ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କ ପ୍ରୟାସ କ୍ରମେ ବଡ ଗେଙ୍ଗୁଟି ଦକ୍ଷିଣ ପାର୍ଶ୍ଵ ନଦୀବନ୍ଧ ରାସ୍ତାର ଅବସ୍ଥା ସୁଧୁରିବାକୁ ଯାଉଛି

0

ଗ୍ରାମବାସୀ ମାନଙ୍କ ମହଲରେ ଆନନ୍ଦ ର ଲହରୀ : ଖୁବ ଶ୍ରିଘ୍ର କାର୍ଯ୍ୟ ସାରିବାକୁ ବିଧାୟକ ଦେଲେ ନିର୍ଦେଶ l

(ମାହାଙ୍ଗା -ଦେବେନ୍ଦ୍ର ଷଡ଼ଙ୍ଗୀ): ବୁଧବାର ପୂର୍ବାହ୍ନରେ ମାହାଙ୍ଗା ନିର୍ବାଚନ ମଣ୍ଡଳୀର ବିରୂପା ଗେଙ୍ଗୁଟି ଦ୍ବୀପାଞ୍ଚଳ ଅନ୍ତର୍ଗତ ଜୟପୁର ଠାରୁ ବାଣପୁର ପର୍ଯ୍ୟନ୍ତ ବଡ ଗେଙ୍ଗୁଟି ନଦୀବନ୍ଧର ସୁଦୃଢୀ କରଣ ପାଇଁ ଜଳସମ୍ପଦ ବିଭାଗ ସହାୟତାରେ ଶିଳାନ୍ୟାସ କାର୍ଯ୍ୟ ସମ୍ପନ୍ନ ହେବା ଦେଖିବାକୁ ମିଳିଥିଲା l ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରତାପ ଜେନା ମୁଖ୍ୟ ଅତିଥିଭାବେ ଯୋଗଦେଇ ଏହି ନଦୀବନ୍ଧ ଉନ୍ନତିକରଣ କାର୍ଯ୍ୟର ଶୁଭ ଶିଳାନ୍ୟାସ କରିଥିଲେ l ପ୍ରାୟ ୩ କୋଟି ୬୦ ଲକ୍ଷ ଟଙ୍କା ବ୍ୟୟବରାଦରେ ଆରଂଭ ହେବାକୁ ଯାଉଥିବା ଏହି ବଡ ଗେଙ୍ଗୁଟି ନଦୀବନ୍ଧ ନିର୍ମାଣ ସମ୍ପନ୍ନ ହେଲେ ଆଖପାଖ ପାଞ୍ଚଖଣ୍ଡ ପଞ୍ଚାୟତ ବାସୀ ଉପକୃତ ହୋଇପାରିବେ ବୋଲି କୁହାଯାଉଛି l ଆସନ୍ତା ଏପ୍ରିଲ ୨୦୨୩ ମସିହା ମଧ୍ୟରେ ଏହି ବନ୍ଧର ଉନ୍ନତି କରଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ବୋଲି ବିଭାଗୀୟ ସହକାରୀ ଯନ୍ତ୍ରୀ ସୂଚନା ଦେଇଛନ୍ତି l ନିର୍ମାଣକାର୍ଯ୍ୟ ପରେ ମଧୁପୁର, ବାସୁଦେବପୁର, କୋଳିଅଠା, କୁହୁଣ୍ଡା, ମୂଳବସନ୍ତ ଏବଂ କୁଣ୍ଡି ଭଳି ୫ ଟି ପଞ୍ଚାୟତର ୨୫ ହଜାରରୁ ଉର୍ଦ୍ଧ୍ଵ ଜନସାଧାରଣ ଉପକୃତ ହୋଇପାରିବେ l
