ଓଡ଼ଗାଁ ଏନଏସି ଓ ପଞ୍ଚାୟତ ସ୍ତରୀୟ ଉନ୍ନୟନ କାର୍ଯ୍ୟର ସମୀକ୍ଷା କଲେ ନୟାଗଡ଼ ବିଧାୟକ

0 2

ଓଡ଼ଗାଁ(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ବିଧାୟକ ଡ଼ଃ ଅରୁଣ କୁମାର ସାହୁ ଶନିବାର ଦିନ ଓଡ଼ଗାଁ ଗସ୍ତରେ ଆସି ବିଜ୍ଞାପିତ ଅଞ୍ଚଳ ପରିଷଦ ଏବଂ ବ୍ଳକର ବିଭିନ୍ନ ପଞ୍ଚାୟତରେ ଚାଲିଥିବା ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଥିଲେ ।ପନ୍ତିଖାରୀ ଗ୍ରାମପଞ୍ଚାୟତର କୈବଲ୍ୟପୁର, ମଶାବାରୀ, ପନ୍ତିଖାରୀ ଗ୍ରାମମାନଙ୍କୁ ଯାଇ ଗାଁ ମାନଙ୍କର ହାଲଚାଲ ସମ୍ପର୍କରେ ପଚାରି ବୁଝିଥିଲେ । ଏବଂ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିବା ସହିତ ନୂତ୍ତନ ପ୍ରକଳ୍ପ ନିମନ୍ତେ ଯୋଜନା ପ୍ରସ୍ତୁତ ପାଇଁ ପଞ୍ଚାୟତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପରେ ପାଣ୍ଡେରିପଡା ପଞ୍ଚାୟତର ୫ଟି ସ୍କୁଲ ଜନଶକ୍ତି ବିଦ୍ୟାନିକେତନ ଦେଓଗାଁ ଭାଲିଆଡିହିର ନୂତନ ଶ୍ରେଣୀଗୃହ ନିର୍ମାଣ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରି ପାଣ୍ଡେରିପଡା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ପଞ୍ଚାୟତର ଉର୍ଣ୍ଣୟନ ପ୍ରକଳ୍ପର ସମୀକ୍ଷା କରିଥିଲେ । ସେହିପରି ଓଡ଼ଗାଁ ଏନ୍ ଜମିରେ ୧ କୋଟି ୨ ଲକ୍ଷ ଟଙ୍କା ବ୍ୟୟରେ ୧୨ ଲକ୍ଷ ୫୦ ହଜାର ଲିଟର କ୍ଷମତା ସମ୍ପନ୍ନ ୱାଟର ପ୍ରକଳ୍ପ, ୩୫୦ମିଟର ୱାଲ, ରାତ୍ର ଜଗୁଆଳି ଗୃହ ଏବଂ ରଗଡି ସାହି ଠାରୁ ଭାଲୁ ମୁଣ୍ଡିଆ ପର୍ଯ୍ୟନ୍ତ (୪ କିମି) ୧୦ ଇଞ୍ଚ ପାଇପ ଲାଇନ ନିର୍ମାଣ କାର୍ଯ୍ୟ ପରିଦର୍ଶନ କରିବା ସମୟରେ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଅନ୍ୟପକ୍ଷେ ପୁଷ୍ପଭଣ୍ଡାର ସାହିର ନିର୍ମାଣଧୀନ ଡ୍ରେନେଜ ବ୍ୟବସ୍ଥାର ସମୀକ୍ଷା କରିବା ସହ ଲୋକଙ୍କ ସହ ସାହିର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ୭୫ ଲକ୍ଷ ବ୍ୟୟ ଅଟକଳରେ ନିର୍ମିତ ଆଦର୍ଶ ସ୍ମଶାନ କାର୍ଯ୍ୟ ଦେଖିବା ସହ ପରିଶେଷରେ ୭୭ ଲକ୍ଷ ବ୍ୟୟ ଅଟକଳରେ ନୂତନ ଭାବରେ ନିର୍ମାଣଧୀନ ପ୍ରାଣୀ ଚିକିତ୍ସାଳୟ କାର୍ଯ୍ୟର ସମୀକ୍ଷା ତଦାରଖ କରିଥିଲେ । ଅବସରରେ ଓଡ଼ଗାଁ ପଂଚାୟତ ସମିତି ଅଧ୍ୟକ୍ଷ ଲୋକନାଥ ସାହୁ, ଓଡ଼ଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ଜେନା, ଜନସ୍ୱାସ୍ଥ୍ୟ ବିଭାଗୀୟ ଯନ୍ତ୍ରୀ ସୁଧାକର ସ୍ୱାଇଁ, ପୂର୍ତ୍ତ ବିଭାଗ ଯନ୍ତ୍ରୀ ସୁଧାଂଶୁ ବେହେରା ପ୍ରମୁଖ ସାମିଲ ଥିବା ଜଣାପଡିଛି।

Leave A Reply

Your email address will not be published.