ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ୟୁ ଟେକ୍ କମ୍ପ୍ୟୁଟର ଶିକ୍ଷା କେନ୍ଦ୍ର ଠାରେ ଗ୍ରାହକ ପଞ୍ଚାୟତ , ଗଜପତି ତରଫରୁ ଜାତୀୟ ଖାଉଟି ଦିବସ ପାଳିତ ହୋଇଯାଇଛି। ଉକ୍ତ ସଚେତନ ସଭାରେ ଏକ ଶହରୁ ଅଧିକ ସଚେତନ ଗ୍ରାହକ ଭାଗ ନେଇଥିଲେ।
ଉକ୍ତ ସଭାରେ ଗ୍ରାହକ ପଞ୍ଚାୟତର ସଭାପତି ହରି ମୋହନ ପଟ୍ଟନାୟକଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ଏଲ.ଆଇ.ସି ର ଶାଖା ପରିଚାଳକ ଦୀପ ନାରାୟଣ ମିତ୍ର , ମୁଖ୍ୟବକ୍ତା ଭାବେ ଡ଼ ଭୁବନେଶ୍ୱର ପଟ୍ଟନାୟକ ଯୋଗଦେଇ ଥିବା ବେଳେ ଗ୍ରାହକ ପଞ୍ଚାୟତର ସମ୍ପାଦକ ଡ. ମଧୁସୂଦନ ନାୟକ , ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ।
ସଙ୍ଘଠନର ସମ୍ପାଦକ ବିଘ୍ନରାଜ ପଣ୍ଡା ଉକ୍ତ ସଭାରେ ବ୍ୟାଙ୍କିଙ୍ଗ ଲୋକପାଳ , ବୀମା ଲୋକ ପାଳଙ୍କ କାର୍ଯ୍ୟ ଉପରେ ସମୀକ୍ଷା କରାଯାଇଥିଲା।
ଏହା ସହ ବୀମା ସପ୍ତାହ, ସାମୁହିକ ବୀମା ଇତ୍ୟାଦି ଉପରେ ଆଲୋକପାତ କରାଯାଇଥିଲା। ଏହା ସହ ଏଲ ଆଇ ସି ଓ ଏସ ବି ଆଇ ଦ୍ୱାରା ଚାଳିତ ସାମୁହିକ ବୀମାର ବ୍ୟବସ୍ଥା ଉପରେ ଆଲୋଚନା କରାଯାଇଥିଲା। ଏତଦ ବ୍ୟତୀତ ଫୋନ ମାଧ୍ୟମରେ ଗ୍ରାହକ ମାନଙ୍କୁ ଏ.ଟି.ଏମ୍ ଓ ଗ୍ୟାସ ସମ୍ବନ୍ଧିୟ ଲୋକଙ୍କୁ ହଇରାଣ ହରକତ ବିଷୟ ନେଇ ଆଲୋକପାତ କରାଗଲା।
ଉକ୍ତ କାର୍ଯ୍ୟକ୍ରମକୁ ରାମ ଚନ୍ଦ୍ର ଦାସ , ଲୋକ ନାଥ ମିଶ୍ର , ଜୟ କୃଷ୍ଣ ପଟ୍ଟନାୟକ ପରିଚାଳନା କରିଥିଲେ। ଶେଷରେ ଗ୍ରାହକ ପଞ୍ଚାୟତର ସଦସ୍ୟ ଉପସ୍ଥିତ ସମସ୍ତଙ୍କୁ ପ୍ରସାଦ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।
ଉକ୍ତ ସଚେତନ ସଭାରେ ଏକ ଶହରୁ ଅଧିକ ସଚେତନ ଗ୍ରାହକ ଭାଗ ନେଇଥିଲେ।
Sign in
Sign in
Recover your password.
A password will be e-mailed to you.