ ବୋଲି କହିଥିଲେ ଶ୍ରୀ ପଟ୍ଟନାୟକ ।
କେବଳ ସେତିକି ନୁହେଁ, କହୁକହୁ ସୌମ୍ୟବାବୁ ଆହୁରି ଏକ ଗୁରୁତ୍ୱପୂର୍ଣ୍ଣ କଥା କହିଲେ । ସେ କହିଲେ ” ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱଗୁରୁ ହେବାକୁ ଉଦ୍ୟମ କରୁଛନ୍ତି । ହେଲେ ବିଶ୍ୱଗୁରୁ ହେବାର ଗୁରୁମନ୍ତ୍ର ତାଙ୍କୁ ଭାରତରେ ଆଉ କେଉଁଠି ମିଳିବ ନାହିଁ । ପ୍ରଧାନମନ୍ତ୍ରୀଙ୍କୁ ବିଶ୍ୱଗୁରୁ ହେବାର ମନ୍ତ୍ର କେବଳ ଓଡିଶାରୁ ମିଳିପାରିବ । “
ବୋଧହୁଏ ପ୍ରତିଷ୍ଠା ଦିବସ ଅବସରରେ ଯେତେ ଜଣ ଭାଷଣ ଦେଲେ ବା ମୁଖ୍ୟମନ୍ତ୍ରୀଙ୍କ ପ୍ରସିଦ୍ଧି ଓ ସଫଳତାର ଗୁଣଗାନ କଲେ, ସୌମ୍ୟବାବୁଙ୍କ ଭାଷଣ ସମସ୍ତଙ୍କୁ ଟପିଯାଇଥିଲା ।

Leave A Reply

Your email address will not be published.