ଯୁବକଙ୍କୁ ଥାନାରେ ମାଡ ମାରିଥିବା ଅଭିଯୋଗ ରେ ବୀରମିତ୍ରପୁର ଥାନା ଅଧିକାରୀଙ୍କ ସୁନ୍ଦରଗଡ଼ କୁ ବଦଳି

0 2

ରାଉରକେଲା/ବୀରମିତ୍ରପୁର(ବସନ୍ତ କୁମାର ଜେନା): ଯୁବକଙ୍କୁ ଥାନାରେ ଥାର୍ଡ ଡିଗ୍ରୀ ଦେବା ଅଭିଯୋଗ ହେବା ଘଟଣାରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ପଶ୍ଚିମାଞ୍ଚଳ ଡିଆଇଜି ନୀତି ଶେଖର ହାତୀବାରି ଥାନାର ଏଏସ୍ଆଇ ସୁଶାନ୍ତ ପାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ତାଙ୍କୁ ହାତୀବାରି ଥାନାରୁ ସୁନ୍ଦରଗଡ଼ ରିଜର୍ଭକୁ ବଦଳି କରାଯାଇଛି। ସଂଧ୍ୟା ସୁଦ୍ଧା ସୁନ୍ଦରଗଡ଼ ରିଜର୍ଭରେ ଯୋଗଦେବାକୁ କୁହାଯାଇଛି। ଏଏସ୍‌ଆଇ ସୁଶାନ୍ତ ପାତ୍ରଙ୍କୁ ଥାନାରୁ ରିଲିଭ୍‌ କରିବାକୁ ଡିଆଇଜି ଶ୍ରୀ ଶେଖର ହାତୀବାରି ଥାନା ଅଧିକାରୀ ବୀରକିଶୋର ମଲ୍ଲିକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପୁଲିସ ଉଚ୍ଚ ଅଧିକାରୀଙ୍କ ଏଭଳି ତ୍ବରିତ ପଦକ୍ଷେପକୁ ମାଡର ଶିକାର ଅଭିଯୋଗକାରୀ ଯୁବକ ଓ ତାଙ୍କ ପରିବାରକୁ ଅସ୍ବସ୍ତି ଆଣି ଦେଇଛି। ଏଥିପାଇଁ ସେମାନେ ପଶ୍ଚିମାଞ୍ଚଳ ଡିଆଇଜି ଶ୍ରୀ ଶେଖରଙ୍କୁ ଧନ୍ୟବାଦ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଗତ ୧୮ ତାରିଖ ସଂଧ୍ୟାରେ ଅଭିଯୋଗକାରୀ ଆଦିତ୍ୟ ମିଶ୍ରା ହାତୀବାରି ଟାଉନକୁ ଦୁଗ୍ଧ ଆଣିବାକୁ ଯାଇଥିଲେ। ଦୁଗ୍ଧ ନେଇ ମୋଟର ବାଇକ୍‌ରେ ଘରକୁ ଫେରୁଥିଲେ। ରାଜାବସ୍ତି ନିକଟରେ କୌଣସି କାରଣରୁ ଗାଡିର ନିୟନ୍ତ୍ରଣ ହରାଇ ଏକ କାର୍‌ କୁ ଧକ୍କା ଦେଇଥିଲେ। ଭୁଲ୍‌ ଥିବାରୁ ତାଙ୍କୁ ସ୍ଥାନୀୟ ଲୋକ ଘେରି ଗାଳିଗୁଲଜ୍‌ କରିବା ସହ ମାଡ଼ ମାରିଥିଲେ। ହଠାତ୍‌ ସାଧା ପୋଷାକରେ ଥିବା ଜଣେ ପୁଲିସ ବାବୁ ପହଞ୍ଚି ତାଙ୍କୁ ଚାପୁଡା ମାରିଥିଲେ। ସାଧା ପୋଷାକରେ ଥିବାରୁ ପୁଲିସକୁ ବୋଲି ଚିହ୍ନି ନ ପରିବାର ସେ ଠେଲି ଦେଇଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ପୁଲିସ ବାବୁ ତାଙ୍କୁ ଜୋରଜବରଦସ୍ତ ଗାଡ଼ିରେ ବସାଇ ଥାନାକୁ ନେଇଯାଇଥିଲେ। ଥାନା ଭିତରେ ଦୁଇ ପୁଲିସ କର୍ମଚାରୀ ତାଙ୍କୁ ଜାବୁଡି ଧରିଥିଲେ। ଅନ୍ୟ ଜଣେ ପୁଲିସବାବୁ ତାଙ୍କୁ ଲାଠିରେ ମାଡ଼ ମାରିଥିଲେ ବୋଲି ଅଭିଯୋଗ ହୋଇଥିଲା। ସେ ଓ ତାଙ୍କ ପତ୍ନୀ ଛାଡିଦେବାକୁ ଯେତେ କାକୁତିମିନତୀ ହୋଇଥିଲେ ହେଁ ତିନି ପୁଲିସ ମଧ୍ୟରୁ କେହି ଜଣେ ହେଲେ ଶୁଣି ନଥିଲେ ବୋଲି କୁହା ଯାଉଛି। ପେଟ, ପିଠି, ଗୋଡକୁ ପିଟି ଚାଲିଥିଲେ। ଏତିକିରେ ପୁଲିସବାବୁଙ୍କ ରାଗ ଶାନ୍ତ ପଡି ନଥିଲା। ରାଗି କରି ତାଙ୍କ ସମ୍ବେଦନଶୀଳ ଅଙ୍ଗକୁ ଲାତ ଓ ଗୋଇଠା ମାରିଥିବା ଅଭିଯୋଗ ହୋଇଥିଲା। ପ୍ରଥମେ ଏ ବାବଦରେ ବିରମିତ୍ରପୁର ଏସ ଡି ପି ଓ ଙ୍କ ନିକଟରେ ଅଭିଯୋଗ ହୋଇଥିଲା। ଏହି ଘଟଣାର ତଦନ୍ତ ଚାଲିଥିବା ବେଳେ ଏ ଏସ ଆଇ ବଦଳି ହୋଇଛି।

Leave A Reply

Your email address will not be published.