ଭୁବନେଶ୍ୱର: ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍) ପକ୍ଷରୁ ଆୟୋଜିତ ଏକ ଆଭ୍ୟନ୍ତରୀଣ କାର୍ଯ୍ୟକ୍ରମରେ ନଭେମ୍ବର ୨୦୨୨ ମାସକୁ ଗୁଣାତ୍ମକ ମାସ ଭାବରେ ପାଳନ କରାଯିବା ପାଇଁ ଘୋଷଣା କରାଯାଇଛି । ଚଳିତ ବର୍ଷ ଗୁଣାତ୍ମକ ମାସର ବିଷୟବସ୍ତୁ ହେଉଛି “ଗୁଣାତ୍ମକ ବିବେକ’ ଯାହାକୁ ଚାର୍ଟର୍ଡ କ୍ୱାଲିଟି ଇନଷ୍ଟିଚୁୃ୍ୟଟ୍ରୁ ଗ୍ରହଣ କରାଯାଇଛି । ଏଥିରେ ଗୁଣାତ୍ମକ ପେସାଦାରଙ୍କୁ ସୁଯୋଗ ଦେବା ସହ ସଠିକ୍ କାର୍ଯ୍ୟ କରିବା ଉପରେ ଗୁରୁତ୍ୱାରୋପ କରାଯାଇଛି । ଯେଉଁଥିରେ ଏହା ପ୍ରତିଫଳିତ ହେବ ଯେ କିଭଳି ସମସ୍ତ ଅଂଶୀଦାରଙ୍କ ତରଫରୁ ସଠିକ୍ ନୈତିକ ନିଷ୍ପତି ଗ୍ରହଣ କରିବାରେ ସଂସ୍ଥାକୁ ସାହାଯ୍ୟ କରିବା ପାଇଁ କର୍ପୋରେଟ ସଂସ୍କୃତି ଗୁରୁତ୍ୱପୂର୍ଣ୍ଣ ଅଟେ ।
ଏହି ଗୁଣାତ୍ମକ ମାସ ପାଳନରେ କର୍ମଚାରୀ, କର୍ମଚାରୀଙ୍କ ପରିବାର ବର୍ଗ ଏବଂ ଗ୍ରାହକମାନଙ୍କ ମଧ୍ୟରେ ନିରନ୍ତର ଉନ୍ନତିର ଏକ ସଂସ୍କୃତି ଜାଗ୍ରତ କରିବା ଲାଗି ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଆୟୋଜନ କରିବାର ଯୋଜନା ପ୍ରସ୍ତୁତ କରାଯାଇଛି । ସଂସ୍ଥା ଭିତରେ ଆୟୋଜନ କରାଯିବାକୁ ଥିବା କାର୍ଯ୍ୟକ୍ରମଗୁଡ଼ିକରେ ସାମିଲ ରହିଛି ପୋଷ୍ଟର୍ ଡିଜାଇନ୍, କୁଇଜ୍ ଭଳି ପ୍ରତିଯୋଗିତା ଏବଂ କର୍ମଚାରୀମାନଙ୍କ ମଧ୍ୟରେ ଗୁଣାତ୍ମକ ବିବେକର.ପ୍ରସାର କରିବା ଲାଗି ସମସ୍ତ ଟିପିସିଓଡିଏଲ୍ କାର୍ଯ୍ୟାଳୟରେ ସଚେତନତା ଅଧିବେଶନର ଆୟୋଜନ । ଟିପିସିଓଡିଏଲ୍ ଟିମ୍ ସହିତ ଦୃଢ଼ ସମ୍ପର୍କ ସ୍ଥାପନକୁ ନିଶ୍ଚିତ କରିବା ଲାଗି ଆବାସିକ କଲ୍ୟାଣ ସଂଘ, ଶିଳ୍ପ ଗ୍ରାହକ ଏବଂ ଗ୍ରାମୀଣ ଗ୍ରାହକମାନଙ୍କ ସହ ବିଭିନ୍ନ ଗ୍ରାହକ ସମ୍ପର୍କ ଅଧିବେଶନ ଆୟୋଜନ କରିବାର ଯୋଜନା ରହିଛି ।
