ଜଗତସିଂହପୁର/ସୁମନ୍ତ କୁମାର ଦାସ: ପ୍ରଫୁଲ୍ଲ ପାଠାଗାର ସଭାଗୃହ ପରିସରରେ ଜନାର୍ଦନ ଆଚାର୍ଯ୍ୟ ମେମୋରିଆଲ ଟ୍ରଷ୍ଟ ଓ ପାଠାଗାରର ମିଳିତ ଉଦ୍ୟମରେ ଆସନ୍ତା ତା-୧୩.୧୧.୨୦୨୨ରିଖରେ ହେବାକୁ ଥିବା ବିଦ୍ୟାଳୟସ୍ତରୀୟ ଡ୍ରାମା ପ୍ରତିଯୋଗିତା ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକରେ ଡ୍ରାମା ପରିଚାଳନା ନିମନ୍ତେ ବିଭିନ୍ନ ଦିଗ ପ୍ରତି ଦୃଷ୍ଟି ଦେଇ ଅନୁଷ୍ଠାନର କର୍ମକର୍ତାମାନଙ୍କୁ ଦାୟିତ୍ୱ ବଣ୍ଟନ କରାଗଲା l ମଞ୍ଚ, ଆଲୋକ, ଶବ୍ଦ ଓ ନାଟକର ଧାରା ବିଷୟରେ ବିସ୍ତୃତ ଭାବରେ ଆଲୋଚନା କରାଯାଇଥିଲା l ଆଲୋଚନାରେ ପ୍ରଫୁଲ୍ଲ ପାଠାଗାରର ସଭାପତି ରବୀନ୍ଦ୍ର ନାଥ ତ୍ରିପାଠୀ, ସଂପାଦକ ସୁରେନ୍ଦ୍ର କୁମାର ରାୟ, ନାଟ୍ୟକାର ଡାକ୍ତର ଶରତ ଚନ୍ଦ୍ର ମହାରଣା, ବିଜୟୀ କୁମାର ପତି, ବଂଶୀଧର ଆଚାର୍ଯ୍ୟ ନାଟ୍ୟକାର ସମ୍ପଦ କୁମାର ବେହେରା, ଦୀପ୍ତି ରଂଜନ ଦାଶ ଶିକ୍ଷକ ସଜୟ କୁମାର ନାୟକ ଆଦି ଯୋଗ ଦେଇଥିଲେ l
Sign in
Sign in
Recover your password.
A password will be e-mailed to you.