ବୈଜୟନ୍ତଙ୍କ ମଣିଷପଣିଆ : ତାଙ୍କ ଉଦ୍ୟମରେ ଦୁବାଇରୁ ଫେରିଲା ଓଡିଆ ଯୁବକଙ୍କ ମରଶରୀର

0

ଭୁବନେଶ୍ବର- ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପସଭାପତି ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମରେ ଦୁବାଇରେ ଫସିଥିବା ମୃତ ଓଡିଆ ଯୁବକ ନାରାୟଣ ବେହେରାଙ୍କ ମରଶରୀର ଆଜି ଅପରାହ୍ନରେ ଭୂବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛି। ନାରାୟଣଙ୍କ ମରଶରୀର ଭାରତ ଫେରାଇ ଆଣିବାପାଇଁ ଶ୍ରୀ ପଣ୍ଡା ଦୁବାଇରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କୁ ଏକ ପତ୍ର ଲେଖି ନିବେଦନ କରିଥିଲେ।
ସୂଚନାଯୋଗ୍ୟ, କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ଅନ୍ତର୍ଗତ ବରପଦା ଗ୍ରାମର ମାଧବ ବେହେରାଙ୍କ ପୁଅ ନାରାୟଣ ୧୫ ବର୍ଷ ହେବ ଦୁବାଇ ଠାରେ ଏକ ଘରୋଇ କମ୍ପାନୀରେ କାମ କରୁଥିଲେ। ଗତ ନଭେମ୍ବର ୩ ତାରିଖରେ କୌଣସି କାରଣରୁ ତାଙ୍କର ସେଠାରେ ମୃତ୍ୟୁ ହୋଇଥିବା ନାରାୟଣଙ୍କ ଭାଇ ଗୋବିନ୍ଦ ପରିବାର ଲୋକଙ୍କୁ ଜଣାଇଥିଲେ।  ନାରାୟଣଙ୍କ ପିତା ମରଶରୀରକୁ ଅନ୍ତିମ ସଂସ୍କାର ପାଇଁ ତାଙ୍କ ଗ୍ରାମକୁ ଫେରାଇ ଆଣିବା ପାଇଁ ପୂର୍ବତନ ବିଧାୟକ ତଥା ବିଜେପି କଟକ ଜିଲ୍ଲା ସଭାପତି ଶ୍ରୀ ପ୍ରକାଶ ବେହେରାଙ୍କ ଜରିଆରେ ଶ୍ରୀ ପଣ୍ଡାଙ୍କ ହସ୍ତକ୍ଷେପ ଲୋଡିଥିଲେ। ଅନୁରୋଧକ୍ରମେ ଶ୍ରୀ ପଣ୍ଡା ଭାରତୀୟ ରାଷ୍ଟ୍ରଦୂତଙ୍କୁ ଏକ ପତ୍ର ଲେଖି ମରଶରୀରକୁ ଭାରତ ଫେରାଇ ଆଣିବା ପାଇଁ ବ୍ୟବସ୍ଥା କରିବାକୁ ନିବେଦନ କରିଥିଲେ। ନାରାୟଣଙ୍କ ମରଶରୀର ଭୂବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବା ପରେ ଶ୍ରୀ ପଣ୍ଡାଙ୍କ କାର୍ଯ୍ୟାଳୟ ତରଫରୁ ଶ୍ରଦ୍ଧାଞ୍ଜଳି ଅପର୍ଣ କରାଯିବା ସହ ପରିବାର ଲୋକଙ୍କୁ ମରଶରୀର ହସ୍ତାନ୍ତର କରିଥିଲେ। ଶ୍ରୀ ପଣ୍ଡାଙ୍କ ତ୍ବରିତ ହସ୍ତକ୍ଷେପ ପାଇଁ ପରିବାର ଲୋକ କୃତଜ୍ଞତା ଜଣାଇଛନ୍ତି। ଦୂତାବାସର ତ୍ବରିତ ପଦକ୍ଷେପ ପାଇଁ ଶ୍ରୀ ପଣ୍ଡା ଧନ୍ୟବାଦ ଜଣାଇଛନ୍ତି ।

Leave A Reply

Your email address will not be published.