ଏହି ଅବସରରେ ମୁଖ୍ୟ ଅତିଥି ଏବଂ ପ୍ରମୁଖ ବକ୍ତା ଭାବେ କ୍ୱାଲିଟି ଫିଲ୍ଡ ଏବଂ ଟୋଟାଲ୍ କ୍ୱାଲିଟି ମ୍ୟାନେଜମେଂଟ୍ କ୍ଷେତ୍ରରେ ୫୩ରୁ ଅଧିକ ବର୍ଷର ଅଭିଜ୍ଞତା ଥିବା କ୍ୱାଲିଟି ଲିଡର୍ ଶ୍ରୀଯୁକ୍ତ ଏନ୍ ରାମନାଥନ୍ ଏବଂ ଟିପିସିଓଡିଏଲ୍ର ସିଇଓ ଶ୍ରୀଯୁକ୍ତ ଏମ୍ ସେନବାଗମ୍ ଏବଂ ସଂସ୍ଥାର ଅନ୍ୟ ବରିଷ୍ଠ ଅଧିକାରୀ ଓ କର୍ମଚାରୀମାନେ ଯୋଗ ଦେଇଥିଲେ । ସଂସ୍ଥାର ଅଭିବୃଦ୍ଧି ଓ ସଫଳତାରେ କ୍ୱାଲିଟିର ଗୁରୁତ୍ୱ ଏବଂ ନିମ୍ନ ଗୁଣାତ୍ମକ ବିବେକର ପ୍ରଭାବ ଉପରେ ଶ୍ରୀଯୁକ୍ତ ରାମନାଥନ୍ ନିଜ ମତ ଉପସ୍ଥାପନ କରିଥିଲେ ।
ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ଟିପିସିଓଡିଏଲ୍ର ବିଭିନ୍ନ ବିଭାଗ ପକ୍ଷରୁ ୨୮ଟି ଅଭିନବ ଉତ୍ପାଦ ଏବଂ ପ୍ରକ୍ର୍ରିୟା ନବସୃଜନକୁ ଉପସ୍ଥାପନ କରାଯାଇଥିବା ଦେଖିବାକୁ ମିଳିଥିଲା ।
ଟିପିସିଓଡିଏଲ୍ର ସିଇଓ ଶ୍ରୀଯୁକ୍ତ ଏମ୍ ସେନ୍ବାଗମ କହିଛନ୍ତି ଯେ, “ବାତ୍ୟା ଏବଂ ବ୍ୟାପକ ଭୌଗୋଳିକ ଅଂଚଳରେ ବ୍ୟାପ୍ତତା ଭଳି ଏଡ଼ାଇ ହୋଇପାରୁନଥିବା ଆହ୍ୱାନ ସତ୍ୱେ ଭରସାଯୋଗ୍ୟ ନେଟ୍ୱର୍କ ସ୍ଥିରତା, ଅଭିଯୋଗ ପରିଚାଳନା ଏବଂ ସାମଗ୍ରିକ ଭାବେ ବ୍ୟବସାୟ ପ୍ରକ୍ରିୟାରେ ଉନ୍ନତି ପାଇଁ ଟିପିସିଓଡିଏଲ୍ ପକ୍ଷରୁ ବିଭିନ୍ନ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଇଛି । ସେବା ପ୍ରଦାନରେ ଆଶନୁରୂପ ଗୁଣାତ୍ମକ ମାନ ହାସଲ କରିବା ଲାଗି ଆମ ବ୍ୟବସ୍ଥା ଓ ପ୍ରକ୍ରିୟାରେ ନିରନ୍ତର ଉନ୍ନତି ଆଣିବା ଉପରେ ଆମେ ଗୁରୁତ୍ୱାରୋପ କରୁଛୁ । ଏହି ମାସରେ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମଗୁଡ଼ିକ ଆମ ଟିମ୍ର ଗୁଣାତ୍ମକ ବିବେକକୁ ସୁଦୃଢ଼ କରିବାରେ ସହାୟକ ହେବ ।’’
Sign in
Sign in
Recover your password.
A password will be e-mailed to you.