ଜଗତସିଂହପୁର,/ସୁମନ୍ତ କୁମାର ଦାସ: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସଭାଗୃହଠାରେ ସାର୍ବଜନୀନ ସ୍ୱାସ୍ଥ୍ୟ ସେବା ଦିବସ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର କ୍ଷେତ୍ରବାସୀ ଦାଶଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି l ପ୍ରତିବର୍ଷ ଡିସେମ୍ବର ମାସ ୧୨ ତାରିଖରେ ସାର୍ବଜନୀନ ସ୍ୱାସ୍ଥ୍ୟ ସେବା ଦିବସ ପାଳିତ ହୋଇଆସୁଅଛି l ପ୍ରଥମେ ଏକ କାନପି ଯାହା ଜନସାଧାରଣଙ୍କ ସଚେତନତା ନିମନ୍ତେ ସାର୍ବଜନୀନ ସ୍ୱାସ୍ଥ୍ୟ ସେବା ବାର୍ତ୍ତା ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ଥାପନ କରାଯାଇଛି, ତାହାକୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର କ୍ଷେତ୍ରବାସୀ ଦାଶ ଉଦଘାଟନ କରିଥିଲେ l ଏହି ଉଦଘାଟନ ଉତ୍ସବରେ ଜିଲ୍ଲାସ୍ତରରୁ ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ରଶ୍ମିରଂଜନ ପଟ୍ଟନାୟକ, ଡାକ୍ତର ନିମାଇଁ ଚରଣ ନାୟକ, ଜିଲ୍ଲା ପ୍ରୋଗ୍ରାମ ମ୍ୟାନେଜର ଚକ୍ରଧର ଜେନା ଜିଲ୍ଲା ଜନସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରିଣୀ ସଚଳା ମହାନ୍ତି, ଡେପୁଟି ମ୍ୟାନେଜର ସୁକାନ୍ତ କୁମାର ପ୍ରଧାନ, ମହିମା ଓ ନାରାୟଣୀ ସ୍କୁଲ ଅଫ୍ ନର୍ସିଙ୍ଗର ଛାତ୍ରଛାତ୍ରୀ ଏବଂ ପ୍ରିନିସିପାଳ ଆଶାକର୍ମୀ, ସ୍ୱାସ୍ଥ୍ୟକର୍ମୀ, ସମସ୍ତ ଗଣମାଧ୍ୟମର ପ୍ରତିନିଧିମାନଙ୍କ ସମେତ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ l ଏହି ଉଦ୍ଘାଟନୀ ଉତ୍ସବରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର କ୍ଷେତ୍ରବାସୀ ଦାଶ ସମସ୍ତକୁ ସ୍ୱାଗତ କରିବା ସହ ତାଙ୍କ ଅଭିଭାଷଣରେ ସ୍ୱାସ୍ଥ୍ୟ ସେବାକୁ ସାର୍ବଜନୀନ କରିବା ତାହା ସହ ସାଧାରଣ ଲୋକଙ୍କୁ ସଚେତନ କରାଇବା ଯେ ସବୁ ସ୍ୱାସ୍ଥ୍ୟ ସେବା ଉନ୍ନତମାନର ମାଗଣାରେ ଉପଲବ୍ଧ ଏହାର ସୁଯୋଗ ନେବାକୁ ବାର୍ତ୍ତା ରଖିଥିଲେ l ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ରଶ୍ମିରଂଜନ ପଟ୍ଟନାୟକ ନିଜ ବକ୍ତବ୍ୟରେ ପ୍ରତିଷେଧକ, ପ୍ରତିବର୍ଦ୍ଧକ ଏବଂ ପ୍ରତିକାରାତ୍ମକ ପ୍ରାଥମିକ ସ୍ୱାସ୍ଥ୍ୟ ସେବା ସମସ୍ତଙ୍କ ପାଇଁ, ସବୁ ସମୟରେ, ସବୁଠାରେ, ସହଜରେ ଉପଲବ୍ଧ କରାଇବା ଆମ ସମସ୍ତଙ୍କ ଦାଇତ୍ୱ ଏବଂ କର୍ତ୍ତବ୍ୟ ହେବା ଉଚିତ ବୋଲି ଅବଗତ କରାଇଥିଲେ l ଜିଲ୍ଲା ପ୍ରୋଗ୍ରାମ ମ୍ୟାନେଜର ଚକ୍ରଧର ଜେନା ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ କାର୍ଡ ବିଷୟରେ ଅବଗତ କରାଇଥିଲେ l ମହିମା ନର୍ସିଂ ସ୍କୁଲର ଶିକ୍ଷୟତ୍ରୀ କଳ୍ପନା ବେହେରା ମଧ୍ୟ ଅଭିଭାଷଣରେ ଲୋକମାନଙ୍କର କିପରି ସରକାରୀ ଚିକିତ୍ସା ବ୍ୟବସ୍ଥା ବିଷୟରେ ସମସ୍ତ ବାର୍ତ୍ତା ପାଇପାରିବେ ସେଥିପାଇଁ ଆମେ ସମସ୍ତେ ସଚେତନ କରିବାକୁ ଚେଷ୍ଟା କରିବା ବୋଲି ବାର୍ତ୍ତା ରଖିଥିଲେ l ଆଶା ଓ ଏ. ଏନ. ଏମ. ଦିଦିଙ୍କର ବିଶେଷ ଭୂମିକା ରହିଛି ବୋଲି କହିଥିଲେ l. ଶେଷରେ ଜିଲ୍ଲା ଜନସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରିଣୀ ଧନ୍ୟବାଦ ଅର୍ପଣ କରିଥିଲେ l
Sign in
Sign in
Recover your password.
A password will be e-mailed to you.