ଡକାୟତି ଉଦ୍ୟମ କରୁଥିବା ବେଳେ ପୋଲିସ ର ଚଢ଼ାଉ : 8 ଜଣ ଙ୍କୁ ଗିରଫ ସହ କୋର୍ଟ ଚାଲାଣ

0

(ନିଶ୍ଚିନ୍ତକୋଇଲି-ଦେବେନ୍ଦ୍ର ଷଡ଼ଙ୍ଗୀ)-କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଅଂଚଳରେ ଡକାୟତ ଯୋଜନା କରୁଥିବା ବେଳେ ପୋଲିସ ବିଶେଷ ସୂତ୍ର ରୁ ଖବର ପାଇ ଆଇଆଇସି ଚିନ୍ମୟୀ ସାହୁଙ୍କ ନିର୍ଦେଶ ରେ ଏସ ଆଇ ଅନୀଲ କୁମାର ନାୟକ, ସଦାଶିବ ଧୀର, ଏଏସ ଆଇ କୁନାଲ ଚନ୍ଦ୍ର ସାମଲ, ନେତୃତ୍ୱରେ ଏକ ଟିମ ପଂଚାୟତ ପ୍ରହଲ୍ଲାଦ କଲେଜ ପଛପଟେ ବସି ସାଲେପୁର /ନିଶ୍ଚିନ୍ତକୋଇଲି ଅଂଚଳରେ ଏକ ଜ୍ଵଏଲାରୀ ଦୋକାନ ରୁ ଡକାୟତି ଉଦ୍ୟମ କରୁଥିବା ବେଳେ ଚଢ଼ାଉ କରି 8 ଜଣ ଙ୍କୁ ଗିରଫ କରିଛି l ତାଙ୍କ ଠାରୁ 2ଟି ବାଇକ ମଧ୍ୟରୁ ୟାମା ଫେଜର ଅନ୍ୟଟି ୟମା ଫେସିନ ସ୍କୁଟି। 4ଟି ଜୀବନ୍ତ ବୋମା,1ଟି ଖେଳନା ବନ୍ଧୁକ, 2ଟି ଖଣ୍ଡା,2ଟି କଟୁରି, 1ଟି ରଡ଼, 5ଟି ମୋବାଇଲ, 2ଟି ଖାଲି ମଦ ବୋତଲ,1500 ଟଙ୍କା,1 ପ୍ୟାକେଟ ଲଙ୍କା ଗୁଣ୍ଡ,1ଟି ଦିଆସିଲି,1ଟି ଗୁଟକା ପ୍ୟାକେଟ, ପୋଲିସ ଜବତ କରିବା ସହ ଆଜି ତାଙ୍କ ନାମରେ ମାମଲା ରୁଜୁ କରି କେଶ ନଂ202/22 ରୁଜୁ କରି କୋର୍ଟ ଚାଲାଣ କରାଯାଇଛି । ଏହାକୁ ସାମ୍ବାଦିକ ସମ୍ମିଳନୀରେ କଟକ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ  କୃଷ୍ଣପ୍ରସାଦ ପଟ୍ଟନାୟକ ପ୍ରକାଶ କରିଛନ୍ତି l

Leave A Reply

Your email address will not be published.