ବରିଷ୍ଠ ଶିକ୍ଷକ ତ୍ରିନାଥ ପଟ୍ଟନାୟକଙ୍କ ବିୟୋଗ

0

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପୁରୁଣା ପାଟଣା ମଣ୍ଡଳ ଦଶରଥପୁରୁ ଗ୍ରାମରେ କାର୍ଯ୍ୟରତ ଥିବା ଶ୍ରୀକରଣ ସାହି ପାରଳାଖେମୁଣ୍ଡି ସ୍ଥାୟୀ ବାସିନ୍ଦା ତ୍ରିନାଥ ପଟ୍ଟନାୟକଙ୍କ ଅକାଳ ବିୟୋଗ ମାତ୍ର ୫୩ବର୍ଷ ବୟସରେ କିଡନି ସଂକ୍ରମିତ ରୋଗରେ ମୃତ୍ୟୁ ହୋଇଯାଇଛି।
ମୃତ୍ୟୁ ସମୟକୁ ତାଙ୍କୁ ୫୩ବର୍ଷ ବୟସ ପଦାର୍ପଣ କରିଥିଲେ। ସେ ଜଣେ ଆନ୍ଧ୍ରର ଜଣେ ବରିଷ୍ଠ ଓଡ଼ିଆ ଶିକ୍ଷକ ତଥା ଓଡ଼ିଆ ସାହିତ୍ୟ ସଂସ୍କୃତି ପରମ୍ପରାର ସାଧକ ଥିଲେ। ବିଛିନ୍ନା ଅଞ୍ଚଳରେ ଓଡ଼ିଆ ଭାଷାକୁ ଜନାଦୃତ କରି ଓଡ଼ିଆ ଶିକ୍ଷକ ସଂଘର ଆବାହକ ଥିଲେ।
ତାଙ୍କର ଦେହାନ୍ତରେ ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ (ଗଜପତି) ବିଚିତ୍ରାନନ୍ଦ ବେବର୍ତ୍ତା , ଆନ୍ଧ୍ର ପ୍ରଦେଶ ଓଡ଼ିଆ ଶିକ୍ଷକ ସଂଘ , ସୋମନାଥ ପଟ୍ଟନାୟକ ,ପ୍ରେମାନନ୍ଦ ପଟ୍ଟନାୟକ , ରବି ଚୌଧୁରୀ , ସୂର୍ଯ୍ୟନାରାୟଣ ପଟ୍ଟନାୟକ , ହରିଚରଣ ପଟ୍ଟନାୟକ , ବିଜୟ ପଟ୍ଟନାୟକ , ବୀରକିଶୋର ପଟ୍ଟନାୟକ , ଶ୍ରୀମତୀ ଟିକି ପଟ୍ଟନାୟକ(ଗୋପିଲି) , ସନ୍ତୋଷ ପାତ୍ର , ରୋଷନ ପାତ୍ର , ଚନ୍ଦ୍ରଶେଖର ପଟ୍ଟନାୟକ ପ୍ରଭୃତି ଘୋର ଦୁଃଖ ପ୍ରକାଶ କରିଛନ୍ତି।

Leave A Reply

Your email address will not be published.