“ପରାଜୟ ଆଶଙ୍କାରେ ରକ୍ତମୁଖା ହୋଇଛି ବିଜେପି, ଭିଆଉଛି ହିଂସା “

0

ବିଧାୟକ ସୁଶାନ୍ତ ସିଂଙ୍କୁ ଆବଶ୍ୟକ ସୁରକ୍ଷା ଯୋଗାଇଦେବା ପାଇଁ ଦାବି କଲା ବିଜେଡି

ଭୁବନେଶ୍ୱର : “ନିର୍ବାଚନୀ ହିଂସା ଭିଆଇବା ବିଜେପିର ପୁରୁଣା ଅଭ୍ୟାସ | ଏବେ ବି ନିଶ୍ଚିତ ପରାଜୟ ଆଶଙ୍କାରେ ପଦମପୁର ଉପନିର୍ବାଚନରେ ହିଂସାତ୍ମକ ଆକ୍ରମଣ କରିବାକୁ ଉଦ୍ୟମ କରୁଛି ବିଜେପି | ବିଜେଡି ସମର୍ଥକଙ୍କ ଉପରେ ଆକ୍ରମଣ କରିବାକୁ ପଛଘୁଞ୍ଚା ଦେଉନାହିଁ | ” ତେଣୁ ବିଜେପିରେ ଥିବା ଅପରାଧିକ ତତ୍ତ୍ୱଙ୍କ ଉପରେ ସତର୍କ ଦୃଷ୍ଟି ରଖିବା ସହବିଜେଡି ବିଧାୟକ ସୁଶାନ୍ତ ସିଂଙ୍କୁ ଆବଶ୍ୟକ ସୁରକ୍ଷା ଯୋଗାଇ ଦେବା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ସାକ୍ଷାତ କରି ଦାବି କରିଛି ବିଜେଡି ପ୍ରତିନିଧିଦଳ |
ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ସାକ୍ଷାତ କରି ବିଜେଡି ପ୍ରତିନିଧି ଦଳ ପ୍ରଦାନ କରିଥିବା ସ୍ମାରକ ପାତ୍ରରେ ଦର୍ଶାଇଛନ୍ତି ଯେ, ୨୦୧୮ ବିଜେପୁର ଉପନିର୍ବାଚନରେ ବିଜେପିର ଦୁଇଜଣ ତାରକା ପ୍ରଚାରକ ବିଜେଡି ବିଧାୟକ ସୁଶାନ୍ତ ସିଂହଙ୍କ ଭାଇଙ୍କୁ ଆକ୍ରମଣ କରିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲା ହସ୍ପିଟାଲକୁ ସ୍ଥାନାନ୍ତର କରିବାକୁ ପଡିଥିଲା | ସେମାନେ ଏବେ ବେଲ୍‌ରେ ଅଛନ୍ତି। ଏଥରକ ବି ବିଧାୟକ ସୁଶାନ୍ତ ସିଂହଙ୍କ ଉପରେ ଆକ୍ରମଣ ପାଇଁ ସେ ଦୁଇଜଣ ଷ୍ଟାର ପ୍ରଚାରକ ଯୋଜନା କରୁଛନ୍ତି।
ତେଣୁ ବିଧାୟକ ସୁଶାନ୍ତ ସିଂହଙ୍କ ସୁରକ୍ଷା ବୃଦ୍ଧି କରିବାକୁ ନିର୍ବାଚନ ଅଧିକାରୀଙ୍କୁ ଦାବି ଜଣାଇଛି ବିଜେଡି। ରାଜ୍ୟସଭା ସାଂସଦ ସସ୍ମିତ ପାତ୍ରଙ୍କ ନେତୃତ୍ବରେ ଅତିରିକ୍ତ ସିଇଓଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିବା ବିଜେଡି ପ୍ରତିନିଧି ମଣ୍ଡଳୀରେ ଓମପ୍ରକାଶ ସାହୁ, ଡ଼ ହରିଶ ଚୌଧୁରୀ,ତୁମ୍ବନାଥ ପଣ୍ଡା, ପ୍ରିୟବ୍ରତ ମାଝୀ, ଇପ୍ସିତା ସାହୁ, ଜ୍ୟୋତ୍ସ୍ନାମୟୀ ପରିଡା, ମଧୁସ୍ମିତା ନାୟକ, ସ୍ଵାଗତିକା ମହାନ୍ତି ପ୍ରମୁଖ ସାମିଲ ଥିଲେ |

Leave A Reply

Your email address will not be published.