ଖଇରା ( ବୁଲୁ ଲେଙ୍କା): ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ୍ ରେ ବ୍ଲକ୍ ସ୍ତରୀୟ ଶିଶୁମହୋତ୍ସବ ସୁରଭି ଅନୁଷ୍ଠିତ ହୋଇଯାଇଛି ଏଥିରେ ଅତିଥି ଭାବେ ଖଇରା ବ୍ଲକର ବି. ଡି.ଓ ପର୍ଶୁରାମ ପଣ୍ଡା ଯୋଗଦେଇ ଉତ୍ସବକୁ ଉଦ୍ଘାଟନ କରିଥିଲେ।ଏଥିରେ ବ୍ଲକରେ ଥିବା କ୍ଲଷ୍ଟର ରେ ପାଳିତ ହୋଇଥିବା ପ୍ରୋଗ୍ରାମ ରେ ପ୍ରଥମ ସ୍ଥାନ ଅଧିକାର କରିଥିବା ବିଭିନ୍ନ ବିଭାଗ ରେ ପିଲାମାନେ ଯୋଗ ଦେଇଥିଲେ । ପିଲାମାନେ ଯିଏ ଜଉ ବିଭାଗରୁ ଆସିଥିଲେ ସେମାନଙ୍କ ମଧ୍ୟରେ ପ୍ରତିଯୋଗିତା କରାଯାଇଥିଲା ଜଜ୍ ମାନଙ୍କ ଦ୍ଵାରା ଜିଲ୍ଲା ସ୍ତରକୁ ଯିବାପାଇଁ ପ୍ରତିଯୋଗି ଚୟନ କରାଯାଇଥିଲା ।ଉଦଯାପନୀ ଉତ୍ସବରେ ବ୍ଲକ୍ ଶିକ୍ଷାଧିକାରୀ ଶ୍ରୀଯୁକ୍ତ ଗୋଲକ୍ ବିହାରୀ ପାଢ଼ୀ ସଭାପତିତ୍ବ କରିଥିଲାବେଳେ ମୁଖ୍ୟ ଅତିଥି ଭାବରେ ପୂର୍ବତନ ବ୍ଲକ୍ ଶିକ୍ଷାଧିକାରି ଶ୍ରୀଯୁକ୍ତ ସୁଦର୍ଶନ ରାଉତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ। ସମ୍ମାନିତ ଅତିଥି ଭାବେ A B O ଶ୍ରୀଯୁକ୍ତ ଶ୍ରୀଧର ପ୍ରସାଦ ବେହେରା ,A B O ଶ୍ରୀଯୁକ୍ତ ହେମନ୍ତ କୁମାର ମିଶ୍ର ,ଅନ୍ୟତମ ଅତିଥି ଭାବେ ଶିକ୍ଷକ ସଡା ନନ ପାଣଗ୍ରାହୀ ,କୈଳାଶ ବେହେରା ,ଶଙ୍କର୍ଷଣ ଜେନା,ବସନ୍ତ ବେହେରା,ଶରତ ପଣ୍ଡା,ଲମ୍ବୋଦର ଦାସଙ୍କ ସମେତ ଶିକ୍ଷକ ସୁଶାନ୍ତ କୁମାର , ଭିନ୍ନକ୍ଷମ ବିଭାଗର ଅଧିକାରୀ ମନୋଜ ମହାପାତ୍ର ,ତପନ କୁମାର ତ୍ରପାଠୀ ପ୍ରମୁଖ ଯୋଗଦେଇଥିଲେ ।ଏଥି ସହିତ କଥା ଓ ଶୁଣି ପାରୁନଥିବା ଜଣେ ଭିନ୍ନକ୍ଷମ ଛାତ୍ରୀ ଚିତ୍ରାଙ୍କନ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ହାସଲ କରିଥିବା ବେଳେ ସଫଳ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିବା ବେଳେ ଛାତ୍ର ଛାତ୍ରୀମାନେ ପାଠ ପଢିବା ସହିତ ମନ ଭିତରେ ଥିବା ସ୍ବପ୍ନକୁ ସାକାର କରିବା ପାଇଁ ନିଷ୍ଟା ଓ ସାଧନାର ବଳରେ ସମ୍ଭବ ବୋଲି ମୁଖ୍ୟ ଅତିଥି ପ୍ରକାଶ କରିଥିଲେ
Sign in
Sign in
Recover your password.
A password will be e-mailed to you.