ଶ୍ରମ ଓ ରୋଜଗାର ମନ୍ତ୍ରାଳୟର ମିଡ଼ିଆ ପ୍ରଶିକ୍ଷଣ ଶିବିର ।

0

ଅସ୍ତରଂଗ(ଦୁଃଶାସନ ନାୟକ) : ପୁରୀ ଜିଲ୍ଲା କୋଣାର୍କ ର ଆର୍କଶ୍ରୀ ଠାରେ କେନ୍ଦ୍ରସରକାର ଙ୍କର ରାଷ୍ଟ୍ରୀୟ ଶ୍ରମିକ ଶିକ୍ଷ୍ୟା ଓ ବିକାଶ ବୋର୍ଡ ଆନୁକୁଲ୍ୟରେ ସୋମବାର ଦିନ ପୁରୀ ଜିଲ୍ଲା ର କାର୍ଯ୍ୟରତ ସାମ୍ବାଦିକ ମାନଙ୍କ ନିମନ୍ତେ ଏକ ଦିନିକିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇ ଯାଇ ଅଛି । ଏହି ସିବିରକୁ ଅତିଥି ମାନେ ପ୍ରଦୀପ ପ୍ରଯୋଳନ୍ କରି ଉଦ୍ଘାଟନ କରିବା ପରେ ଏହାର ଭୁବନେଶ୍ୱର ର ଆଞ୍ଚଳିକ ନିର୍ଦ୍ଦେଶକ ସସ୍ମିତା ଭଟ୍ଟ ସାମ୍ବାଦିକ ମାନଙ୍କ ପାଇଁ କେନ୍ଦ୍ର ସରକାର ଗ୍ରହଣ କରିଥିବା ମାଜେଥିଆ ମଜୁରୀ ବୋର୍ଡ ଓ ତାହାର ପରିଚାଳନା,କିପରି କାର୍ଯ୍ୟକାରୀ ହେବ , ମାଜେଥିଆ ମଜୁରିବୋର୍ଡ କାର୍ଯ୍ୟ କାରି ହେଲେ,ସାମ୍ବାଦିକ ମାନଙ୍କ ଭୂମିକା କଣ ରହିବ,ଯଦି ଏହି ବୋର୍ଡ ଲେବକୋର୍ଟ ରେ ମିଶିବ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ସଂଜ୍ଞା କଣ ରହିବ ସେ ବିଷୟରେ ଆଲୋଚନା କରିବା ସହ,ଏହି ଶିବିର କେନ୍ଦ୍ରସରକାରଙ୍କର ଲେବର ସେକ୍ରେଟାରୀ ଆରତିଆହୁଜା ଙ୍କ ନିର୍ଦ୍ଦେଶ କ୍ରମ ଅନୁଷ୍ଠିତ ହେଉଛି ବୋଲି ପ୍ରକାଶ କରିଥିଲେ । ଶିକ୍ଷାଧିକାରୀ ପ୍ରକାଶ ଚନ୍ଦ୍ର ମିଶ୍ର,ବସନ୍ତ କୁମାର ପାତ୍ର,ଆଦି ସାମ୍ବାଦକମାନଙ୍କ ର ପେନସନ ଯୋଜନା ,ଚିହ୍ନଟ ପ୍ରକ୍ରିୟା ,ସ୍ୱାସ୍ଥ ସହାୟତା ରାଶି ବୃଦ୍ଧି,ସାମ୍ବାଦିକ ମାନଙ୍କ ବିପଦ ସଙ୍କୁଳ କାର୍ଯ୍ୟ , ମାଜେଥିଆ ମଜୁରୀ ବୋର୍ଡ ଆଦି ଉପରେ ନିଜ ନିଜର ମତ ରଖି, ଆପଣ ମାନଙ୍କ ଦ୍ବାରା କରାଯାଇ ଥିବା ଦାବୀ କେନ୍ଦ୍ରସରକାର ଙ୍କର ନିକଟରେ ଉପସ୍ଥାପନ କରାଯିବ ବୋଲି କହି ଥିଲେ । ଏଥିରେ ଜାଗେଶ୍ୱୋରି ଯୁବ ପରିଷଦ ନିମାପଡ଼ା ର ସମ୍ପାଦକ ନକୁଳ ସ୍ୱାଇଁ,ଅର୍କଶ୍ରି ସମ୍ପାଦକ ଉମେଶ ସ୍ୱାଇଁ,ବରିଷ୍ଟ ସାମ୍ବାଦିକ,ବୁଲୁ ସାହୁ, ଦୁଷାସନ ନାୟକ,ସଞ୍ଜୟ ପତି, ଭାଗିରଥି ସ୍ୱାଇଁ,ଅବନୀ ବାରିକ,ମାନସ ରଞ୍ଜନ ପାତ୍ର,ଭାରତୀ ଭୂଷଣ ଉପାଧ୍ୟାୟ,ଅକ୍ଷୟ ରାଉତ, ଅକ୍ଷୟ ନାୟକ ,ଆଦି ସାମ୍ବାଦିକ ଆଲୋଚନାରେ ଭାଗ ନେଇ ଥିଲେ ।ଏହି ସିବିରରେ ପୁରୀ ଜିଲ୍ଲାର ୮୦ରୁ ଉର୍ଦ୍ଧ ସାମ୍ବାଦିକ ଯୋଗଦେଇଥିଲେ ।

Leave A Reply

Your email address will not be published.