ଘୁ .ଉଦୟଗିରି(ଗଗନ କୁମାରପ୍ରଧାନ): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ.ଉଦୟଗିରି ବିଜ୍ଞାପିତ ଅଂଚଳ ପରିଷଦର ଶ୍ରୀରାମପଦା ସ୍ଥିତ ତାରେଣୀ ମନ୍ଦିର ପରିସରରୁ ଆଜି ଏକ ୧୦ ଫୁଟିଆ ଅଜଗର ସାପକୁ ଉଦ୍ଧାର କରିଛି ଘୁ.ଉଦୟଗିରି ସ୍ନେକ ହେଲ୍ପ ଲାଇନ ଟିମ । ଆଜି ଦିନ ୧୨ଟାରେ ଖବର ପାଇ ସାଗେଂ ସାଗେଂ ସ୍ନେକ ହେଲ୍ପ ଲାଇନ ଟିମ ପହଞ୍ଚିବା ସହିତ ସର୍ଚ୍ଚ ଅପରେସନ ଆରମ୍ଭ କରି ଏକ ୧୦ ଫୁଟିଆ ବିରାଟକାୟ ଅଜଗର ସାପକୁ କାବୁ କରିବାରେ ସକ୍ଷମ ହୋଇଛି । ସ୍ନେକ ହେଲ୍ପ ଲାଇନ ଟିମ ତରଫରୁ ଜଗନ୍ନାଥ ନାୟକ, ବାବୁନା ପ୍ରଧାନ, ପ୍ରବୀଣ ନାୟକ, ଜିତେନ୍ଦ୍ର କୁମାର ଦାଶ, ରାଜୀବ ଲୋଚନ ନାୟକ ପ୍ରମୁଖ ସାମିଲ ହୋଇଥିବା ବେଳେ ଉଦ୍ଧାର କରିଥିବା ସାପକୁ କଳିଗାଂ ଜଂଗଲରେ ଛଡାଯାଇଛି ବୋଲି କହିଛନ୍ତି ସ୍ନେକ ହେଲ୍ପ ଲାଇନ ଟିମ ସଦସ୍ଯ ଜଗନ୍ନାଥ ନାୟକ । ଏହି ବିରାଟ କାୟ ସାପକୁ ଦେଖି ଆଶ୍ଚର୍ୟ୍ଯ ହୋଇଛନ୍ତି ସାଧାରଣ ଜନତା ।
Sign in
Sign in
Recover your password.
A password will be e-mailed to you.
Prev Post