ରାଷ୍ଟ୍ରୀୟ ବୌଦ୍ଧ ମହାସଭା ନବରଙ୍ଗପୁର ଜିଲା ଶାଖା ପକ୍ଷରୁ ପରିନିର୍ବାଣ ଦିବସ ପାଳିତ।

0 2

ଉମରକୋଟ(ଜିତେନ୍ଦ୍ର ମହାନ୍ତି) – ରାଷ୍ଟ୍ରୀୟ ବୌଦ୍ଧ ମହାସଭା ନବରଙ୍ଗପୁର ଜିଲ୍ଲା ଶାଖା ପକ୍ଷରୁ ଉମରକୋଟ ଠାରେ ନିର୍ବାଣ ଦିବସ ମହା ସମାରୋହରେ ପାଳିତ ହୋଇଥିଲା।ରାଷ୍ଟ୍ରୀୟ ବୈଦ୍ଧ ମହାସଭା ନବରଙ୍ଗପୁର ଜିଲ୍ଲା ତରଫରୁ ସାନଭରଣ୍ଡି ଠାରୁ ଏକ ବିଶାଳ ମଟର ସାଇକେଲ ଶୋଭାଯାତ୍ରା ବାହାରି ଉମରକୋଟ ନୂତନ ବସଷ୍ଟାଣ୍ଡ ଠାରେ ଥିବା ଡ଼ଃ ଭୀମରାଓ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀ ଠାରେ ପୁଷ୍ପମାଲ୍ୟ ଓ କେଣ୍ଡେଲ ଜାଳି ଥିଲେ। ପରେ ଉମରକୋଟ ସହର ପରିକ୍ରମା କରିବା ସହ କ୍ରାନ୍ତିକାରୀ ମହାପୁରୁଷଙ୍କ ସ୍କୋଗାନ ଦେଇ ଝରୀଗାଁ ଛକ ଠାରେ ଥିବା ରବିସିଂ ମାଝୀ ଙ୍କ ପ୍ରତିମୂର୍ତ୍ତି ଠାରେ ମଧ୍ୟ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ପରେ ସାନଭରଣ୍ଡି ଠାରେ ଥିବା ଡ଼ଃ ଆମ୍ବେଦକର ମାହାର ସମାଜ କ୍ଳବ୍ ଠାରେ ୬୬ ତମ ପରି ନିର୍ବାଣ ଦିବସ ପାଳନ କରାଯାଇଥିଲା ।ଉକ୍ତ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବରେ ରାଷ୍ଟ୍ରୀୟ ବୈଦ୍ଧ ମହାସଭା ଓଡିଶା ଶାଖା ଉପଦେଷ୍ଟା ପ୍ରକାଶ ଚନ୍ଦ୍ର ନାଗ, ଜିଲା ସଦସ୍ୟ ବକ୍ରୁ ବାହାକ ନାୟକ, ଗୋପାଳ ଚନ୍ଦ୍ର ସେଠୀ, ଚଇତୁ ବାଘ, ବ୍ଳକ୍ ଅନୁସୂଚିତ ଜାତି ସଂଘର ସଭାପତି ସୁଦର୍ଶନ ଜଗତ, ବ୍ଲକ୍ କୋଷାଧ୍ୟକ୍ଷ ମନ କୋଷ୍ଟା, ବ୍ଳକ୍ ସଦସ୍ୟ ଡମ୍ବୁରୁ କୋଷ୍ଟା , କମଳ କୋଷ୍ଟା, ବୁଜ ରାମ କୋଷ୍ଟା ସତୀଶ ମେହେର, ଓ ଜିଲା ଭିମ ଆର୍ମି ର ଜିଲା ସଂଯୋଜକ
ଚୁନିଲାଲ ମିର୍ଜା, ଜିଲ୍ଲା, ବ୍ଲକ୍ ଓ ପଞ୍ଚାୟତ କର୍ମକର୍ତ୍ତା , ସମାଜ ସେବୀ ଓ ବୁଦ୍ଧି ଯିବି ପ୍ରମୁଖ ଉପସ୍ଥିତ ଥିଲେ। ଏସ ସି ସଂଘ ର ସଭାପତି ରାଜେନ୍ଦ୍ର କୁମାର ଭକ୍ତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଉପଦେଷ୍ଟା ପ୍ରକାଶ ଚନ୍ଦ୍ର ନାଗ , ଚଇତୁ ବାଘ ଗୋପାଳ ସେଠୀ ,ସୁଦର୍ଶନ ଜଗତ ମୋନ କଷ୍ଟା ,କୋମଳ କଷ୍ଟା ,ଚୂନିଲାଲ ମିର୍ଜା, ସତିସ ମେହେର ବୁଦରାମ କଷ୍ଟା ପ୍ରମୁଖ ଙ୍କ ସହ ସମସ୍ତ କର୍ମକର୍ତ୍ତା ସମାଜସେବୀ ଓ ବୁଦ୍ଧିଜୀବି ଉପସ୍ଥିତ ରହିଥିଲେ।।

Leave A Reply

Your email address will not be published.