ଜଗତସିଂହପୁର,/ସୁମନ୍ତ କୁମାର ଦାସ: ଆଜି ପୂର୍ବାହ୍ନରେ ସ୍ଥାନୀୟ ଆଦିକବି ସାରଳା ଦାସ ସଂସ୍କୃତି ଭଵନ ପରିସରରେ ୟୁନିୟନ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏବଂ ଅଗ୍ରଣୀ ବ୍ୟାଙ୍କ, ଜଗତସିଂହପୁର ମିଳିତ ଆନୁକୂଲ୍ୟରେ ରିଜର୍ଭ ବ୍ୟାଙ୍କ ଦ୍ୱାରା ନିୟନ୍ତ୍ରିତ ସଂସ୍ଥାର ଅଭିଯୋଗ ନିରାକରଣ ପଦ୍ଧତି ଏବଂ ରିଜର୍ଭ ବ୍ୟାଙ୍କ ସମନ୍ୱିତ ଲୋକପାଳ ଯୋଜନା ୨୦୨୧ ସଂପର୍କିତ ଏକ ସଚେତନତା କର୍ମଶାଳା ଆୟୋଜିତ ହୋଇଯାଇଛି l ଏହି କର୍ମଶାଳାରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ଜିଲ୍ଲାପରିଷଦ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ରୁଦ୍ରନାରାୟଣ ଦାଶ କହିଲେ ବର୍ତ୍ତମାନ ବ୍ୟଙ୍କିଙ୍ଗ ସେକ୍ଟରରେ ବ୍ୟାପକ ପରିବର୍ତ୍ତନ ହୋଇଛି l ପୂର୍ବରୁ ଚୋରମାନେ ଘରେ ପଶି ଟଙ୍କା ପଇସା ଚୋରି କରୁଥିଲେ l ଆଜିକାଲି ଡିଜିଟାଲ ଯୁଗରେ ଆପଣଙ୍କ ମୋବାଇଲର ଫେସବୁକ ଇନ୍ଷ୍ଟାଗ୍ରାମ ଓ ହ୍ଵାଟ୍ସଆପ ଆଦିର ଟିକିନିକି ବିବରଣୀ ରେକର୍ଡ ହୋଇ ରହୁଛି l ସତର୍କ ରହିଲେ ସାଇବର ଠକେଇରୁ ବଞ୍ଚିପାରିବା l ଏହି କର୍ମଶାଳାରେ ଯୋଗଦେଇ ଅଗ୍ରଣୀ ବ୍ୟାଙ୍କ ମ୍ୟାନେଜର ଶ୍ରୀ ଚିନାରା ବାପୁଜୀ ସୁବୁଦ୍ଧି ଯୋଗଦେଇ କହିଲେ ପ୍ରତ୍ୟେକ ମା ଭଉଣୀ, କଷ୍ଟମର ସତର୍କ ରହିଲେ ବ୍ୟାଙ୍କ ଠକେଇରୁ ବଞ୍ଚିପାରିବେ l ବିଫଳ ଡିଜିଟାଲ ନେଣଦେଣରେ ଆପଣଙ୍କର କାଟିଥିବା ରାଶି ଆପଣ ବ୍ୟବହାର କରିଥିବା କ୍ରେଡିଟ କାର୍ଡ, ଡେବିଟ କାର୍ଡ, ପିପିଆଇ, ବ୍ୟାଙ୍କ ଆକାଉଣ୍ଟରେ ଫେରସ୍ତ ହୋଇଯିବ l ଯଦି ବିଫଳ ହୋଇଥିବା ନେଣଦେଣ ଟଙ୍କା ଫେରସ୍ତ ନ ହୁଏ ତେବେ ଆପଣ ଅନଲାଇନରେ ଆର. ନି. ଆର., ସି. ଏମ. ଏସ. ପୋଟ୍ରାଲରେ ଅଭିଯୋଗ କରିପାରିବେ l କର୍ମଶାଳାରେ ସହକାରୀ ସାଧାରଣ ପରିଚାଳକ, ନାବାଡ଼ ଶ୍ରୀ ବିଶ୍ଵଭୂଷଣ ମହାନ୍ତି, ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ,ଜଗତସିଂହପୁର ଶ୍ରୀ ସୁଶାନ୍ତ ସୁନୀଲ ଅଧିକାରୀ, ୟୁନିୟନ ବ୍ୟାଙ୍କ ଅଫ୍ ଇଣ୍ଡିଆ ମୁଖ୍ୟ ପରିଚାଳକ ଏସ.ଏସ. ଦେହୁରୀ, ୟୁକୋବ୍ୟାଙ୍କ ଏଫ.ଏଲ.ସି ଶ୍ରୀ ନବଜନ ପୃଷ୍ଟି ପ୍ରମୁଖ ଯୋଗଦେଇ ଡିଜିଟାଲ ବ୍ୟଙ୍କିଙ୍ଗ ଫଣ୍ଡ କିପରି ହୁଏ ଓ ଏଥିରୁ କିପରି ସତର୍କ ରହିବାକୁ ହୁଏ, ସେ ସଂପର୍କରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋକପାତ କରିଥିଲେ l ଏହି କର୍ମଶାଳାରେ ୟୁନିୟନ ବ୍ୟାଙ୍କ ମ୍ୟାନେଜର ସ୍ୱାଧୀନ ସିହ୍ନା, ସହକାରୀ ମ୍ୟାନେଜର, ସ୍ୱୟଂ ସହାୟକ ଦଳ, ଜନସାଧାରଣ ଉପସ୍ଥିତ ଥିଲେ l
Sign in
Sign in
Recover your password.
A password will be e-mailed to you.
Prev Post