ଜଗତସିଂହପୁର/ସୁମନ୍ତ କୁମାର ଦାସ:ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କନିମୁଳ ପଂଚାୟତ ମତଗଜପୁର ଗ୍ରାମକୁ ଆଦର୍ଶ ଗ୍ରାମ ଯୋଜନାରେ ଅନ୍ତର୍ଭୁକ୍ତ ହୋଇଛି l ଏହି ଆଦର୍ଶ ଗ୍ରାମରେ ଆଲୋକୀକରଣ, କଂକ୍ରିଟ ରାସ୍ତା, ବିଦ୍ୟାଳୟ ର ଉନ୍ନତି କରଣ ପ୍ରଭୃତି ଉନ୍ନୟନ ମୂଳକ କାର୍ଯ୍ୟ ବ୍ଲକ ପ୍ରଶାସନ ପକ୍ଷରୁ ଜୋରଦାର କାରାଯାଉଥିବା ଦେଖିବାକୁ ମିଳିଛି l ଏହି ଆଦର୍ଶ ଗ୍ରାମର ଘର ଗୁଡିକ ପାଇକା ନଦୀ ବନ୍ଧ ତଳେ ହୋଇଥିବାରୁ ପ୍ରତେକ ଘରକୁ ନଦୀ ବନ୍ଧରୁ କଂକ୍ରିଟ ଗଡା ନିର୍ମାଣ କରାଯାଉଛି l ଆଜି ଆଦର୍ଶ ଗ୍ରାମରେ ଚାଲିଥିବା ଉନ୍ନୟନ ମୂଳକ କାର୍ଯ୍ୟ କୁ ତିର୍ତ୍ତୋଲ ପଂଚାୟତ ସମିତି ଅଧକ୍ଷ ମନୋଜ କୁମାର ବେହେରା ଓ ମଣ୍ଡଳ ଉନ୍ନୟନ ଅଧିକାରୀ ଅଟଳ ବିହାରୀ ସ୍ୱାଇଁ ପରିଦର୍ଶନ କରି କାର୍ଯ୍ୟ ର ତଦାରଖ କରିଥିବା ଦେଖିବାକୁ ମିଳିଥିଲା l ଏଥି ସହିତ ମୋ ସ୍କୁଲ ଫାଇଫି ଟି ଯୋଜନାରେ ଅନ୍ତର୍ଭୁକ୍ତ ଵାଲାବିହାରୀ ସରକାରି ଉଚ୍ଚ ବିଦ୍ୟାଳୟ ରେ କରାଯାଉଥିବା ଉନ୍ନୟନ ମୂଳକ କାର୍ଯ୍ୟ ର ତଦାରଖ କରିଥିଲେ l ପରେ ଗୋପାଳପୁର(ଶଙ୍ଖେଶ୍ୱର) ପଂଚାୟତ ରେ ନିର୍ମାଣ କରାଯାଉଥିବା ପାର୍କ କୁ ପରିଦର୍ଶନ କରି କାର୍ଯ୍ୟ ତଦାରଖ କରିଥିଲେ l ବ୍ଲକ ସହକାରୀ ଯନ୍ତ୍ରୀ କୈଳାଶ ଚନ୍ଦ୍ର ବେହେରା, ଯନ୍ତ୍ରୀ ଚିନ୍ମୟୀ ଦିବେଦି, ପ୍ରଶାନ୍ତ କୁମାର ରାଉତ ପ୍ରମୁଖ ଉପସ୍ଥିତ ରହିଥିଲେ l
Sign in
Sign in
Recover your password.
A password will be e-mailed to you.
Prev Post
Next Post