ଆମୱେ ଇଣ୍ଡିଆ ଏହାର ପ୍ରିମିୟମ ସ୍କିନ୍‍ କେୟାର ବ୍ରାଣ୍ଡ୍‍ ଆର୍ଟିଷ୍ଟ୍ରିକୁ ଭିଜିବ୍‍ଲି ହେଲ୍‍ଦି ବିୟୁଟି ଭାବରେ ପୁନଃସ୍ଥାପିତ କରୁଛି

0
  • ଆର୍ଟିଷ୍ଟ୍ରି ସ୍କିନ୍‍ ନ୍ୟୁଟ୍ରିସନ୍‍ ଲାଇନ୍‍ ସହିତ ସ୍କିନ୍‍ ନ୍ୟୁଟ୍ରିସନ୍‍ ବିଭାଗକୁ ପ୍ରବେଶ କଲା

  • ଫାଇଡୋନ୍ୟୁଟ୍ରିଣ୍ଟ୍‍ସ୍‍କୁ ନେଇ ସ୍ୱତନ୍ତ୍ର ଆଣ୍ଟି-ଏଜିଂ ବର୍ଗର ପୁନଃନବିକରଣ ଏବଂ ଫାର୍ମିଂ ସମାଧାନ ସେଟ୍‍ ସମୃଦ୍ଧ ହୋଇଛି

