ବରତୁଣ୍ଡା ରେ ବର୍ଷା ଙ୍କର ମାରାଥନ ପ୍ରଚାର

0

ପଦ୍ମପୁର ବାସୀଙ୍କର ନବୀନ ଙ୍କର ପ୍ରତି ବିଶ୍ଵାସ , ବିଜୟ ଙ୍କର ପ୍ରତି ଶ୍ରଦ୍ଧା ଓ ବର୍ଷା ଙ୍କର ପ୍ରତି ଆଶୀର୍ବାଦ ରହିଛି :- ଅମରେଶ ପତ୍ରି

ବରଗଡ :- ପିତାଙ୍କ ମୃତ୍ୟୁ ପରେ ପଦ୍ମପୁର ଉପନିର୍ବାଚନ ପାଇଁ ବିଜୁ ଜନତା ଦଳର ପ୍ରାର୍ଥୀ ବର୍ଷା ରାଣୀ ସିଂ ବରିହା ଙ୍କର ପ୍ରଚାର ଜୋରଦାର ଚାଲିଛି । ପ୍ରତ୍ୟେକ ଦିନ ସକାଳୁ ବାହାରି ବିଳମ୍ବିତ ରାତ୍ର ପର୍ଯ୍ୟନ୍ତ ବର୍ଷା ପ୍ରଚାର କରିବା ସହିତ ସମସ୍ତଙ୍କୁ ତାଙ୍କୁ ଆଶୀର୍ବାଦ କରିବା ପାଇଁ ନିବେଦନ କରିଛନ୍ତି । ଏହିକ୍ରମ ରେ ଆଜି ବର୍ଷା ପାଇକମାଲ ବ୍ଲକ ବରତୁଣ୍ଡା ପଞ୍ଚାୟତ ରେ ର ଗ୍ରାମ ଗୁଡିକରେ ଲୋକଙ୍କୁ ଭେଟିଥିଲେ । ପ୍ରଥମେ ଗନ୍ଧମାର୍ଦ୍ଦନ ପର୍ବତର ପାଦଦେଶରେ ଅବସ୍ଥିତ ମୋତିପାଳି ଗ୍ରାମରୁ ନିଜର ପ୍ରଚାର ଆରମ୍ଭ କରି ପୁରେନା , ବାଦୀଵାହଲ , ଭୂଇଁଖାଏର , ବରତୁଣ୍ଡା , ଆଦି ଗ୍ରାମକୁ ଯାଇ ଗାଁ ବୁଲିବା ସହିତ ଲୋକଙ୍କୁ ଆଶୀର୍ବାଦ ଭିକ୍ଷା କରିଥିଲେ । ଏଠାରେ ସୂଚନାଯୋଗ୍ୟ ଯେ ବର୍ଷା ଙ୍କର ବରତୁଣ୍ଡା ଆସିବା ଜାଣିବାକୁ ପାଇଲା ପରେ ଲୋକଙ୍କ ମନରେ ବର୍ଷା ଙ୍କୁ ଭେଟିବା ପାଇଁ ପ୍ରବଳ ଆଗ୍ରହ ଦେଖା ଦେଉଥିଲା । ଗ୍ରାମକୁ ପହଂଚିବା ମାତ୍ରେ ଗ୍ରାମର ମହିଳା ମାନେ ବର୍ଷା ଙ୍କର ଗୋଡ଼ ଧୋଇ ବନ୍ଦାପନା କରି ଫୁଲମାଳ ଦେଇ ଭବ୍ୟ ସ୍ୱାଗତ ଜରୁଥିଲେ । ଅନେକ ସ୍ଥାନରେ ବୟସ୍କା ମାଁ ମାନେ ବର୍ଷା କୋଳେଇ ନେଇ ଆଦର କରି ଆଶୀର୍ବାଦ ଦେଉଥିବା ଦେଖିବାକୁ ମିଳିଛି ।

ଆଜି ବର୍ଷା ଙ୍କର ଧୂଆଁଧାର ପ୍ରଚାର ସମୟରେ ମନ୍ତ୍ରୀ ଟୁକୁନି ସାହୁ , ମନ୍ତ୍ରୀ ରିତା ସାହୁ , ପୂର୍ବତନ ମନ୍ତ୍ରୀ ତଥା ନୟାଗଡ଼ ବିଧାୟକ ଡାକ୍ତର ଅରୁଣ କୁମାର ସାହୁ , ବିଧାୟକ ଶ୍ରୀ ପ୍ରଣବ ବଲବନ୍ତରାୟ , ବରଗଡ଼ ଜିଲ୍ଲାପାରିଷଡ଼ ଅଧ୍ୟକ୍ଷା ମାନିନୀ ଭୋଇ , ଉଠାଜଳସେଚନ ନିଗମ ର ଅଧ୍ୟକ୍ଷ ଶ୍ରୀ ଅମରେଶ ପତ୍ରି , ବଲାଙ୍ଗୀର ତୁଶ୍ରା ଅଧ୍ୟକ୍ଷ ଶ୍ରୀ ଅଜୟ କୁମାର ଜୈଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀ ତଥା ରାଜ୍ୟ ସରକାର ଙ୍କର ଉପରେ ପଦ୍ମପୁର ବାସୀଙ୍କ ବିଶ୍ୱାସ , ସ୍ବର୍ଗତ ବିଜୟ ରଞ୍ଜନ ସିଂ ବରିହା ଙ୍କର ପ୍ରତି ଶ୍ରଦ୍ଧା ଓ ବର୍ଷା ଙ୍କର ପ୍ରତି ପଦ୍ମପୁର ବାସୀ ଙ୍କର ଆଶୀର୍ବାଦ ରହିଛି । ଅଞ୍ଚଳ ବାସୀ ସତ ଓ ମିଛ ଭିତରେ ଫରକ ଭଲ ଭାବରେ ଜାଣନ୍ତି ତେଣୁ ଆଗାମୀ ନିର୍ବାଚନ ରେ ଲୋକେ ବର୍ଷା ସିଂ ବରିହା ଙ୍କୁ ବିପୁଳ ଭୋଟ ବ୍ୟବଧାନ ରେ ବିଜୟୀ କରାଇବେ ଏଥିରେ ତିଲେମାତ୍ର ସନ୍ଦେହ ନାହିଁ ବୋଲି ଉଠାଜଳସେଚନ ନିଗମର ଅଧ୍ୟକ୍ଷ ଶ୍ରୀ ଅମରେଶ ପତ୍ରି କହିଛନ୍ତି ।

Leave A Reply

Your email address will not be published.