ଓଡ଼ଗାଁ(ଶ୍ରୀକାନ୍ତ କୁମାର ମିଶ୍ର): ୨୦୨୨-୨୩ ଶିକ୍ଷାବର୍ଷର ମଣ୍ଡଳ ସ୍ତରୀୟ ବିଜ୍ଞାନମେଳା କୁରାଳ ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏହି ମେଳାକୁ ମୁଖ୍ୟଅତିଥି ଭାବେ ୪ନଂ ଜୋନ ଜିଲ୍ଲାପରିଷଦ ସଭ୍ୟା ଚିନ୍ମୟୀ ଦାସ ଯୋଗଦେଇ ଉଦଘାଟନ କରିଥିଲେ। ଗୋଷ୍ଠୀ ଶିକ୍ଷା ଅଧିକାରୀ ଗୀତାଞ୍ଜଳୀ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ସମ୍ମାନିତ ଅତିଥିଭାବେ ଅତିରିକ୍ତ ଶିକ୍ଷାଧିକାରୀ କମଳିନୀ ବେହେରା, ସ୍ଥାନୀୟ ସରପଞ୍ଚ ବିଜନ ପାଇକରାୟ, ସମିତିସଭ୍ୟା କନକ ପାତ୍ର,ପ୍ରଧାନ ଶିକ୍ଷକ ଦୀପକ କୁମାର ସାହୁ,ଆନନ୍ଦ ସାହୁ ବାଳିକା ଉଚ୍ଚବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ସସ୍ମିତା ଦାସ ପ୍ରମୁଖ ଯୋଗଦେଇ ଶିଶୁ ବିଜ୍ଞାନୀ ମାନଙ୍କୁ ଉତ୍ସ।ହିତ କରିବାସହ ସାମ୍ପ୍ରତିକ ସମୟରେ ବିଜ୍ଞାନର ଆବଶ୍ୟକତା ଉପରେ ଆଲୋଚନା କରିଥିଲେ।ଏଥିସହ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଷ୍ଟଲ ଗୁଡ଼ିକୁ ପରିଦର୍ଶନ କରିଥିଲେ।ଏହାର ଉଦଯାପନୀ ଉତ୍ସବରେ ନୟାଗଡ ବିଧାୟକ ଡ.ଅରୁଣ କୁମାର ସାହୁ,ଜିଲ୍ଲାପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ,ବ୍ଲକ ଅଧ୍ୟକ୍ଷ ଲୋକନାଥ ସାହୁ,ଉପାଧ୍ୟକ୍ଷା ମୀରା ନାୟକ,ଜିଲ୍ଲାପରିଷଦ ସଭ୍ୟା ଝିଲି ପ୍ରଧାନ, ବିରଜାଲକ୍ଷ୍ମୀ ସାହୁ ଯୋଗଦେଇ ଶିଶୁ ବିଜ୍ଞାନୀ ମାନଙ୍କୁ ପ୍ରେରଣା ଯୋଗାଇଥିଲେ।ଉକ୍ତ ବିଜ୍ଞାନମେଳାରେ ସର୍ବ କନିଷ୍ଠ ବିଭାଗରୁ ୨୯,କନିଷ୍ଟ ବିଭାଗରୁ ୬୭ ଓ ବରିଷ୍ଠ ବିଭାଗରୁ ୬୩ଟି ପ୍ରକଳ୍ପ ପଞ୍ଜୀକୃତ ହୋଇଥିବା ବେଳେ ବିଚାରକ ଭାବେ ଅଧ୍ୟାପକ ପଦ୍ମ ଚରଣ ସାହୁ,ଶିକ୍ଷକ ଗିରିଜା ଶଙ୍କର ମହାପାତ୍ର,ପୂର୍ଣ୍ଣିମା ତ୍ରିପାଠୀ ଓ ସୌଦାମିନୀ ସ୍ବାଇଁ ଯୋଗଦେଇଥିଲେ। ସମୁଦାୟ ୧୫୯ଟି ପ୍ରକଳ୍ପ ସାମିଲ ହୋଇଥିବା ବେଳେ ସେଥିରୁ ୧୩ଟି ପ୍ରକଳ୍ପ ଜିଲ୍ଲାସ୍ତରୀୟ ମେଳାକୁ ମନୋନୀତ ହୋଇଥିବା ଜଣାପଡିଚି।ଏହି ମେଳାରେ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତହେବାସହ ବିଭିନ୍ନ ପ୍ରତିଯୋଗିତାର ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା।କାର୍ଯ୍ୟକ୍ରମ ପରିଚାଳନାରେ ଶିକ୍ଷକ ରଞ୍ଜନ କୁମାର ଦାସ,ପଞ୍ଚାନନ ପଣ୍ଡା,ଭାବଗ୍ରାହୀ ମହାପାତ୍ରଙ୍କ ସମେତ ସମସ୍ତ ଶିକ୍ଷକସଙ୍ଘ ସହଯୋଗ କରିଥିବାବେଳେ ଆୟୋଜକ କୁରାଳ ସରକାରୀ ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକ,ଶିକ୍ଷୟତ୍ରି ଓ ଛାତ୍ରଛାତ୍ରୀ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post