ରାଇକିଆ ପାଳକ ଆସୋସିଏସନ୍ ଟ୍ରଷ୍ଟ ପକ୍ଷରୁ ୧୭ ତମ ପାଳକିୟ ବାର୍ଷିକ ସମ୍ମିଳନୀ

0 2

ଘୁ.ଉଦୟଗିରି (ଗଗନ କୁମାର ପ୍କରଧାନ): କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ବ୍ଲକ ଅଧିନସ୍ଥ କତିଙ୍ଗିଆ ପଞ୍ଚାୟତ ଅନ୍ତର୍ଗତ ମାଜୁମାହା ବାପ୍ଟିଷ୍ଟ୍ ଚର୍ଚ୍ଚରେ ରାଇକିଆ ପାଳକ ଆସୋସିଏସନ୍ ଟ୍ରଷ୍ଟ ରାଇକିଆ, କନ୍ଧମାଳର ୧୭ ତମ ପାଳକିୟ ବାର୍ଷିକ ସମ୍ମିଳନୀ ୨୦୨୨ ଅନୁଷ୍ଠିତ ହୋଇଯାଇଛି । ଏହି ବାର୍ଷିକ ସମ୍ମିଳନୀରେ  “ସୁଯୋଗର ସଦ ବ୍ୟବହାର କର କାରଣ କାଳ ମନ୍ଦ ଅଟେ” ପ୍ରସଙ୍ଗ ଥିବା ବେଳେ ମୁଖ୍ୟ ବକ୍ତା ଭାବରେ ଆଚାର୍ଯ୍ୟ ବିଶ୍ୱଜିତ୍ ଦାସ, କଟକ ଏବଂ ସମ୍ମାନିତ ଅତିଥି ଭାବେ ବିଶପ ଦିଲୀପ କୁମାର ବଳ, ଘୁ.ଉଦୟଗିରି ଯୋଗ ଦେଇଥିଲେ । ପାଳକ ସଙ୍ଗଠନର ସମ୍ପାଦକ ଆଚାର୍ଯ୍ୟ ପୁରେନ୍ଦ୍ର ଦିଗାଲଙ୍କ ନେତୃତ୍ୱରେ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିବା ସହ ସଭାପତି ଆଚାର୍ଯ୍ୟ ବିଭୂପ୍ରସାଦ ନାୟକଙ୍କ ଦ୍ବାରା ପ୍ରାର୍ଥନା କରିବା ପରେ ଆଚାର୍ଯ୍ୟ ଗୌର ଚନ୍ଦ୍ର ନାୟକ ଓ ପ୍ରଫୁଲ୍ଲ କୁମାର୍ ନାୟକଙ୍କ ନେତୃତ୍ୱରେ ସଙ୍ଗୀତ ଦଳ ଗୀତ  ମାଧ୍ୟମରେ ଉପାସନା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ପରେ ସଭାପତି ପ୍ରଥମ ଅଧିବେଶନ ପରିଚାଳନା କରିବା ପାଇଁ ଆଚାର୍ଯ୍ୟ ଦମନିକ ଦିଗାଳଙ୍କୁ ଦାୟିତ୍ଵ ଅର୍ପଣ କରିଥିଲେ । ବାଇବଲ ଲିଖିତ ବାକ୍ୟ ପଠନ ଓ ପରିବେଷଣ ପୂର୍ବରୁ ପାଳକ ଅନିଲ୍ କୁମାର୍ ଦିଗାଲ ବାକ୍ୟ ନିମନ୍ତେ ପ୍ରାର୍ଥନା କରିଥିଲେ । ପରେ ମୁଖ୍ୟ ବକ୍ତା ଆଚାର୍ଯ୍ୟ ବିଶ୍ୱଜିତ୍ ଦାସ ଈଶ୍ବରଙ୍କ ବହୁମୂଲ୍ୟ ବାକ୍ୟ ପରିବେଷଣ କରି ଉପସ୍ଥିତ ଭଦ୍ର ମଣ୍ଡଳୀଙ୍କୁ ଈଶ୍ବରଙ୍କ ନିକଟରେ ନିଜକୁ ସମର୍ପଣ କରିବା ପାଇଁ ଉପଦେଶ ଦେଇଥିଲେ । ତାଙ୍କ ବକ୍ତବ୍ୟରେ ମଣ୍ଡଳୀ ଆତ୍ମିକରେ ବୃଦ୍ଧି ସାଧିତ ସକାସେ “କାଳ ମନ୍ଦ ଅଟେ ସୁଯୋଗର ସଦବ୍ୟବହାର କର” ବିଷୟରେ ଉପସ୍ଥିତ ସମସ୍ତ ଖ୍ରୀଷ୍ଟୀୟ ବିଶ୍ବାସୀଙ୍କୁ ବାକ୍ୟକୁ ସୁନ୍ଦର ଭାବେ ବର୍ଣ୍ଣନା କରିଥିଲେ l ଶେଷରେ ଆଚାର୍ଯ୍ୟ ଦିଲୀପ ପ୍ରଧାନ ପ୍ରାର୍ଥନା କରିଥିଲେ ଏବଂ ପରେ ସମ୍ପାଦକ ଆଚାର୍ଯ୍ୟ ବିଭୂପ୍ରସାଦ ନାୟକ ପାଳକ ଆସୋସିଏସନ୍ ରାଇକିଆ କିପରି ଗଠନ ହୋଇଥିଲା ସେ ବିଷୟରେ ବିବରଣୀ ପାଠ କରିଥିଲେ l

Leave A Reply

Your email address will not be published.