ନବରଙ୍ଗପୁର/ଅଶୋକ ସାହୁ : ସ୍ଥାନୀୟ ଶାସ୍ତ୍ରୀ ଭବନ ଠାରେ ଓଡିଶା ରାଜସ୍ଵ ଅମଲା ସଂଘ ଦ୍ଵାରା ପ୍ରାୟୋଜିତ ଏକ ଭିନ୍ନ ସ୍ବାଦର ନାଟକ ଜାରଜ ମଞ୍ଚସ୍ତ ହୋଇଥିଲା। ଏହି ନାଟକ ଟିକୁ ଆନୁଷ୍ଠାନିକ ଭାବେ ମୁଖ୍ୟ ଅତିଥି ନବରଙ୍ଗପୁର ଜିଲ୍ଲାପାଳ ଡଃ କମଳ ଲୋଚନ ମିଶ୍ର ଏବଂ ସମ୍ମାନିତ ଅତିଥି ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ , ବରିଷ୍ଠ ଆଇନଜୀବୀ ତଥା କଳାକାର ଉମା ଶଙ୍କର ତ୍ରିପାଠୀ ଏବଂ ଓଡିଶା ରାଜସ୍ଵ ଅମଲା ସଂଘର ରାଜ୍ଯ ସଭାପତି ତ୍ରିପତି ବାଲାଜୀ ସାହୁଙ୍କ ଦ୍ଵାରା ଉଦଘାଟିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ର ମଞ୍ଚ ପରିଚାଳନା କରିଥିଲେ ଅଧ୍ୟାପକ ଦିଲୀପ ହୋତା। ନାଟକର ରଚନା ଓ ନିର୍ଦେଶନା ବିଶ୍ଵ ଭୂଷଣ ମହାନ୍ତି ଦେଇଥିଲେ । ସଙ୍ଗୀତ ପରିଚାଳନା ର ଭାର ସମ୍ଭାଳି ଥିଲେ ଯୁଗଳ କିଶୋର ତ୍ରିପାଠୀ ଏବଂ ଅଭିନୟରେ ବିଶ୍ଵ ଭୂଷଣ ମହାନ୍ତି,ହିମାଂଶୁ ଶେଖର ପଟ୍ଟନାୟକ,ଦିଲ୍ଲୀପ ସାହୁ,ଅଶୋକ ପଣ୍ଡା, ଚିଦାନନ୍ଦ ପଟନାୟକ,ପ୍ରବୋଧ ,ଗୀତା,ମିଲି,ମାଷ୍ଟର ପ୍ରଣୀତ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଏବଂ ସମ୍ମାନିତ ଅତିଥି ବୃନ୍ଦ ଙ୍କୁ ଉପଢ଼ୌକନ ଦେଇ ସଂଘ ପକ୍ଷରୁ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପାଳ ଙ୍କ ସହଧର୍ମିଣୀ ବବିତା ସର,ଡେପୁଟି କଲେକ୍ଟର ମୌସୁମୀ ନାୟକ,ସୁରେଶ ମହାନ୍ତି,ଆଶୁତୋଷ ମହାନ୍ତି,ତ୍ରିଲୋଚନ ନାୟକ,କୈଳାଶ ଚନ୍ଦ୍ର ଦାସ, ଲୋକନାଥ ସାହୁ,ଧନୁର୍ଯୟ ମାଝୀ,ସୁଶାନ୍ତ ନାୟକ, ସଚିଦାନନ୍ଦ ରଥ,ଅରୁଣ ବେହେରା, ୟାସର ଅଲ୍ଲୀ, ଧନପତି ନାୟକ ପ୍ରମୁଖ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.