ଲୁଣା ଚିତ୍ରୋତ୍ପଳା ଅଂଚଳବାସୀଙ୍କ ବିକାଶ-ଉନ୍ନତି ଆରମ ଲକ୍ଷ୍ୟ : ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା

0

 ଗମନାଗମନ ସୁବିଧା ପାଇଁ ୪କୋଟି ରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟୟରେ ରାସ୍ତା କାର୍ଯ୍ୟ ପାଇଁ ଶିଳାନ୍ୟାସ କଲେ ବିଧାୟକ


ନିଶ୍ଚିନ୍ତକୋଇଲି(ଦେବେନ୍ଦ୍ର ଷଢଙ୍ଗୀ): ମାହାଙ୍ଗା ନିର୍ବାଚନ ମଣ୍ଡଳୀ ନିଶ୍ଚିନ୍ତକୋଇଲି ବ୍ଲକ ଲୁଣା ଚିତ୍ରୋତ୍ପଳା ଦ୍ୱୀପାଚଂଳ ଉନ୍ନତିରେ ଆଉ ଅଧ୍ୟାୟ ଯୋଡ଼ିହୋଇଛି ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରତାପ ଜେନାଙ୍କ ଉଦ୍ୟମରେ । ଏହି ଶିଳାନ୍ୟାସ ଉତ୍ସବରେ ବିଧାୟକ ଶ୍ରୀ ଜେନା ମୁଖ୍ୟଅତିଥି ଭାବେ ଯୋଗଦାନ କରି ଲୁଣା ଚିତ୍ରୋତ୍ପଳା ଅଂଚଳବାସୀମାନଙ୍କ ଉନ୍ନତି ପାଇଁ ସବୁବେଳେ ସବୁ ସମୟରେ ବିଜୁ ଜନତା ଦଳ ପ୍ରସ୍ତୁତ ଅଛି ବୋଲି ପ୍ରକାଶ କରିଥିଲେ , ଯେତେ ବାଧାବିଘ୍ନ ଆସିଲେ ବି ଗାଁର ଉନ୍ନତି , ଗାଁର ବିକାଶ ଆମର ଲକ୍ଷ୍ୟ ବୋଲି ବିଧାୟକ ଶ୍ରୀ ଜେନା ପ୍ରକାଶ କରିଥିଲେ । ବିଧାୟକ ଶ୍ରୀ ଜେନାଙ୍କୁ ନଗସପୁର ମେଡ଼ିକାଲ ଛକରୁ ଏକ ବିଶାଳକାୟ ବାଇକ ରାଲିଲେ ପାଛୋଟି ନିଆଯାଇଥିଲା । ପରେ ପରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ରେ କୁଳଗାଁ ଈଶାଳୋ ରୁ ଘଂଟାଳୋ ଭାୟା କୁଟିଲୋ ରାସ୍ତା ବିଭିନ୍ନ ସ୍ଥାନରେ ଫଳକ ଗୁଡ଼ିକର ଶୁଭ ଶିଳାନ୍ୟାସ କରିଥିଲେ ବିଧାୟକ ଶ୍ରୀ ଜେନା । ବାଲିଗଡ଼ା ଠାରୁ ବରହମପୁର ରାସ୍ତା ଓ ସରବରପୁର ପାତ୍ରସାହି ଠାରୁ ହରିରାଜପୁର ରାସ୍ତା ର କାର୍ଯ୍ୟ ପାଇଁ ସରବରପୁର ପାତ୍ର ସାହି ଠାରେ ଶୁଭ ଶିଳାନ୍ୟାସ, ହରିରାଜପୁର ପୁରୁଣା ବ୍ୟାଙ୍କ ଛକ ଠାରେ ଶୁଭ ଶିଳାନ୍ୟାସ , ଜମରା ଠାରୁ ଓରତି ମେଡ଼ିକାଲ ଛକ ରାସ୍ତା ଓ କେରିଲୋ ସାଇ ମନ୍ଦିର ଗଡ଼ା ଠାରୁ ଘଂଟାଳୋ ପର୍ଯ୍ୟନ୍ତ ରାସ୍ତା ର ଶୁଭ ଶିଳାନ୍ୟାସ ହୋଇଯାଇଛି । ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ରେ କୁଳଗାଁ ଈଶାଳୋ ରୁ ଘଂଟାଳୋ ଭାୟା କୁଟିଲୋ ରାସ୍ତା କାର୍ଯ୍ୟ ପାଇଁ ୪କୋଟି ୩୫ଲକ୍ଷ ରୁ ଉର୍ଦ୍ଧ୍ୱ ଟଙ୍କା ଅଟକଳ ରଖାଯାଇଛି । ଏହି ରାସ୍ତା ହେବାଦ୍ୱାରା କେରିଲୋ, ଜମରା, ଓରତି, ଝାଡ଼େଶ୍ୱରପୁର, ଦାଉଦପୁର, ତରତ ଆଦି ବହୁ ଗ୍ରାମର ଲୋକେ ଉପକୃତ ହୋଇପାରିବେ ବୋଲି ବିଧାୟକ ଶ୍ରୀ ଜେନା ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ଜେନାଙ୍କ ସହ ବ୍ଲକ ଅଧ୍ୟକ୍ଷା ରୋଜି ସେଠୀ, ବ୍ଲକ ଉପାଧ୍ୟକ୍ଷା ଅଶୋକ କୁମାର ଓଝା, ପ୍ରାକ୍ତନ ଅଧ୍ୟକ୍ଷ ଗିରିଶରଂଜନ ମହାପାତ୍ର, ବ୍ଲକ ବିଜେଡ଼ି ସଭାପତି ରମାକାନ୍ତ ମହାନ୍ତି,ଜିଲ୍ଲାପରିଷଦ ଭୂପତିଭୂଷଣ ଷଣ୍ଡ, ସମାଜସେବୀ ବ୍ରଜମୋହନ ପଣ୍ଡା, ପ୍ରମୋଦ ସ୍ୱାଇଁ,ଅନିଲ ଭୂୟାଁ, ଅଜିତ୍ ନାୟକ,ଆଶୁତୋଷ ତ୍ରିପାଠୀ.ସମିତିସଭ୍ୟ ରାଜେଶ ବେହେରା, ଯୁବ ସଂଗଠକ କ୍ଷୀରୋଦ ଷଢଙ୍ଗୀ, ଜିଲ୍ଲା ଛାତ୍ର ଉପସଭାପତି ସତ୍ୟଜିତ୍ ମହାପାତ୍ର,ବ୍ଲକ ଯୁବ ବିଜେଡ଼ି ସଭାପତି ଜ୍ଞାନରଂଜନ ରାଉତ,ଛାତ୍ର ସଭାପତି ସୁଶାନ୍ତ ନାୟକ, ଗ୍ରାମ୍ୟ ଉନ୍ନୟନ ବିଭାଗ ସହକାରୀ ଯନ୍ତ୍ରୀ ସରୋଜ କୁମାର ଗାହାଣ, କନିଷ୍ଠ ଯନ୍ତ୍ରୀ ଉର୍ମିପ୍ରିୟଦର୍ଶିନୀ ଦାସ ଯୋଗଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବହୁ ସରପଂଚ, ସମିତିସଭ୍ୟ, ବିଜୁ ଜନତା ଦଳ ଛାତ୍ର, ଯୁବ,ବରିଷ୍ଠ କର୍ମୀବୃନ୍ଦ ଏବଂ ସ୍ଥାନୀୟ ଗ୍ରାମବାସୀ ମାନେ ବହୁ ସଂଖ୍ୟାରେ ଯୋଗଦାନ କରି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.