ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ସ୍ନାତକ ମହାବିଦ୍ୟାଳୟ ପରିସରେ ଇତିହାସ ଭିଭାଗର ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି।
ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼.ରୀନା ସାହୁ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଉପସ୍ଥିତ ଛାତ୍ରୀ ମାନଙ୍କୁ ଶିକ୍ଷାର ମହତ୍ୱ ତଥା ପାଠଚକ୍ରର ଆବଶ୍ୟକତା ସମ୍ପର୍କରେ ବକ୍ତବ୍ୟ ଦେଇଥିଲେ।
ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂ ଶାସିତ ମହାବିଦ୍ୟାଳୟର ଇତିହାସ ବିଭାଗର ମୁଖ୍ୟ ଅଧ୍ୟାପିକା ଶ୍ରୀମତୀ ସୁଜାତା ଗମାଙ୍ଗ ମୁଖ୍ୟବକ୍ତା ଭାବେ ଯୋଗଦେଇ ଆଲୋଚ୍ୟ ବିଷୟବସ୍ତୁ ନେପୋଲିୟନଙ୍କ ଶାସନ ସଂସ୍କାର , ଫରାସୀ ବିପ୍ଳବର ପ୍ରଭାବ ସମ୍ପର୍କରେ ନିଜର ଅଭିମତ ରଖିଥିଲେ।
ଯୁକ୍ତ ତିନି ଶେଷ ବର୍ଷର ଛାତ୍ରୀ ସୁଭଦ୍ରା ଶବର ଏବଂ ଜୟନ୍ତୀ ବଡମୁଣ୍ଡି ସନ୍ଦର୍ର ପାଠ କରିଥିଲେ। ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରୀମାନେ ଅଂଶ ଗ୍ରହଣ କରିଥିଲେ।
ମହିଳା ସ୍ନାତକ ମହାବିଦ୍ୟାଳୟର ଇତିହାସ ବିଭାଗର ମୁଖ୍ୟ ଡ଼. ଭାରତୀ ପାଣିଗ୍ରାହୀ ମାର୍ଗଦର୍ଶିକା ଭାବେ ଛାତ୍ରୀ ମାନଙ୍କୁ ନିଜ ବିବରଣୀ ପ୍ରସ୍ତୁତ କରିବାରେ ସହଯୋଗ କରିବା ସହ ତାଙ୍କ ତତ୍ତ୍ୱାବଧାନରେ ବିଭାଗୀୟ ସମସ୍ତ ଛାତ୍ରୀ ଏଥିରେ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ଶେଷରେ ଛାତ୍ରୀ ଲଳିତା ପଢ଼ିଆରୀ ଧନ୍ୟବାଦ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.