ରକ୍ତହୀନତା ଦୂର କରିବା ପାଇଁ ଜିଲ୍ଲାରେ ଆରମ୍ଭ ହେଲା “ଅମ୍ଳାନ”

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗାନ୍ଧୀ ସ୍ମୃତି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଜିଲ୍ଲାରେ ମହିଳା ଓ ଶିଶୁ ମାନଙ୍କ ଠାରେ ରକ୍ତହୀନତା ଦୂର କରିବା ତଥା ଏନିମିଆ ମୁକ୍ତ ଲକ୍ଷ୍ୟ ଅଭିଯାନ ପାଇଁ “ଅମ୍ଳାନ” କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ପ୍ରଦୀପ କୁମାର ପାତ୍ର ଯୋଗ ଦେଇଥିବା ବେଳେ
ଜିଲ୍ଲା ଜନ ସ୍ଵାସ୍ଥ୍ୟ ଅଧିକାରୀ ଏମ୍ ଏମ୍ ଅଲ୍ଲୀ , ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଏସ୍ ତିରୁପତି , ୭ନମ୍ବର ୱାର୍ଡ କାଉନସିଲର ଧରିତ୍ରୀ ଶବର , ଡିପିଏମ୍ ସୋମ୍ୟରାଣୀ ଗୌଡ଼ ପ୍ରମୁଖ ମଞ୍ଚାସୀନ ଥିଲେ।
ଅମ୍ଳାନ କାର୍ଯ୍ୟକ୍ରମ ଓଡ଼ିଶାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କରିଛନ୍ତି। ରକ୍ତ ହୀନତା ଦୂର କରିବା ପାଇଁ ରାଜ୍ୟ ସରକାରଙ୍କ ଅଭିନବ ପ୍ରୟାସ। ଆନିମିଆ ମୁକ୍ତ ଲକ୍ଷ୍ୟରେ ଏହି କାର୍ଯ୍ୟକ୍ରମ କରାଯାଇଛି। ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ କର୍ମଚାରୀ , ସ୍ୱାସ୍ଥ୍ୟ ବିଭାଗର ନେତ୍ରାନନ୍ଦ ଶତପଥୀ, ସାଇ ପ୍ରସାଦ ପ୍ରମୁଖ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।
ଏହି କାର୍ଯ୍ୟକ୍ରମରେ ଏ ଏନ୍ ଏମ୍ ଏସ୍ . ଅରୁଣା ରାଣୀ ଏବଂ ଶ୍ରୀମତୀ ଆରତୀ ବେବର୍ତ୍ତା ପ୍ରମୁଖ ବିଦ୍ୟାଳୟ ଛାତ୍ରଛାତ୍ରୀ ମାନଙ୍କ ହିମୋଗ୍ଲୋବିନ ପରୀକ୍ଷା କରିଥିବା ବେଳେ ଏଥିରେ ଆଶାକର୍ମୀ ଶ୍ରୀମତୀ ପି. ନିହାରିକା , ରଞ୍ଜିତା ପ୍ରଧାନ , ଏ. ପାର୍ବତୀ ଏବଂ ଶ୍ରୀମତୀ ତୃପ୍ତିମୟୀ ପଟ୍ଟନାୟକ ପ୍ରମୁଖ ସହଯୋଗ କରିଥିଲେ।

Leave A Reply

Your email address will not be published.