ଭୁବନେଶ୍ୱର: ଶରୀର ସୁସ୍ଥ ରହିବା ପାଇଁ ଯେଭଳି ପୋଷକ ଆବଶ୍ୟକ, ସେହିଭଳି ତ୍ୱଚା ପାଇଁ ପୋଷକ ଲୋଡା ବିଚାରଧାରା ସହିତ ଆଗକୁ ବଢି ଦେଶର ଅନ୍ୟତମ ଅଗ୍ରଣୀ ଏଫ୍‍ଏମସିଜି ଡାଇରେକ୍ଟ-ସେଲିଂ କମ୍ପାନୀ ଆମୱେ ଇଣ୍ଡିଆ ଆର୍ଟିଷ୍ଟ୍ରି ସ୍କିନ୍‍ ନ୍ୟୁଟ୍ରିସନ୍‍ ସହିତ ତ୍ୱଚା ପୋଷଣ ବିଭାଗକୁ ପ୍ରବେଶ ସହିତ ତାହାର ପ୍ରିମିୟମ ସ୍କିନ୍‍ କେୟାର ବ୍ରାଣ୍ଡ୍‍ ଆର୍ଟିଷ୍ଟ୍ରିକୁ ଭିଜିବ୍‍ଲି ହେଲ୍‍ଦି ବିୟୁଟି ଭାବରେ ପୁନଃସ୍ଥାପିତ କରିବା ସମ୍ପର୍କରେ ଘୋଷଣା କରିଛି । ଏହା ବଜାର ପ୍ରବେଶର ପ୍ରଥମ ପର୍ଯ୍ୟାୟରେ କମ୍ପାନୀ ଆଣ୍ଟି ଏଜିଂ ବର୍ଗର ରିନ୍ୟୁଇଂ ଏବଂ ଫାର୍ମିଂ ସମାଧାନ ସେଟ୍‍ ପ୍ରଚଳନ କରିଛି । ଏହି ନୂଆ ବର୍ଗ ସ୍କିନ୍‍କେୟାରର ଊର୍ଦ୍ଧ୍ୱକୁ ଯାଇ ବିଜ୍ଞାନ ଓ ପ୍ରକୃତିର ଶକ୍ତି ସମ୍ମିଶ୍ରଣରେ ତ୍ୱଚାକୁ ପୋଷଣ ଯୋଗାଇବ । ଏହି ଉତ୍ପାଦଗଡିକ ନ୍ୟୁଟ୍ରିଲାଇଟ୍‍ ଫାର୍ମଗୁଡିକରୁ ଉଦ୍ଭିଦ ଭିତ୍ତିକ ବଟାନିକାଲ୍‍ରେ ସମୃଦ୍ଧ ହୋଇଛି ଏବଂ ଏହା ପାରାବିନ୍‍-ମୁକ୍ତ, ଏହି ଉଦ୍ଭିଦଜାତ ସ୍କିନ୍‍ କେୟାର ଲାଇନ୍‍ ଅତ୍ୟାଧୁନିକ ତ୍ୱଚା ବିଜ୍ଞାନରେ ସମୃଦ୍ଧ ହୋଇଛି ଏବଂ ଉନ୍ନତ ପ୍ରସ୍ତୁତି ପ୍ରକ୍ରିୟା ଏହାକୁ ଶୁଦ୍ଧ, ନିରାପଦ ଓ ଫଳପ୍ରଦ ଭାବରେ ସୁନିଶ୍ଚିତ କରାଉଛି ।
ବ୍ରାଣ୍ଡ୍‍ର ପୁନଃସ୍ଥାପନା ଏବଂ ନୂତନ ବଜାର ପ୍ରବେଶ ସମ୍ପର୍କରେ ପ୍ରକାଶ କରି ଅଜୟ ଖାନ୍ନା, ସିଏମ୍‍ଓ, ଆମୱେ ଇଣ୍ଡିଆ କହିଛନ୍ତି, “ଆଜିର ସ୍ୱାସ୍ଥ୍ୟ ସଚେତନ ଉପଭୋକ୍ତାମାନେ ଅଧିକରୁ ଅଧିକ ଏଭଳି ଉତ୍ପାଦ ଚାହୁଛନ୍ତି ଯାହା ପୋଷକ ତତ୍ତ୍ୱରେ ସମୃଦ୍ଧ ହୋଇଥିବ । ଦୀର୍ଘ ୮୦ ବର୍ଷରୁ ଅଧିକ କାଳ ଧରି ପୋଷଣ କ୍ଷେତ୍ରରେ ଉଦ୍ଭିଦ ଭିତ୍ତିକ ଆଭିମୁଖ୍ୟର ଏକ ସମୃଦ୍ଧ ପରାମ୍ପରା ବଳରେ ନ୍ୟୁଟ୍ରିଲାଇଟକୁ ନେଇ ଆମର ପୋଷଣ କ୍ଷେତ୍ରରେ ଥିବା ବିଶେଷ ଜ୍ଞାନକୁ ଉପଯୋଗ କରି ବିଜ୍ଞାନର ସର୍ବୋତ୍ତମ ନିଷ୍କର୍ସ ଏବଂ ଆମର ନ୍ୟୁଟ୍ରିଲାଇଟ୍‍ ଫାର୍ମଗୁଡିକରୁ ଉଦ୍ଭିଦର ଉପାଦାନ ସଂଗ୍ରହ ଜରିଆରେ ପ୍ରକୃତିର ସର୍ବୋତ୍ତମ ଗୁଣକୁ ସମନ୍ୱିତ କରି ଆମକୁ ଏହି ସ୍କିନ୍‍କେୟାର ବର୍ଗ ଉପସ୍ଥାପନ କରିବା ଏକ ସ୍ୱାଭାବିକ ପ୍ରୟାସ ଥିଲା ଏବଂ ତାହା ଭିଜିବ୍‍ଲି ହେଲ୍‍ଦି ବିୟୁଟି ଭାବରେ ପୁନଃସ୍ଥାପିତ ହୋଇଛି । ଆର୍ଟିଷ୍ଟ୍ରି ସ୍କିନ୍‍ ନ୍ୟୁଟ୍ରିସନ୍‍ ଲାଇନର ପ୍ରଥମ ପର୍ଯ୍ୟାୟ ବଜାର ପ୍ରବେଶ ନେଇ ଆମେ ଆନନ୍ଦିତ ଅଛୁ, ଯେଉଁଥିରେ ଆଣ୍ଟି ଏଜିଂ ବର୍ଗର ସାତଟି ଉତ୍ପାଦ ରହିଛି । ସେଗୁଡିକ ନ୍ୟୁଟ୍ରିଲାଇଟ୍‍ ଏବଂ ଆର୍ଟିଷ୍ଟ୍ରି ତ୍ୱଚା ବିଜ୍ଞାନ କ୍ଷେତ୍ରରେ ବିଶେଷ ଜ୍ଞାନର ସମ୍ମିଶ୍ରଣ ହୋଇଛି । ତାହାସହିତ ଭାରତରେ ଆଣ୍ଟି-ଏଜିଂ ବଜାର ଆଗାମୀ ପାଞ୍ଚବର୍ଷ ମଧ୍ୟରେ ସିଏଜିଆର୍‍ ୮.୮.୪% ହାରରେ ବୃଦ୍ଧି ଘଟିବା ଆକଳନ କରାଯାଇଛି, ଯାହା ଏହି ଶ୍ରେଣୀ ନିମନ୍ତେ ବିପୁଳ ସୁଯୋଗ ଓ ସମ୍ଭାବନା ରହିଥିବା ସୂଚନା ଦେଉଛି ।”
ସେ ପୁନଶ୍ଚ କହିଥିଲେ ଯେ, “ବିଗତ କିଛିବର୍ଷ ମଧ୍ୟରେ ସାମଗ୍ରିକ ସ୍ୱାସ୍ଥ୍ୟକୁ ନେଇ ଉଚ୍ଚତର ସଚେତନତା ପରିଲକ୍ଷିତ ହେଉଛି ଯାହା ଭିଜିବ୍‍ଲି ହେଲ୍‍ଦି ସ୍କିନ ନିମନ୍ତେ ଏକ ଅନ୍ତର୍ନିହିତ ଆବଶ୍ୟକତାରେ ବୃଦ୍ଧି ଘଟାଇଛି । ୮୦%ରୁ ଅଧିକ ଭାରତୀୟ ଉପଭୋକ୍ତା ରସାୟନ-ମୁକ୍ତ, ନିରାମିଷ ଏବଂ ଉଦ୍ଭିଦ ଭିତ୍ତିକ ପୋଷକର ସମ୍ମିଶ୍ରଣରେ ପ୍ରସ୍ତୁତ ସୌନ୍ଦର୍ଯ୍ୟ ଉତ୍ପାଦକୁ ପସନ୍ଦ କରୁଥିବାରୁ ଭାରତରେ ଗୁଣାତ୍ମକ ହେଲ୍‍ଦି ବିୟୁଟି ଉତ୍ପାଦର ବିପୁଳ ବଜାର ସୁଯୋଗ ରହିଛି । ନ୍ୟୁଟ୍ରିସନ୍‍ରେ ଆମର ସମୃଦ୍ଧି ଅଭିଜ୍ଞତାକୁ ନେଇ ଆମେ ଦୃଢ ଆସ୍ଥାବାନ୍‍ ଯେ ଏହି ନୂଆ ବର୍ଗର ଉତ୍ପାଦଗୁଡିକ ଆମ ଗ୍ରାହକମାନଙ୍କର ତ୍ୱଚାଯତ୍ନ ଉତ୍ପାଦ କ୍ଷେତ୍ରରେ ଥିବା ଅପୂରଣ ଆବଶ୍ୟକତାକୁ ପୂରଣ କରିପାରିବ ।”
ଆମୱେ ଇଣ୍ଡିଆ ଏହାର ଆମୱେ ଡାଇରେକ୍ଟ ସେଲିଂ ସହଭାଗୀଙ୍କ ପାଇଁ ଶିକ୍ଷଣୀୟ ଅଧିବେଶନ ସହିତ ସୌନ୍ଦର୍ଯ୍ୟ କ୍ଷେତ୍ରରେ ସ୍ୱାସ୍ଥ୍ୟ ସଚେତନ ଉପଭୋକ୍ତାଙ୍କ ମଧ୍ୟରେ ଏହି ବର୍ଗର ଉତ୍ପାଦ ସମ୍ପର୍କରେ ସଚେତନତା ସୃଷ୍ଟି ନିମନ୍ତେ ସ୍ୱତନ୍ତ୍ର ଭାବରେ ଦୃଷ୍ଟି ନିବଦ୍ଧ କରୁଥିବା ଜନସମ୍ପର୍କ ଏବଂ ସାମାଜିକ ଗଣମାଧ୍ୟମ ପ୍ରଚାର ଅଭିଯାନ ଜରିଆରେ ଆର୍ଟିଷ୍ଟ୍ରି ସ୍କିନ୍‍ ନ୍ୟୁଟ୍ରିସନ୍‍ର ବଜାର ପ୍ରବେଶକୁ ସମର୍ଥନ କରିବ ।

Leave A Reply

Your email address will not be published.