(ନିଶ୍ଚିନ୍ତକୋଇଲି-ଦେବେନ୍ଦ୍ର ଷଡ଼ଙ୍ଗୀ)- ନିଶ୍ଚିନ୍ତକୋଇଲି ବ୍ଲକ ଦାଉଦପୁର ଗ୍ରାମ ପଞ୍ଚାୟତ ବଗୁଲିପଡ଼ା ଓ ଚାନ୍ଦପୁର ଗ୍ରାମବାସୀ ଙ୍କ ସହଯୋଗରେ ମା ବୁଢ଼ୀ ଜାଗୁଳାଇ ଙ୍କ ପୀଠରେ ଶ୍ରୀ ଶ୍ରୀ ଶଙ୍କଟମୋଚନ ହନୁମାନଜୀଉ ଙ୍କ 3ୟ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି l ଶନିବାର ଦିନ ଶତାଧିକ ଶ୍ରଦ୍ଧାଳୁ ଭକ୍ତମାନେ ନଇଁଗୁଆଁ ସାଇ ମନ୍ଦିର ଘାଟରୁ କଳସି ରେ ପାଣି ଆଣି ଯଜ୍ଞ ସ୍ଥଳରେ ସ୍ଥାପନ କରିଥିଲେ l ଫଳରେ ସମାଜର କଲ୍ୟାଣ ପାଇଁ ସମଗ୍ର ଅଞ୍ଚଳ ହରିବୋଲ, ହୁଳହୁଳି, ଘଣ୍ଟ, ଶଙ୍ଖ ଧ୍ଵନି ରେ ପ୍ରକମ୍ପିତ ହୋଇ ଉଠିଥିଲା l ଏହି ଯଜ୍ଞ ରେ ପୂଜକ ଭାବେ ପ୍ରଶାନ୍ତ ପଣ୍ଡା ଏବଂ ଅନ୍ନଦା ପ୍ରସାଦ ଷଢଙ୍ଗୀ ବେଦ ପାଠ କରିଥିଲାବେଳେ କର୍ତ୍ତା ଭାବେ ଦୁର୍ୟୋଧନ ଜେନା, ବ୍ରଜବନ୍ଧୁ ସ୍ୱାଇଁ ବସିଥିଲେ l ଏହି କାର୍ଯ୍ୟକ୍ରମ ରେ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କ ନିର୍ଦେଶ କ୍ରମେ ପୂର୍ବତନ ଜିଲ୍ଲା ପରିଷଦ ହିମାଂଶୁଶେଖର ମହାନ୍ତି, ପୂର୍ବତନ ସରପଞ୍ଚ ଦିବାକର ସାହୁ, ସରପଞ୍ଚ ଲଳିତେନ୍ଦୁ ବିଶୋଇ, ସମିତିସଭ୍ୟ ଆଶିଷ କୁମାର ମହାନ୍ତି ପ୍ରମୁଖ ଯୋଗଦାନ କରି ସହଯୋଗ କରିଥିଲେ l ସେହପରି ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ ହେମନ୍ତ କୁମାର ମହାନ୍ତି,ନରେଶ କୁମାର ଦାସ, ପ୍ରଶାନ୍ତ କୁମାର ସାମଲ, ୱାର୍ଡମେମ୍ବର ଧନେଶ୍ୱର ମଳିକ, ବିଭୁତିଭୂଷଣ ସ୍ୱାଇଁ, ଶିଶିର ସାମଲ , ଅଚ୍ୟୁତାନନ୍ଦ ସିଂ,ପ୍ରକାଶ ସ୍ୱାଇଁ,ଅନାମ ଚରଣ ମଲ୍ଲ, ଅଜୟ ସ୍ୱାଇଁ, ପ୍ରଭାତ ମହାରଣା, ଗୌରାଙ୍ଗ ସ୍ୱାଇଁ, ମଳୟ ସିଂ, ସରୋଜ ସ୍ୱାଇଁ, ବିନୋଦ କୁମାର ସାମଲ ଙ୍କ ସମେତ ବଗୁଲିପଡା ଚାନ୍ଦପୁର ଗ୍ରାମବାସୀଙ୍କ ସହଯୋଗରେ ପବିତ୍ର ବିଶ୍ୱଶାନ୍ତି ମହାଯଜ୍ଞ ଉତ୍ସବ ଆନନ୍ଦ ଉଲ୍ଲାସର ସହ ଅନୁଷ୍ଠିତ ହୋଇଯାଇଛି l ଏହି ଯଜ୍ଞ ଉତ୍ସବ ର ପୂର୍ଣ୍ଣାହୁତି ଉତ୍ସବ ସୋମବାର ଦିନ ଅନୁଷ୍ଠିତ ହେବ ବୋଲି ଅନୁଷ୍ଠାନ ସୂତ୍ରରୁ ପ୍ରକାଶ l
Sign in
Sign in
Recover your password.
A password will be e-mailed to you.