ଭୁବନେଶ୍ୱର,: ଆଜି ଓଡ଼ିଶା-ମୋ ପରିବାର ମାଧ୍ୟମରେ ବିଭିନ୍ନ ଦୁର୍ଘଟଣାରେ ନିଜର ଗୋଡ଼ ହରାଇଥିବା ତିନିଜଣ ଭିନ୍ନକ୍ଷମଙ୍କୁ କୃତ୍ରିମ ଗୋଡ଼ ଯୋଗାଇ ଦିଆଯାଇଛି ।ଏଠାରେ ସୁଚନାଯୋଗ୍ୟ ଯେ, ଗତ ୨୦୨୦ ମସିହା ଜୁଲାଇ ମାସରେ ଏକ ସଡ଼କ ଦୁର୍ଘଟଣାରେ କଟକ ଜିଲ୍ଲା ବାଙ୍କି ଅନ୍ତର୍ଗତ ଦୁର୍ଗାପୁର ଗ୍ରାମର ୪୦ ବର୍ଷିୟ ତ୍ରିଲୋଚନ ବେହେରାଙ୍କ ଡାହାଣ ଗୋଡ଼ରେ ଗଭୀର ଆଘାତ ଲାଗିଥିଲା। କୋଭିଡ୍ କଟକଣାର ଲକ୍-ଡାଉନ୍ ହେତୁ ସେ ନିୟମିତ ବ୍ୟବଧାନରେ ଡାକ୍ତରଖାନା ଯାଇପାରିନଥିଲେ । ଫଳରେ ତାଙ୍କ ଗୋଡ଼ର ସଂକ୍ରମଣ ବଢିଯାଇଥିଲା । ତେଣୁ ଡାକ୍ତର ତାଙ୍କ ଗୋଡ଼ କାଟିଦେଇଥିଲେ । ଅନ୍ୟଜଣେ ବାଙ୍କି ଅଞ୍ଚଳର ଗହିରିଗାଡ଼ିଆ ଗ୍ରାମର ୪୯ ବର୍ଷିୟ ମୁରଲୀଧର ଖଟୁଆ, ଆଠ ବର୍ଷତଳେ ପୁଣେରେ ରହି ଏକ ଘରୋଇ କମ୍ପାନୀରେ କାମ କରୁଥିଲେ । କାର୍ଯ୍ୟସ୍ଥଳିରୁ କାମ ସାରି ଫେରିବା ସମୟରେ ଏକ ଭ୍ୟାନ୍ ତାଙ୍କୁ ପଛରୁ ଧକ୍କା ଦେଇଥିଲା । ଫଳରେ ତାଙ୍କ ବାମ ଗୋଡ଼ କଟା ଯାଇଥିଲା । ସେହିପରି କଟକ ଜିଲ୍ଲା ବାଙ୍କି ଅନ୍ତର୍ଗତ ଭାଗିପୁର ଗ୍ରାମର ୫୨ ବର୍ଷିୟ ଅରୁଣ କୁମାର ସାହୁଙ୍କର ଡାହାଣ ଗୋଡ଼ରେ କଣ୍ଟା ପସିଯାଇଥିଲା। ପରେ ଗୋଡ଼ଟି ସଂକ୍ରମିତ ହେବା ଯୋଗୁଁ ଭୁବନେଶ୍ୱର ଏମ୍ସ ହସ୍ପିଟାଲରେ ଗୋଡ଼ କଟାଯାଇଥିଲା। ଏମାନେ ସମସ୍ତେ ଗୋଟିଏ ଗୋଡ଼ରେ ବହୁ କଷ୍ଟରେ ଜୀବନ ବିତାଉଥିଲେ । ତେବେ କୌଣସି ମାଧ୍ୟମରୁ ଜାଣିବାକୁ ପାଇଥିଲେ ଯେ, ଓଡ଼ିଶା-ମୋ ପରିବାର ଦ୍ୱାରା ଅକ୍ଷମ ମାନଙ୍କୁ କୃତ୍ରିମ ଅଙ୍ଗ ଯୋଗାଇଦେବାର