ଜଗତସିଂହପୁର / ରାକେଶ କୁମାର ରାୟ :- ଜଗତସିଂହପୁର ପୌରାଞ୍ଚଳ ୧୪ ନଂ ୱାର୍ଡ ଚାଟରା ଗ୍ରାମର ଲୋକନାଥ ଦାସ ଆଜକୁ ପ୍ରାୟ ଦୁଇ ବର୍ଷ ହେବ ମେରୁଦଣ୍ଡ ରୋଗରେ ପୀଡିତ ହୋଇ ନିଜ ଘର ବିଛଣାରେ ପଡିରହିଛନ୍ତି । ଲୋକନାଥ ଜଣେ ଗରିବ ଦଳିତ ଦିନ ମଜୁରୀଆ । ମଜୁରି ଲାଗିଲେ ପରିବାର ପ୍ରତି ପୋଷଣ କରୁଥିଲେ । ଲୋକନାଥଙ୍କ ଦେହ ଅସୁସ୍ଥ ହୋଇପଡିବାରୁ ତାଙ୍କ ପରିବାର ଭାଂଗି ପଡିଥିବା ସମୟରେ ଆଶିର୍ବାଦ ସେବା ସଂଗଠନ ସଭାପତି ଜଗନ୍ନାଥ ବେହେରା ଏବଂ ତାଙ୍କ ଗ୍ରାମର ପାରିଷଦ ରାଜେନ୍ଦ୍ର କୁମାର ବିଶୋଇ ତାଙ୍କୁ ସାହାଯ୍ୟ ସହଯୋଗ କରିବା ପାଇଁ ତାଙ୍କ ଘରେ ପହଞ୍ଚି ତାଙ୍କ ପରିବାରକୁ ପ୍ରତିଶୃତି ଦେଇଥିଲେ । ପୂର୍ବରୁ ଜିଲ୍ଲାପାଳଙ୍କୁ ମଧ୍ୟ ସଂଗଠନ ପକ୍ଷରୁ ଲୋକନାଥ ଙ୍କୁ ଚିକିତ୍ସା ପାଇଁ ସରକାରୀ ସହାୟତା ପାଇଁ ଦାବି ପତ୍ର ଦିଆଯାଇଥିଲା । ଆଜି ପୌରପରିଷଦ ତରଫରୁ ଲୋକନାଥ ଙ୍କ ଝିଅକୁ ସ୍ବର୍ଣ୍ଣ ଲିପି ଦାସ ଙ୍କୁ ଡକାଇ ପୌର ଉପାଧ୍ୟକ୍ଷ ରାଜେନ୍ଦ୍ର ବିଶୋଇ ଏକ ହୁଇଲ୍ ଚେୟାର ପ୍ରଦାନ କରିଛନ୍ତି । ହୁଇଲ୍ ଚେୟାର ପ୍ରଦାନ ସମୟରେ ପୌର ଉପାଧ୍ୟକ୍ଷ ରାଜେନ୍ଦ୍ର କୁମାର ବିଶୋଇ, ଆଶିର୍ବାଦ ସେବା ସଂଗଠନ ସଭାପତି ଜଗନ୍ନାଥ ବେହେରା ଓ ଚିନ୍ମୟ କାଣ୍ଡି ପ୍ରମୁଖ ଉପସ୍ଥିତ ଥିଲେ ।
Sign in
Sign in
Recover your password.
A password will be e-mailed to you.