କାଶୀପୁର /ଟିକିରି ରୁ ବୈକୁଣ୍ଠ ଦୁରିଆ : କାଶୀପୁର ବ୍ଳକ ପୋଡାପାଡ଼ି ଗ୍ରାମରେ କାର୍ତ୍ତିକ ମାସ ପଞ୍ଚୁକ ଅବସରରେ ଶ୍ରୀ ଶ୍ରୀ ଧବଳେଶ୍ୱର ଶିବ ଙ୍କ ମନ୍ଦିରରେ ଅଷ୍ଟ ପ୍ରହର ଅଖଣ୍ଡ ନାମ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି | ଏହି କାର୍ଯ୍ୟକ୍ରମରେ ଆଖ ପାଖ ଅଞ୍ଚଳର ହଜାର ହଜାର ଶ୍ରଦ୍ଧାଳୁ ଯୋଗ ଦେଇ ମହାମନ୍ତ୍ର ଗାନ କରିବା ସହ ପ୍ରସାଦ ସେବନ କରିଥିଲେ | କାର୍ଯ୍ୟକ୍ରମକୁ ଧବଳେଶ୍ୱର ମନ୍ଦିର ପରିଚାଳନା କମିଟି ବୃନ୍ଦ ଓ ଗ୍ରାମବାସୀ ମାନେ ସହଯୋଗ କରି ସଫଳତାର ସହ ସମାପନ କରିଥିଲେ | ମୁଣ୍ଡଗାଁ ,ଟିକିରି ,ପୋଡାପାଡ଼ି ,ଚମ୍ପାଯୋଡି , ଆଦି ବହୁତ ଧୁର ଗ୍ରାମର ନାମସଂକୀର୍ତ୍ତନ ଦଳ ଏହି କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରିଥିବା ବେଳେ ପ୍ରସନ ସ୍ୱାଇଁ, ଉତ୍ତମ ଶୀଘଂ ସାମନ୍ତ, ଲବ, ଈଶ୍ୱର, ଉମାକାନ୍ତ, ବିକାଶ, ମୋହନ, ବାବୁ, ତ୍ରିନାଥ, ରଞ୍ଜନ, ମୁନା, କାଳିଆ, ଛୋଟୁ, ବାବୁଲା, ଅରୁଣ, ସନ୍ତୁ,ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ | ଚଳିତ ବର୍ଷ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ଚନ୍ଦ୍ର ଗ୍ରହଣ ପଡୁଥିବାରୁ ମନ୍ଦିରରେ ଦେବ ନୀତି ସକାଳ 5 ଘଟିକା ରୁ ବନ୍ଦ ରହିଥିଲା | ଫଳରେ ଏହି ଗ୍ରାମରେ କାର୍ତ୍ତିକ ପୂର୍ଣ୍ଣିମାରେ ଡ଼ଙ୍ଗା ଭଷାଣି ଭର 4.20ମି ଆରମ୍ଭ କରିଥିବା ଦେଖିବାକୁ ମିଳିଥିଲା |
Sign in
Sign in
Recover your password.
A password will be e-mailed to you.
Prev Post