ଜୟ ଓଡ଼ିଶା “ଶେଷ ସାଥୀ” କାର୍ଯ୍ୟକ୍ରମର ଶୁଭାରମ୍ଭ

0 2

ଅସହାୟ ପରିବାରଙ୍କ ପାଇଁ ନିଃଶୁଳ୍କ ନିୟୋଜିତ ରହିବ ସ୍ୱର୍ଗରଥ ରୂପେ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟନାୟକଙ୍କ ସେବା ମନୋବୃତ୍ତି ରେ ଅନୁପ୍ରାଣିତ ହୋଇ, ଜୟ ଓଡ଼ିଶା “ଶେଷ ସାଥୀ” ଭଳି ଏକ ମହତ୍ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି । ଏହି କାର୍ଯ୍ୟ ନିମନ୍ତେ ଆମଲଗମ୍ ଷ୍ଟିଲ ପ୍ରାଇଭେଟ୍ ଲିମିଟେଡ ଏକ ଗାଡ଼ି ପ୍ରଦାନ କରିଛି । ଜୟ ଓଡ଼ିଶା ଦ୍ଵାରା ଏହି ଗାଡ଼ିଟି ଏକ ସ୍ୱର୍ଗରଥ ରୂପେ କାର୍ଯ୍ୟରତ ହେବ ଯାହା ଭୁବନେଶ୍ଵରର ଯେକୌଣସି ସ୍ଥାନରୁ ମୃତ ଶରୀରକୁ ସତ୍ୟ ନଗର ମଶାଣି ପର୍ଯ୍ୟନ୍ତ ମାଗଣାରେ ପହଞ୍ଚାଇବ। ଅର୍ଥାଭାବ କିମ୍ବା ଅନ୍ୟ ଯେକୌଣସି କାରଣ ଯୋଗୁ ଏହି ସେବାରୁ ବଞ୍ଚିତ ହେଉଥିବା ସମସ୍ତ ପରିବାର ନିମନ୍ତେ ଏହି ସ୍ବର୍ଗରଥ ନିୟୋଜିତ ରହିବ । ଏହି ସେବାକୁ ଉପଲବ୍ଧ କରିବା ନିମନ୍ତେ ଜୟ ଓଡ଼ିଶାର ୯୮୫୩୨୨୦୦୨୩ ନଂ ରେ ଯୋଗାଯୋଗ କରିବାକୁ ହେବ । ଆଜି ଏହି ଶେଷ ସାଥୀ ଗାଡ଼ି ର ଉଦ୍ଘାଟନୀ କାର୍ଯ୍ୟକ୍ରମ, ଭୁବନେଶ୍ୱର ସ୍ଥିତ ସତ୍ୟନଗର ମଶାଣି ନିକଟରେ ହୋଇଥିବା ବେଳେ ଏଥିରେ, କମିଶନର ପୋଲିସ (ଭୁବନେଶ୍ବର – କଟକ), ଶ୍ରୀ ସୌମେନ୍ଦ୍ର ପ୍ରିୟଦର୍ଶୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ, ଏଭଳି କାର୍ଯ୍ୟକ୍ରମର ପ୍ରଶଂସା କରିଥିଲେ ।

ସମଗ୍ର ଓଡ଼ିଶାବାସୀ ଏକ ପରିବାର ହୋଇଥିବାରୁ, ପରିବାରର ସଦସ୍ୟଙ୍କ ଶେଷ ଯାତ୍ରା ରେ କିଛି ସେବା ଯୋଗାଇବା ପାଇଁ ଏହା ଜୟ ଓଡ଼ିଶାର ଏକ ଛୋଟ ପ୍ରୟାସ ଅଟେ । ଏଣୁ ଯଦି କୌଣସି ସ୍ଥାନରେ ଯେକୌଣସି ଅଚିହ୍ନା ମୃତଦେହ ଉଦ୍ଧାର ହୁଏ ତେବେ ସେହି ଶରୀର କୁ ସତ୍ୟ ନଗର ମଶାଣିରେ ପହଞ୍ଚାଇବା ସହିତ ଅନ୍ତିମ ସଂସ୍କାରର ସମସ୍ତ କାର୍ଯ୍ୟ, ଜୟ ଓଡ଼ିଶା ଦ୍ଵାରା ସମ୍ପାଦିତ ହେବ । ତେଣୁ ଯେକୌଣସି ବ୍ୟକ୍ତିଙ୍କ ପରିପାର୍ଶ୍ୱରେ ଏହି ସହାୟତାର ଆବଶ୍ୟକତା ଥିବା ଅନୁଭବ କଲେ ଯଥାଶୀଘ୍ର ୯୮୫୩୨୨୦୦୨୩ ରେ ଯୋଗାଯୋଗ କରିବା ପାଇଁ, ସଭାପତି ଶ୍ରୀଯୁକ୍ତ ରୁଦ୍ର ନାରାୟଣ ସାମନ୍ତରାୟ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.