ବ୍ୟବସ୍ତା କରାଯାଉଛି । ଏହି ସୁବିଧା ପାଇବା ପାଇଁ ସେମାନେ ସମସ୍ତେ ବାଙ୍କି ବିଧାୟକ ଶ୍ରୀ ଦେବୀ ରଂଜନ ତ୍ରିପାଠୀଙ୍କୁ ଭେଟି ତାଙ୍କ ଦୁଃଖ ବିଷୟରେ ଜଣାଇଥିଲେ । ପରେ ଶ୍ରୀ ତ୍ରିପାଠୀ ବିଜୁ ଛାତ୍ର ଜନତା ଦଳର ଶ୍ରୀ ସୁମନ ସାହୁଙ୍କ ଜରିଆରେ ଓଡ଼ିଶା-ମୋ ପରିବାରକୁ ଜଣାଇଥିଲେ । ଓଡ଼ିଶା-ମୋ ପରିବାର କ୍ୟାପିଟାଲ ହସ୍ପିଟାଲର ଏ.ଆର୍.ସି. ସହିତ ଯୋଗାଯୋଗ କରି ଏହି ତିନିଜଣଙ୍କର କୃତ୍ରିମ ଗୋଡ଼ ଲାଗିବା ପାଇଁ ତୁରନ୍ତ ପଦକ୍ଷେପ ଗ୍ରହଣ କରିଥିଲା । ସମସ୍ତଙ୍କର ଏ.ଆର୍.ସି. କ୍ୟାପିଟାଲ ହସ୍ପିଟାଲରେ ଗୋଡ଼ର ମାପ ନିଆଯାଇ କୃତ୍ରିମ ଗୋଡ଼ ପ୍ରସ୍ତୁତ କରାଯାଇଥିଲା ।
ତେବେ ଆଜି ଏ.ଆର୍.ସି. କ୍ୟାପିଟାଲ ହସ୍ପିଟାଲ ପରିସରରେ ଓଡ଼ିଶା-ମୋ ପରିବାର ଆବାହକଙ୍କ ସମେତ ବାଙ୍କି ବିଧାୟକ ଶ୍ରୀ ଦେବୀରଂଜନ ତ୍ରିପାଠୀ, ଯୁଗ୍ମ ସଂପାଦକ (ଓଡ଼ିଶା-ମୋ ପରିବାର) ଶ୍ରୀ ରୁଦ୍ର ନାରାୟଣ ସାମନ୍ତରାୟ, ଓଡି଼ଶା-ମୋ ପରିବାର ସ୍ୱ୍ୟାସ୍ଥ୍ୟ ଉପଦେଷ୍ଟା ଶ୍ରୀ ସତ୍ୟଜିତ ଦାଶ ପ୍ରମୁଖଙ୍କ ଉପସ୍ଥିତିରେ ତ୍ରିଲୋଚନ, ମୁରଲୀଧର ଏବଂ ଅରୁଣଙ୍କୁ କୃତ୍ରିମ ଅଙ୍ଗ (ଗୋଡ଼) ପ୍ରଦାନ କରାଯାଇଥିଲା । କୃତ୍ରିମ ଗୋଡ଼ ଲାଗିବାପରେ ସେମାନେ ସମସ୍ତେ ଆଶା ବାଡ଼ି ବିନା ଚାଲିବାକୁ ସକ୍ଷମ ହୋଇଥିଲେ । ଓଡ଼ିଶା-ମୋ ପରିବାର ଆବାହକ ଏବଂ ବିଧାୟକ ଶ୍ରୀ ତ୍ରିପାଠୀ ତିନିଜଣଙ୍କ ଉତ୍ତମ ସ୍ୱାସ୍ଥ୍ୟ କାମନା କରିଥିଲେ।
Sign in
Sign in
Recover your password.
A password will be e-mailed to you.