ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ଅଗ୍ରଣୀ ଆଧୁନିକ ନୃତ୍ୟ ଅନୁଷ୍ଠାନ ମିରାକଲ ଡ୍ୟାନ୍ସ ଷ୍ଟୁଡିଓ ପକ୍ଷରୁ ସ୍ଥାନୀୟ ଗୁଣ୍ଡିଚାବାଡି ପଡିଆ ଠାରେ ମିରାକଲ ନାଇଟ ଚତୁର୍ଥ ସଂସ୍କରଣ ଆଧୁନିକ ନୃତ୍ୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।
କାର୍ଯ୍ୟକ୍ରମକୁ ରାଜକୁମାରୀ କଲ୍ୟାଣୀ ଗଜପତି ଉଦଘାଟନ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଗଜପତି ଆରକ୍ଷୀ ଅଧିକ୍ଷକ ଶ୍ରୀ ଜୟରାମ ଶତପଥି ସମ୍ମାନିତ ଅତିଥି ଭାବେ ପୌରାଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ , ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜଙ୍କ ସହ ଅନୁଷ୍ଠାନ ନିର୍ଦ୍ଦେଶକ ଶୁଭେନ୍ଦୁ ମୋହନ ସେନାପତି ଉପସ୍ଥିତ
ମଞ୍ଚାସୀନ ଥିଲେ।
ଦ୍ଵିତୀୟ ପର୍ଯ୍ୟାୟରେ ଓଡ଼ିଆ ସିନେମା ଅଭିନେତା ଚନ୍ଦନ ଅଭିନେତ୍ରୀ ସ୍ନିଗ୍ଧା ଓ ହାସ୍ୟ ଅଭିନେତା ରବି କୁମାର ଯୋଗ ଦେଇ ଆଗକୁ ଆସୁଥିବା ସିନେମା ବିଷୟରେ ସଂକ୍ଷେପରେ କହିବା ସହ ଉପାନ୍ତ ଅଞ୍ଚଳରେ ଆୟୋଜିତ କାର୍ଯ୍ୟକ୍ରମ ଓ ଅନୁଷ୍ଠାନକୁ ଭୂୟସୀ ପ୍ରଶଂସା କରିଥିଲେ।
ପୁର୍ବରୁ ଆୟୋଜିତ ନୃତ୍ୟ ପ୍ରତିଯୋଗୀତାରେ କନିଷ୍ଠ ବିଭାଗ, ଯୁବ ବିଭାଗ , ବରିଷ୍ଠ ବିଭାଗ , ମହିଳା ବିଭାଗରେ ଏକକ , ଦ୍ବୈତ୍ୟ ଓ ଦଳଗତ ଭାବେ ବିଭିନ୍ନ ଜିଲ୍ଲାର ପ୍ରାୟ ୧୨୦ ଜଣ କଳାକାର ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ। ସେମାନଙ୍କ ମଧ୍ୟରୁ ପ୍ରଥମ ସ୍ଥାନ ଓ ଦ୍ଵିତୀୟ ସ୍ଥାନ ହାସଲ କରିଥିବା କଳାକାର ମାନଙ୍କୁ ପୁରସ୍କାର ସହ ଅର୍ଥ ରାଶି ପ୍ରଦାନ କରାଯାଇଥିଲା।
ଏହି ଅବସରରେ ସଙ୍ଗୀତ କ୍ଷେତ୍ରରେ ଗୁରୁ ରଘୁନାଥ ପାତ୍ର , ମଞ୍ଚ ଅଭିନୟ ପାଇଁ ସୁବାଷ ଚନ୍ଦ୍ର ଦାସ , ସାରସ୍ଵତ କ୍ଷେତ୍ର ରେ ବିଚିତ୍ରା ନନ୍ଦ ବେବର୍ତ୍ତା , ମଞ୍ଚ ନିର୍ଦ୍ଦେଶନା ପାଇଁ ଦେବେନ୍ଦ୍ର ଦାସଙ୍କୁ ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ବର୍ଦ୍ଧନା ଦିଆଯାଇଥିଲା। ଅନୁଷ୍ଠାନର ଶିଶୁ କଳାକାରଙ୍କ ସମେତ ଅତିଥି କଳାକାର ମାନେ ଦୀର୍ଘ ଦିନ ପରେ ଆଧୁନିକ ନୃତ୍ୟ କାର୍ଯ୍ୟକ୍ରମ ପରିବେଷଣ କରିଥିବାରୁ ବିଳମ୍ୱିତ ରାତି ପର୍ଯ୍ୟନ୍ତ
ହଜାର ହଜାର ଦର୍ଶକ ଉପସ୍ଥିତ ଥିଲେ। ସମସ୍ତ କାର୍ଯ୍ୟକ୍ରମକୁ ଶୁଭ୍ରାଂଶୁ ଶେଖର ପଟ୍ଟନାୟକ , ଅବିର ଭୂଷଣ ପଣ୍ଡା , ବିଷ୍ଣୁପ୍ରିୟା ଜେନା ପରିଚାଳନା କରିଥିଲେ।
Sign in
Sign in
Recover your password.
A password will be e-mailed to you.