ଝାରବନ୍ଧ -ମନୋହର ଦାଶ: ପଦ୍ମପୁର ଉପନିର୍ବାଚନ କୁ ଆଖି ଆଗରେ ରଖି ନିରପେକ୍ଷ ଓ ନିର୍ଭିକ କରିବା ପାଇଁ ବରଗଡ଼, ପଦ୍ମପୁର, ପାଇକମାଲ ଅବକାରୀ ଥାନା ଓ ଜିଲ୍ଲା ଭ୍ରାମ୍ୟମାଣ ଅବକାରୀ ଟିମ ମିଳିତ ଚଢ଼ଉ କରି ବେଆଇନ ଚୋରା ମଦ ଧରପକଡ କରିଛନ୍ତl
ପାଇକମାଲ ଅବକାରୀ ଥାନା ଅନ୍ତର୍ଗତ ଝାରବନ୍ଧ ବ୍ଲକ ର ଅନଗୁଳ, ବଲାଙ୍ଗୀର, ଚମରାଡିହି, ଭଣ୍ଡାରଜୁରୀ, ଜଟେଶିରା ଗୋଟିଏ ଦିନ ରେ ଅବକାରୀ ବିଭାଗ କୁ ମିଳିଛି ଚାରିଟି ସଫଳତା ବେଆଇନ ଦେଶିମଦ ପ୍ରସ୍ତୁତକାରୀ ଓ ବିକ୍ରେତା ଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ବିପୁଳ ପରିମାଣ ର ଦେଶୀ ହାତ ରନ୍ଧା ତିଆରି ମଦ ଜବତ କରିଛନ୍ତି l
ବିଭିନ୍ନ ଗ୍ରାମାଞ୍ଚଳରେ ଦେଶିମଦ ପ୍ରସ୍ତୁତ କରି ଏହାକୁ ବିକ୍ରି ହେଉଥିବା ଅବକାରୀ ବିଭାଗ ବରଗଡ଼ ଭ୍ରାମ୍ୟମାଣ ଟିମ, ରଶ୍ମିତା ଲାକ୍ରା, ପାଇକମାଲ ଅବକାରୀ ଥାନା ଅଧିକାରୀ ରାଜକୁମାର ବେହେରା ବେଶେଷ ସୂତ୍ର ରୁ ସୂଚନା ପାଇ ଏକ ସ୍କ୍ୱାଡ଼ ଟିମ ଗଠନ କରାଯାଇ ବିଭିନ୍ନ ଗ୍ରାମ କୁ ଚଢ଼ଉ କରାଯାଇଥିଲା l ସେଠାରେ ଗୋଟିଏ ପରେ ଗୋଟିଏ ଗ୍ରାମ ମାନଙ୍କୁ ଯାଇ ସର୍ବ ମୋଟ 66 ଲିଟର ମଦ ଜବତ କରାଯାଇଥିଲା l
ଗିରଫ ଅଭିଯୁକ୍ତ ମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ କରାଯାଇଛି l ଉପାନ୍ତ ଓ ଛତିଶଗଡ଼ ସୀମା ଅଞ୍ଚଳରେ ଚଢ଼ାଉ ଜୋର କରାଯିବ ବୋଲି ସୂଚନା ଦେଇଛନ୍ତି l
Sign in
Sign in
Recover your password.
A password will be e-mailed to you.