ଝାରବନ୍ଧ/ମନୋହର ଦାସ: ପଦ୍ମପୁର ଉପ ନିର୍ବାଚନ ପାଇଁ ପ୍ରମୁଖ ଦାବୀ ମଧ୍ୟରେ ପଦ୍ମପୁର ଉପଖଣ୍ଡ କୁ ସ୍ୱତନ୍ତ୍ର ଜିଲ୍ଲା ମାନ୍ୟତା ପ୍ରମୁଖ ରହିଛି l ଏଥି ପାଇଁ ଏହି ଦାବିକୁ ବିପୁଳ ସଂଖ୍ୟାରେ ସମର୍ଥନ ଜଣାଉଛନ୍ତି l ଏହି କ୍ରମରେ ଝାରବନ୍ଧ ରେ କଲେଜ ଛାତ୍ର ଛାତ୍ରୀ ମାନଙ୍କର ଏକ ଶୋଭାଯାତ୍ରା ବାହାରି ଗ୍ରାମ ପରିକ୍ରମା ପରେ ବ୍ଲକ ରେ ପହଂଚି ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟେଶରେ ଦାବୀ ପତ୍ର ପ୍ରଦାନ କରାଯାଇଛି l ଏଥିରେ କ୍ରିୟାନୁଷ୍ଠାନ କମିଟିର ଆବାହକ ଆଇନଜୀବୀ ଅଜିତ ଶତପଥିଙ୍କ ନେତୃତ୍ୱରେ ଓକିଲ ସଂଘର ସଭାପତି ଉମେଶ ସାହୁ, ପ୍ରମୋଦ ମିଶ୍ର, ଆଶିଷ ମିଶ୍ର, ରମେଶ ମହାପାତ୍ର, କୁମାର ଗୌରବ ବେହେରା, ରାକେଶ ଅଗ୍ରୱାଲ, କୁସୁମ ପ୍ରଧାନ, ଦୀପକ ସାହୁ ପ୍ରମୁଖ ଶୋଭାଯାତ୍ରାରେ ଯୋଗଦେଇ ଦାବୀ ଜଣାଇଥିଲେ।
Sign in
Sign in
Recover your password.
A password will be e-mailed to you.