ଭୁବନେଶ୍ୱର– ଶାସ୍ତ୍ରୀନଗର ଅଞ୍ଚଳର ଧର୍ମପରାୟଣ ମହିଳା ପ୍ରମିଳା କୁମାରୀ ଦାସଙ୍କ ଆଜି ବିଳମ୍ବିତ ରାତିରେ ଅକାଳ ବିୟୋଗ ଘଟିଛି।ମୃତ୍ୟୁ ବେଳକୁ ସ୍ବର୍ଗତଃ ପ୍ରମିଳା ଦେବୀଙ୍କ ବୟସ ୮୮ ବୟସ ହୋଇଥିଲା।ସ୍ବର୍ଗତଃ ପ୍ରମିଳା ଦେବୀ ଜଣେ ବନ୍ଧୁବତ୍ସଳ,ସ୍ନେହୀ,ପରୋପକାରୀ ଧର୍ମପରାୟଣ ମହିଳା ଭାବେ ପରିଚିତ ଥିଲେ।ସେତେବେଳେର ଆଠଗଡ଼ ରାଜାଙ୍କ ଡାକ୍ତର ପିତାମ୍ବର ଜଗତିଙ୍କ ତୃତୀୟ କନ୍ୟାଥିଲେ ସ୍ବର୍ଗତଃ ପ୍ରମିଳା ଦେବୀ।ତାଙ୍କ ବିୟୋଗ ଖବର ପାଇଁ ବହୁ ସାମ୍ବାଦିକ, ଶାସ୍ତ୍ରୀନଗର ଉର୍ଣ୍ଣୟନ ପରିଷଦ, ବରିଷ୍ଠ ନାଗରିକ ମଞ୍ଚର କର୍ମକର୍ତ୍ତା,ଅର୍ଧନାରୀଶ୍ୱର ମନ୍ଦିର ଟ୍ରଷ୍ଟର କର୍ମକର୍ତ୍ତା ଏବଂ ଶାସ୍ତ୍ରୀନଗର ଯୁବକ ସଂଘର କର୍ମକର୍ତ୍ତାମାନେ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ଏବଂ ଅମର ଆତ୍ମାର ସଦଗତି କାମନା କରି ଶୋକସନ୍ତପ୍ତ ପରିବାରଙ୍କୁ ଗଭୀର ସମବେଦନା ଜ୍ଞାପନ କରିଥିଲେ।ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ପୁତ୍ର ଟାଇମ୍ସ ଅଫ ଇଣ୍ଡିଆ ର ବରିଷ୍ଠ ସାମ୍ବାଦିକ ସଂଜୀବ ଦାସ,ପୁତ୍ରବଧୁ ସାମ୍ବାଦିକା ମିନତୀ ସିଂ,ନାତି ନାତୁଣୀ ଓ ବନ୍ଧୁ ପରିବାରବର୍ଗ ଉପସ୍ଥିତ ଥିଲେ। । ପ୍ରମିଳା ଦେବୀଙ୍କ ଶେଷକୃତ୍ୟ ପୁରୀ ସ୍ୱର୍ଗଦ୍ୱାର ଠାରେ ସମ୍ପନ୍ନ ହୋଇଥିବା ବେଳେ ମଝିଆ ପୁତ୍ର ଏସ.ଏସ.ଇ.ପି.ଡ଼ି ପୂର୍ବତନ ନିର୍ଦେଶକ ରାଜୀବ ଲୋଚନ ଦାଶ ମୁଖାଗ୍ନି ଦେଇଥିଲେ।
Sign in
Sign in
Recover your password.
A password will be e-mailed to you.