ସରକାରୀ ଉଚ୍ଚ ବିଦ୍ୟାଳୟରେ ବ୍ଲକସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ।

0

କଲ୍ୟାଣସିଂହପୁର ରୁ ପ୍ରଦୀପ ଦଲାଇ// ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ  ବ୍ଲକସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ଅମ୍ବ୍ରିତା କାଡ୍ରାକା, ସମ୍ମାନୀୟ ଅତିଥି ଭାବେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଆଚାରୀ ଶବର, ଜଗନ୍ନାଥପୁର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗଣେଶ ଶବର, ମାନସିଂ ଗରଡ଼ିଆ, ସୁବସିନୀ ଆଚାରୀ ମଞ୍ଚାସୀନ ରହିଥିଲେ। ଏହି ମେଳକୁ ଅତିଥୀଙ୍କ ଦ୍ୱାରା ଉଦଘାଟନ କରିଥିଲେ। ଏଥିରେ ୬ଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ୩୦ଟି ଉଚ୍ଚ ବିଦ୍ୟାଳୟ ମୋଟ ୩୬ଟି ପ୍ରକଳ୍ପ ପ୍ରଦର୍ଶନ କରାଯାଇଛି। ରାମଚନ୍ଦ୍ର ପ୍ରଧାନ ମଞ୍ଚ ପରିଚାଳନା କରିଥିଲେ। ମେଳାରେ ବିଚାରକମଣ୍ଡଳୀ ଭାବେ ଓଡିଶା ଆଦର୍ଶ ବିଦ୍ୟାଳୟର ଅଧ୍ୟାପକ ଆଲୋକ କୁମାର ପଟ୍ଟନାୟକ, ବିଜୟା ପତ୍ରୀ ଓ ଶିରିପୁର ଉଚ୍ଚ ବିଦ୍ୟାଳୟର ଶିକ୍ଷକ ନାଗେଶ କୁମାର ପତିକା ରହିଥିଲେ। ଏଥିରେ କୃତିତ୍ୱ ପ୍ରକଳ୍ପ ଜିଲା ସ୍ତରକୁ ଉନ୍ନୀତ ହେବ ବୋଲି ଜଣାପଡିଛି। ଏଥିରେ ଆଦର୍ଶ ବିଦ୍ୟାଳୟର ଛାତ୍ର ସୌରଭ ସାହୁ, ଛାତ୍ରୀ ସିହେଚ ଶୁଭଶ୍ରୀ ସୁବୁଦ୍ଧି, ମାଝୀଗୁଡା ବିଦ୍ୟାଳୟର ଛାତ୍ରୀ ଆଲକା ମୋନସା, ନାରାୟଣପୁର ବିଦ୍ୟାଳୟର ଛାତ୍ରୀ ପ୍ରତିମା ପ୍ରାସ୍କା, କଲ୍ୟାଣସିଂହପୁରର ପ୍ରଦୀପ କୁମାର କୌଶଲ୍ୟାଙ୍କୁ ପ୍ରମାଣ ପତ୍ର ସହ ଟ୍ରଫି ପ୍ରଦାନ କରିଥିଲେ। ଅନ୍ୟ ଦୁଇଟି ସାନ୍ତ୍ୱନାମୂଳକ ଭାବେ କଲ୍ୟାଣସିଂହପୁର ବିଦ୍ୟାଳୟର ବରୁଣ ସାହୁ ଓ ହୋମିୟଗୁଡା ବିଦ୍ୟାଳୟର ସୁଶାନ୍ତ କୌଶଲ୍ୟାଙ୍କୁ ପ୍ରଦାନ କରିଥିଲେ। ଉଦଯାପନ ଉତ୍ସବରେ ତହସିଲଦାର ସୁଧାକର ରଇତ, କ ଜୋନର ଜିଲା ପରିଷଦ ସଦସ୍ୟ ବାରାଟମ ୱାରା ପ୍ରସାଦ ରାଓ, ବିଚାରକ ମଣ୍ଡଳୀ ଉପସ୍ଥିତ ରହି ପୁରସ୍କାର ପ୍ରଦାନ କରିଥିଲେ। ଆଗାମୀ ଜାନୁଆରୀରେ ଜିଲାରେ ହେବାକୁ ଥିବା ବିଜ୍ଞାନ ମେଳାରେ ଭାଗ ନେବେ ବୋଲି ଜଣାପଡିଛି। ଏଥିରେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ସିଆରସିସି ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।

Leave A Reply

Your email address will not be published.