ବିଜେପି ଲୋକଙ୍କୁ ଠକିବା ବନ୍ଦ କରୁ :- ସୁଶାନ୍ତ ସିଂ
ଆଶିର୍ବାଦ ସମାରୋହ ରେ ସାମିଲ ହେଲେ ହଜାର ହଜାର ମହିଳା
ବରଗଡ :- ପଦ୍ମପୁର ନିର୍ବାଚନ ମଣ୍ତଳୀର ଗାଁ ଗାଁ ବୁଲି ବିଜୁ ଜନତା ଦଳର ପ୍ରାର୍ଥୀ ବର୍ଷା ସିଂ ବରିହା ଗୁରୁଜନମାନଙ୍କ ଠାରୁ ଆଶିର୍ବାଦ କାମନା କରିବା ସହିତ ନିଜ ପାଇଁ ଭୋଟ ଭିକ୍ଷା କରିଚାଲିଛନ୍ତି । ଏହିକ୍ରମରେ ଆଜି ପାଇକମାଲ ଯୋନ ତିନି ଅନ୍ତର୍ଗତ ,ଗୁଣ୍ତିଚାଡିହି ଚାରି ଛକରେ ନିକଟରେ ରହିଥିବା ପବିତ୍ର ଅଲେଖ ମହିମା କୁଟୀରକୁ ଯାଇ ବର୍ଷା ଅଲେଖ ମହିମା ଧର୍ମି ସାଧୁସନ୍ଥଙ୍କ ନିଜଟାରୁ ଆଶିର୍ବାଦ ପ୍ରାପ୍ତ କରିବା ସହିତ ଆଶ୍ରମରେ ଅଖଣ୍ତ ଦୀପ ପ୍ରଜ୍ଜଳନ କରିଥିଲେ । ମହିମା ଗୋସେଇଙ୍କୁ ସାଧୁ ସନ୍ଥମାନଙ୍କର ସହିତ ଉପସ୍ଥିତ ଅଞ୍ଚଳ ବାସୀ ବର୍ଷା ଙ୍କର ବିଜୟ ପାଇଁ ପ୍ରାର୍ଥନା କରିଥିଲେ। ଯୋନ ତିନି ର ପର୍ଯବେକ୍ଷକ ପୁର୍ବତନ ମନ୍ତ୍ରୀ ତଥା ବିଧାୟକ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର ଙ୍କର ଉପସ୍ଥିତିରେ ସାଧୁସନ୍ଥଙ୍କ ଆଶିର୍ବାଦ ପରେ ଚରଦାପଲି ର ଲହଣ୍ତିପୁର ଗ୍ରାମରେ ଏକ ବିରାଟ ଆଶିର୍ବାଦ ସମାବେଶରେ ଯୋଗଦାନ କରିଥିଲେ ପ୍ରାର୍ଥୀ ବର୍ଷା । ଅଜୟ କୁମାର ଦାସ ଙ୍କର ପରିଚାଳନାରେ ଅୟୋଜିତ ଏହି ସଭାରେ , ବିଜୁ ଜନତା ଦଳର ପଦ୍ମପୁର ଉପନିର୍ବାଚନ ଦାଇତ୍ଵ ରେ ଥିବା ପୂର୍ବତନ ମନ୍ତ୍ରୀ ତଥା ଭଟଲି ବିଧାୟକ ସୁଶାନ୍ତ ସିଂ ଉପନିର୍ବାଚନ ହରିବା ଭୟରେ ବିଜେପି ଏବେ ଔଷଧ ବିକଳରେ ତଟିଆ କାମୁଡୁଛି । ବିଜେପି ଓ ତାଙ୍କର ନେତାମାନେ କେବଳ ମିଛ କହିବାରେ ବିଶ୍ୱାସ କରନ୍ତି , ସତ ସହିତ ତାଙ୍କର କୋଣସି ସମ୍ପର୍କ ନାହିଁ । ପଦ୍ମପୁର ଉପନିର୍ବାଚନ ରେ ନିଜର ପରାଜୟ ଜାଣିପାରି ଲୋକଙ୍କୁ କେବଳ ଠକିବାରେ ଲାଗିଛି ବିଜେପି । ପଦ୍ମପୁର ର ଜନତା ଭଲଭାବରେ ଜାଣନ୍ତି ଯେ ବିଜୁ ଜନତା ଦଳ ଓ ମୁଖ୍ୟମନ୍ତ୍ରୀ କଥାରେ ନୁହେଁ କାମରେ ବିଶ୍ୱାସ କରନ୍ତି । ଏଣୁ ବିଜେପି ଲୋକଙ୍କୁ ମିଛ କଥା କହି ଭଣ୍ଡେଇବା ବନ୍ଦ କରୁ ବୋଲି କହିଛନ୍ତି ଶ୍ରୀ ସିଂ ।
ଏହି ସଭାରେ ଜିଲ୍ଲା ପରିଷଦ ସଦସ୍ୟ ବାସନ୍ତୀ ବାଲମ ସ୍ବାଗତ ଭାଷଣ ପ୍ରଦାନ କହିଥିଲେ ଯେ , ବିଜୟ ରଞ୍ଜନ ସିଂ ବରିହାଙ୍କ ପ୍ରାୟସ ରେ ଚର୍ଦାପାଲି ଗ୍ରାମ ପଂଚାୟତର ବିକାଶଧାରା ବୋହି ଚାଲିଛି ।ନିଜର ଅଭିଭାଷଣରେ ରେ ଶ୍ରୀ ସିଂ କହିଥିଲେ ଯେ , ଅଙ୍ଗନଦୀରେ ପୋଲ,ଦେବଦର୍ହା ଶୈବପୀଠର ସୌନ୍ଦର୍ଯ୍ୟକରଣ ,ରାସ୍ତା ନିର୍ମାଣ କାର୍ଯ୍ୟ ତ୍ବରାନ୍ବିତ କରାଯାଉଛି । ଏହି ଅଂଚଳରେ ବିକାଶ ଦ୍ରୁତ ଗତିରେ ହେଉଛି ଓ ଆଗାମୀ ଦିନରେ ଆହୁରି ଅନେକ କାର୍ୟ୍ଯ ସମ୍ପାଦନ କରାଯିବ ।। ଏଠାରେ ସୂଚନାଯୋଗ୍ୟ ଯେ , ଏହି ଅଂଚଳର ଏକ ମୁଖ୍ୟ ସମସ୍ୟା ଥିଲା ଅଙ୍ଗନଦୀରେ ଏକ ପୋଲ ନିର୍ମାଣ । ସ୍ବର୍ଗତ ବିଧାୟକ ଙ୍କର ପ୍ରୟାସ ଓ ତଦକାଳୀନ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଅବଦାନ ଅତି ପ୍ରଶଂସନୀୟ । ଏହିଭଳି ଦେବଦର୍ହା ଶୈବ ପୀଠ ଉନ୍ନତି କରଣ ନିଶ୍ଚିତ ଭାବରେ ପ୍ରଶଂସନୀୟ ଉଦ୍ୟମ । ଏଣୁ ଏହି ବିକାଶ ଧାରାକୁ ଆହୁରି ଗତି ପ୍ରଦାନ କରିବା ନିମନ୍ତେ ବର୍ଷା ଙ୍କୁ ଭୋଟ ଦେବା ପାଇଁ ଉପସ୍ଥିତ ନେତୃ ମଣ୍ଡଳୀ ନିନେଦନ କରିଥିଲେ ।