ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ଯ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ତରଫରୁ ଡିସେମ୍ବର ୧ ତାରିଖକୁ ବିଶ୍ବ ଏଡ୍ସ ଦିବସ ରୂପେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ କାର୍ଯ୍ୟଳୟ ପ୍ରଶିକ୍ଷଣ କେନ୍ଦ୍ରଠାରେ ଏକ ବୈଠକ ଆୟୋଜନ ହୋଇଥିଲା।
ଏଥିରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼ଃ. ପ୍ରଦୀପ କୁମାର ପାତ୍ର ଯୋଗଦାନ କରିଥିବା ବେଳେ ସମ୍ମାନୀତ ଅତିଥି ଭାବରେ ଏଡିଓଏଚଓ ଡା.ରବି ନାରାୟଣ ଦାସ , ଜିଲ୍ଲା ସ୍ବାସ୍ଥ୍ୟ ମିଶନ ପ୍ରକଳ୍ପ ସଂଯୋଜକ ସୌମ୍ୟାରାଣୀ ଗୌଡ଼ ଯୋଗ ଦେଇଥିଲେ। ଜିଲ୍ଲା ମୁଖ୍ୟ ଚକିତ୍ସାଧିକାରୀ ଡ଼ଃ.ପ୍ରଦୀପ କୁମାର ପାତ୍ର ବକ୍ତବ୍ୟରେ ଏଚ୍ଆଇଭି ( HIV) ର କାରଣ ଓ ନିରାକରଣ ବିଷୟରେ ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ ଓ ଯୁବ ପିଢ଼ି ଏହି ବାର୍ତ୍ତାକୁ ସଠିକ୍ ରୂପେ ପାଳନ କରିବା ପାଇଁ ପରାମର୍ଶ ଦେଇଥିଲେ। ତତ୍ ସଙ୍ଗେ ସଙ୍ଗେ ଗର୍ଭବତୀ ମହିଳା ମାନେ କିପରି ନିଜର ଏଚ୍ଆଇଭି ( HIV ) ପରୀକ୍ଷା କରିବେ ସେଥିପ୍ରତି ଅଧିକ ଗୁରୁତ୍ୱ ଦେବା ପାଇଁ କହିଥିଲେ ଏବଂ ବିଶ୍ବକୁ ଏଡ୍ସ ମୁକ୍ତ କରିବା ପାଇଁ ଉପସ୍ଥିତ ଥିବା ଜନସାଧାରଣଙ୍କୁ ସେ ଉପଦେଶ ଦେଇଥିଲେ।
ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଅନୁଷ୍ଠାନ ସ୍ୱେଚ୍ଛାସେବୀ SWS , AHANA , ANMTC ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ମଧ୍ୟ ଯୋଗ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ଆଇସିଟିସି ସୁପରଭାଜର ଶକ୍ତି ପ୍ରସାଦ ପଟ୍ଟନାୟକ ଓ ଡିପିସି ଏନ୍ ଇ ଇ ପି (NTEP) , ପି. କଟେଶ୍ୱର ରାଓ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।
ଏହି ଉପଲକ୍ଷେ ଏକ ବକୃତା ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । ଏଥିରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା ଏବଂ ଏକ ମିନିଟ୍ ଭିଡ଼ିଓ ପ୍ରତିଯୋଗିତା ହୋଇଥିଲା ଏବଂ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା।
Sign in
Sign in
Recover your password.
A password will be e-mailed to you.
Next Post