ଓଡ଼ଗାଁ ବ୍ଲକରେ ଗଡ଼ିଲା ମାଣ୍ଡିଆ ବିକ୍ରୟ ସଚେତନତା ରଥ

0 2

ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର) : କୃଷି ଓ କୃଷକଙ୍କ ବିକାଶ ପାଇଁ ସରକାର ବିଭିନ୍ନ ଉନ୍ନୟନମୂଳକ ଯୋଜନା ପ୍ରଣୟନ କରୁଛନ୍ତି। ବିଶେଷ କରି ମିଲେଟ ମିଶନ ମାଧ୍ୟମରେ ମାଣ୍ଡିଆ ଚାଷକୁ ବ୍ୟାପକ କରାଯିବା ସହ ଚାଷୀଙ୍କ ମୁଁହରେ ହସ ଫୁଟାଇ ପାରୁଛନ୍ତି।ଏଭଳିସ୍ଥଳେ ଆଜି ଓଡ଼ଗାଁ ବ୍ଲକର ମାଣ୍ଡିଆ ଚାଷୀମାନେ ନିର୍ଦ୍ଧାରିତ ମଣ୍ଡିରେ ଉତ୍ପାଦିତ ମାଣ୍ଡିଆ ବିକ୍ରୀ କରିବା ଉଦ୍ଦେଶ୍ୟରେ ଏକ ସଚେତନତା ରଥ ଉଦଘାଟିତ ହୋଇଯାଇଛି। ବ୍ଲକ ଆତ୍ମା କମିଟି ଅଧ୍ୟକ୍ଷ ନିତ୍ୟାନନ୍ଦ ପ୍ରଧାନ ସବୁଜ ପତାକା ଦେଖାଇ ଏହି ରଥର ଶୁଭାରମ୍ଭ କରିଥିଲେ। ସରକାରଙ୍କର କ୍ୱିଣ୍ଟାଲ ପ୍ରତି ଧାର୍ଯ୍ୟ ଦର ୩୫୭୮ ଟଙ୍କାରେ ଚାଷୀଙ୍କ ଠାରୁ କିଣିବା ପାଇଁ ସ୍ଥିର କରାଯାଇଛି।ଏହି ରଥ ଆଗାମୀ ୪ ଦିନ ଧରି ଓଡ଼ଗାଁ ବ୍ଲକର ବିଭିନ୍ନ ପଞ୍ଚାୟତ ଗସ୍ତ କରି ମଣ୍ଡିରେ ମାଣ୍ଡିଆ ବିକ୍ରୟ କରିବା ନିମିତ୍ତ ଦୂରବାଜି ଯନ୍ତ୍ର ଦ୍ୱାରା ଭାଷଣ, ଗୀତ ଓ ସଭା ସମିତି ମାଧ୍ୟମରେ ଚାଷୀଙ୍କୁ ସଚେତନ କରିବ।ଏଥି ସହିତ ମାଣ୍ଡିଆକୁ ବିକିବା ପୂର୍ବରୁ ମାଣ୍ଡିଆର କେଉଁ ପ୍ରକାର ମାନ ରହିବ ତାହା ମଧ୍ୟ ସଚେତନ କରିବ।ଏହି କାର୍ଯ୍ୟକ୍ରମରେ ମିଲେଟ ମିଶନ ବ୍ଲକ ସଂଯୋଜକ କିଷାନ ପ୍ରଧାନ,ବିପିଏମ ଆରତୀ ମହାପାତ୍ର,ରବୀନ୍ଦ୍ର ବରାଡ଼, ନିରଞ୍ଜନ ବେହେରା, ଚନ୍ଦନ କୁମାର ପୃଷ୍ଟି ଓ ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟ ମାନେ ଉପସ୍ଥିତ ଥିଲେ।

Leave A Reply

Your email address will not be published.