ଭୁବନେଶ୍ୱର, : ଭୁବନେଶ୍ୱର କମିଶନରେଟ୍ ପୋଲିସ ଦ୍ୱାରା ଉଦ୍ଧାର କରାଯାଇଥିବା ଦୁଇଟି ଅଚିହ୍ନା ଶବ ସତ୍କାର ପାଇଁ ଆଜି ସମସ୍ତ ସହାୟତା କରିଛି ଓଡ଼ିଶା-ମୋ ପରିବାର । ଏଠାରେ ସୂଚନାଯୋଗ୍ୟ ଯେ, ଗତ ଡିସେମ୍ବର ୧୧ ତାରିଖରେ ଏୟାରଫିଲ୍ଡ ଥାନା ଅନ୍ତର୍ଗତ ଭୀମଟାଙ୍ଗିର ଭୀମେଶ୍ୱର ମନ୍ଦରି ନିକଟରୁ ପୋଲିସ ଦ୍ଵାରା ଉଦ୍ଧାର କରାଯାଇଥିଲା ପାଖାପାଖି ୫୫ ବର୍ଷରୁ ଊର୍ଦ୍ଧ୍ୱର ଏକ ଅଚିହ୍ନା ବ୍ୟକ୍ତିଙ୍କ ମୃତ ଦେହ । ସେହିପରି ଜାଆଁଳା ଓଭର ବ୍ରିଜ୍ ନିକଟରେ ପାଖାପାଖି ୫୦ବର୍ଷିୟା ଜଣେ ମହିଳାଙ୍କ ମୃତ ଦେହକୁ ମଧ୍ୟ ଉଦ୍ଧାର କରିଥିଲା ଇନଫୋ ଭ୍ୟାଲି ଥାନାର ପୋଲିସ। ଏହି ମୃତ ଦେହ ଦୁଇଟିକୁ କିଛିଦିନ ଶବ ସଂରକ୍ଷଣ ଗୃହରେ ରଖି ସର୍ବସାଧାରଣରେ ସୂଚନା ପ୍ରଦାନ କରିଥିଲେ ମଧ୍ୟ କୌଣସି ଦାବିଦାର ଆସିନଥିଲେ । ପରେ ପୋଲିସ ଏହି ଅଚିହ୍ନା ଶବ ଦ୍ୱୟକୁ ସତ୍କାର ପାଇଁ ଓଡ଼ିଶା-ମୋ ପରିବାର ଯୁଗ୍ମ ସଂପାଦକ ଶ୍ରୀ ରୁଦ୍ର ନାରାୟଣ ସାମନ୍ତରାୟଙ୍କୁ ଯୋଗାଯୋଗ କରିଥିଲେ । ଶ୍ରୀ ସାମନ୍ତରାୟ ସଙ୍ଗେ ସଙ୍ଗେ ଏହି ବିଷୟରେ ଓଡ଼ିଶା-ମୋ ପରିବାର ଆବାହକ ଶ୍ରୀ ଅରୂପ ପଟନାୟକଙ୍କୁ ଅବଗତ କରାଇଥିଲେ । ପରେ ଶ୍ରୀ ପଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଜୟ ଓଡ଼ିଶାର ଶବ ପରିବହନ ଯାନ ‘ଶେଷ ସାଥୀ’ ମାଧ୍ୟମରେ ଶବକୁ ସତ୍ୟନଗର ଶ୍ମଶାନକୁ ନିଆଯାଇଥିଲା ଏବଂ ପୋଲିସ୍ ଦ୍ୱାରା ସେଠାରେ ଶେଷକୃତ୍ୟ ସମ୍ପନ୍ନ କରାଯିବା ସମୟରେ ଓଡ଼ିଶା-ମୋ ପରିବାରର ସଦସ୍ୟମାନେ ସେଠାରେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ତୁଲାଇଥିଲେ ।
Sign in
Sign in
Recover your password.
A password will be e-mailed to you.