ଜଗତସିଂହପୁର,/ସୁମନ୍ତ କୁମାର ଦାସ:ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖସ୍ଥ ଭାରତରତ୍ନ ବାବା ସାହେବ ଡ଼ଃ ଭୀମରାଓ ରାମଜୀ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ଦଳିତ ବିକାଶ ପରିଷଦ ତରଫରୁ ମାଲ୍ୟାର୍ପଣ କରିବା ସହିତ ୭୩ ତମ ଭାରତୀୟ ସମ୍ଭିଧାନ ଦିବସ ପାଳନ କରାଯାଇଛି l ବାବା ସାହେବ ୬ଟି ଭାଷାରେ ବ୍ୟୁପତି କରିଥିବାରୁ ସେ ଏକାଧାରାରେ ଜଣେ ଆନ୍ତର୍ଜାତୀୟ ବିଦ୍ଵାନ, ଦକ୍ଷ ଆଇନିଜ୍ଞ, ରାଜନୈତିଜ୍ଞ,ସମ୍ଭିଧାନବିତ, ମହାନ ସମାଜ ସାଙ୍କାରକ ଓ ଦାର୍ଶନିକ ଥିଲେ l ତାଙ୍କୁ ଆଧୁନିକ ଭାରତର ମନୁ ବୋଲି କୁହାଯାଏ । ବାବା ସାହେବ କେନ୍ଦ୍ର ସରକାରଙ୍କ ଆଇନ ମନ୍ତ୍ରୀ ଥିବାବେଳେ ୧୯୪୭ ମସିହା ଅଗଷ୍ଟ ୨୯ ତାରିଖରେ ସମ୍ବିଧାନ ଲେଖା ଆରମ୍ଭ କରି ୧୯୪୯ ମସିହା ନଭେମ୍ବର ୧୪ ତାରିଖରେ ଶେଷ କରିଥିଲେ l ଉକ୍ତ ସମ୍ବିଧାନ ଲେଖିବାକୁ ତାଙ୍କୁ ଦୀର୍ଘ ୨ ବର୍ଷ ୧୧ ମାସ ୧୭ ଦିନ ସମୟ ଲାଗିଥିଲା l ତାଙ୍କ ଦ୍ୱାରା ଲିଖିତ ସମ୍ଭିଧାନ ୨୬ ନଭେମ୍ବର ୧୯୪୯ ମସିହାରେ ଦେଶର ଶାସନଵିଧି ପ୍ରଣୟନ ସମ୍ବିଧାନ ସଭାରେ ଭାରତର ପ୍ରଥମ ରାଷ୍ଟ୍ରପତି ଡ଼ଃ ରାଜେନ୍ଦ୍ର ପ୍ରସାଦଙ୍କ ଦ୍ୱାରା ଗୃହୀତ ହୋଇଥିଲା, ଏବଂ ତାହା ୨୬ ଜାନୁୟାରୀ ୧୯୫୦ ମସିହାରେ କାର୍ଯ୍ୟକାରୀ କରାଯାଇଥିଲା l ସମ୍ବିଧାନ ହେଉଛି ରାଷ୍ଟ୍ରର ସମସ୍ତ କ୍ଷମତାର ଉତ୍ସ l ଗୋଟିଏ ସ୍ୱାଧୀନ ରାଷ୍ଟ୍ର ସମ୍ବିଧାନ ଅନୁସାରେ ପରିଚାଳିତ ହୁଏ l ସଂସଦ ବା ବିଧାନମଣ୍ଡଳ କିଭଳି ଭାବରେ ଗଠିତ ହୋଇ କେଉଁ କେଉଁ କ୍ଷମତା ଉପଭୋଗ କରିବ, କାର୍ଯ୍ୟପାଳିକା ପରିଚାଳିତ ହୋଇ ନିଜ କର୍ତବ୍ୟ ସମ୍ପାଦନ କରୁଛନ୍ତି । ୧୯୭୯ ମସିହା ଠାରୁ ଉକ୍ତ ଦିବସକୁ “ଜାତୀୟ ଆଇନ ଦିବସ ” ଭାବରେ ପାଳନ ହୋଇଆସୁଥିଲା l ସ୍ୱାଧୀନତାର ୧୮ ତମ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ଦାମୋଦର ଦାସ ଭାଇ ମୋଦି ୧୯ ନଭେମ୍ବର ୨୦୧୫ ମସିହାରେ ଉକ୍ତ ଦିନକୁ ଭାରତୀୟ ଜାତୀୟ “ସମ୍ବିଧାନ”ଦିବସ ରୂପେ ପାଳନ କରିବାକୁ ଗେଜେଟ୍ ନୋଟିଫିକେସନ୍ କରିଥିଲେ ଏବଂ ସେହି ଦିନଠାରୁ ଏହି ରାଷ୍ଟ୍ର ଅକ୍ଷୟ ଓ ଅନିନଶ୍ଵର । ସେହିପରି ବାବା ସାହେବ ଡଃ ଭୀମରାଓ ରାଜାଜୀ ଆମ୍ବେଦକର ଜାତୀୟ ଇତିହାସରେ ଅବିସ୍ମରଣୀୟ ବ୍ୟକ୍ତି ରୂପେ ଚିରଦିନ ରହିଥିବେ l
Sign in
Sign in
Recover your password.
A password will be e-mailed to you.