ଚିୟରଅପ୍ ଫାଉଣ୍ଡେସନ୍ ପକ୍ଷରୁ କାଲିଫର୍ନିଆରେ ଭୂବନେଶ୍ୱରୀ ମହୋତ୍ସବ

0

ଭୁବନେଶ୍ୱର :ଆମେରିକାର କାଲିଫର୍ନିଆ ସ୍ଥିିତ ସାଂସ୍କୃତିକ ଅନୁଷ୍ଠାନ ଚିୟରଅପ୍ ଫାଉଣ୍ଡେସନ୍‌ ତରଫରୁ ଶାସ୍ତ୍ରୀୟ ସଂଗୀତ, ନୃତ୍ୟ ତଥା ଲୋକସଂଗୀତର ମିଶ୍ରଣର ଏକ ମନୋଜ୍ଞ କାର୍ଯ୍ୟକ୍ରମ ହୋଇଥିଲା । ଏହି କାର୍ଯ୍ୟକ୍ରମ ଆୟୋଜନ କରିଥିଲେ ଅନୁଷ୍ଠାନର ପ୍ରତିଷ୍ଠାତା ଇଞ୍ଜିନିୟର ବିଭୁଦତ୍ତ ଦାଶ ଓ ଅନୀମା ଦାଶ ।

ଏହି କାର୍ଯ୍ୟକ୍ରମରେ ନୃତ୍ୟ ପରିବେଷଣ କରିଥିଲେ ତାଙ୍କ କନ୍ୟା ଅଭିଶ୍ରୀ ଦାଶ ।ଶାସ୍ତ୍ରୀୟ ସଂଗୀତ ପରିବେଷଣ କରିଥିଲେ ପଣ୍ଡିତ ଡଃ ଚିତ୍ତରଞ୍ଜନ ପାଣୀ । ଓଡ଼ିଶୀ ସଂଗୀତ ପରିବେଷଣ କରିଥିଲେ ଗୁରୁ ପ୍ରଫେସର ରାମହରି ଦାଶ । ଗଞ୍ଜାମର ବାଳକୃଷ୍ଣ ଦାଶ ତଥା ସାଥୀଙ୍କ ଦ୍ୱାରା ଦାସକାଠିଆ ତଥା ବିଚିତ୍ର ବନମାଳ ନାଟ୍ୟ ସଂସ୍ଥା ଘୁଡୁକି ନାଟ ବେଶ ଆକର୍ଷଣୀୟ ହୋଇଥିଲା । କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଯୁବଶାସ୍ତ୍ରୀୟ ସଂଗୀତ ଶିଳ୍ପୀ ଶ୍ରୀମାନ ଅରୋଶିଷ ପାଣି ।

Leave A Reply

Your email address will not be published.