୨ନଂ ଜୋନରେ ୱାର୍ଡସ୍ତରୀୟ ସମୀକ୍ଷା: ପଦଯାତ୍ରା ସାଙ୍ଗକୁ ଘରଘର ବୁଲି ଭୋଟ ଭିକ୍ଷା

0

ପଦ୍ମପୁର : ପଦ୍ମପୁର ଉପନିର୍ବାଚନ ଅବସରରେ ୨ନଂ ଜୋନ୍ ଦାୟିତ୍ଵ ରେ ଥିବା ବିଜୁ ଜନତା ଦଳର ବରିଷ୍ଠ ପର୍ଯ୍ୟବେକ୍ଷକ ତଥା ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରତାପ ଜେନାଙ୍କ ଅଧ୍ୟକ୍ଷତାରେ ଆଜି ମେଲଛାମୁଣ୍ଡା ଗ୍ରାମପଞ୍ଚାୟତରେ ଅର୍ଥମନ୍ତ୍ରୀ ଶ୍ରୀଯୁକ୍ତ ନିରଞ୍ଜନ ପୂଜାରୀ , ବିଧାୟକ ଦେବେଶ ଆଚାର୍ଯ୍ୟ, ରାଜ୍ୟ ବିଜୁ ଜନତା ଦଳର ସାଧାରଣ ସମ୍ପାଦକ ସଞ୍ଜିତ ମହାନ୍ତିଙ୍କ ଉପସ୍ଥିତିରେ ପଞ୍ଚାୟତର ସରପଞ୍ଚ,ସମିତି ସଭ୍ୟ,ନେତୃମଣ୍ଡଳୀଙ୍କ ସହିତ ସମସ୍ତ ୱାର୍ଡ କର୍ମକର୍ତ୍ତାଙ୍କ ଗହଣରେ ଆଗାମୀ ଭୋଟଦାନ ପୂର୍ବରୁ ଦଳୀୟ ସ୍ଥିତିକୁ ୱାର୍ଡସ୍ତରୀୟ ସମୀକ୍ଷା କରିଛନ୍ତି। ଏହି ବୈଠକରେ ନେତୃବୃନ୍ଦ ଉପସ୍ଥିତ କର୍ମକର୍ତ୍ତା ଓ କର୍ମୀଙ୍କୁ ଦଳୀୟ ପ୍ରାର୍ଥୀ ବର୍ଷାରାଣୀଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ବିଜୟୀ କରାଇବା ପାଇଁ ପରାମର୍ଶ ଦେଇଥିଲେ | ସୂଚନାଯୋଗ୍ୟ ଯେ ପଦ୍ମପୁର ବ୍ଲକ ଜୋନ ୨ରେ ଲଗାତାର ଭାବେ ଶ୍ରୀ ଜେନାଙ୍କ ନେତୃତ୍ୱରେ ପଦଯାତ୍ରା କରି ଓ ଘର ଘର ବୁଲି ବର୍ଷାଙ୍କ ପାଇଁ ଭୋଟ ଭିକ୍ଷା କରି ଆସୁଛନ୍ତି ଦଳୀୟ ନେତୃବୃନ୍ଦ |

Leave A Reply

Your email address will not be published.