ଏହିସବୁ ଅଂଚଳକୁ ବନ୍ୟା ଦାଉରୁ ସୁରକ୍ଷା ପାଇଁ ଏହି ବନ୍ଧ ଏକମାତ୍ର ବିକଳ୍ପ ବୋଲି କୁହାଯାଉଛି l ଯାତାୟାତର ସୁବିଧା ପାଇଁ ଏହି ବନ୍ଧକୁ ପିଚୁ ରାସ୍ତାରେ ପରିଣତ ପାଇଁ ଯୋଜନା ରହିଥିବାରୁ ଲୋକେ ଉପକୃତ ହୋଇପାରିବେ l ଆଜି ଏକ ବିରାଟ ପଟୁଆରରେ ବିଧାୟକ ଶ୍ରୀ ଜେନାଙ୍କୁ ହଜାର ହଜାର ଗ୍ରାମବାସୀ କୁଣ୍ଡି ମାଳିଛକ ଠାରୁ ମଧୁପୁର ପର୍ଯ୍ୟନ୍ତ ଏକ ବିରାଟ ପଟୁଆରରେ ପାଛୋଟି ନେବା ଦେଖିବାକୁ ମିଳିଥିଲା l ଆଜି ଅନୁଷ୍ଠିତ ଶିଳାନ୍ୟାସ ଉତ୍ସବରେ ଜିଲ୍ଲା ବିଜେଡି ଉପସଭାପତି ପ୍ରଶାନ୍ତ ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲେ l
ମୁଖ୍ୟ ଅତିଥିଭାବେ ବିଧାୟକ ଶ୍ରୀ ଜେନା କହିଲେ ମାହାଙ୍ଗା ଅଂଚଳର ବିକାଶ ପାଇଁ ଆମେ ସବୁବେଳେ ପ୍ରସ୍ତୁତ ଅଛୁ l ରାଜ୍ୟବାସୀଙ୍କ ସ୍ୱାର୍ଥ ପାଇଁ ବିଜେଡି ସରକାର ସବୁ ସମୟରେ ଗୁରୁତ୍ୱ ଦେଉଛନ୍ତି l
ସେ ଆହୁରି କହିଲେ ଜନସାଧାରଣଙ୍କ ସହଯୋଗ ନେଇ ମାହାଙ୍ଗାରେ ଅନେକ ବିକାଶ ମୂଳକ କାର୍ଯ୍ୟ ହୋଇଥିଲେବି ଆମକୁ ଆହୁରି ଅନେକ ଉନ୍ନତି ମୂଳକ କାର୍ଯ୍ୟକୁ ପୂର୍ଣ୍ଣାଙ୍ଗ କରିବାକୁ ପଡିବ l
ଏହି ବଡ଼ ଗେଙ୍ଗୁଟି ନଦୀବନ୍ଧକୁ ଅଧିକ ଚଉଡା ଓ ସୁଦୃଢ କରିବାକୁ ଯୋଜନା ରହିଛି ବୋଲି ଶ୍ରୀ ଜେନା କହିଥିଲେ l ଏହା ସହିତ କିପରି ଜୟପୁର ଠାରୁ ଦୋବନ୍ଦୀଆ ଦେଇ ବାଣପୁର ପର୍ଯ୍ୟନ୍ତ ୬ କିଲୋମିଟର ବ୍ୟାପୀ ରାସ୍ତାକୁ ପୂର୍ଣ୍ଣାଙ୍ଗ ପିଚୁ ସଡ଼କରେ ପରିଣତ କରିବାକୁ ହେଵ, ସେ ଦିଗରେ ଗୁରୁତ୍ୱ ଦିଆଯିବ ବୋଲି ମତ ପ୍ରକାଶ କରିବା ସହ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦେଶ ଦେଇଥିଲେ l ଏହି ଶିଳାନ୍ୟାସ ଉତ୍ସବରେ ମାହାଙ୍ଗା ପଞ୍ଚାୟତ ସମିତି ଅଧ୍ୟକ୍ଷା ଦୀପା ମଲ୍ଲିକ, ଉପାଧ୍ୟକ୍ଷ ସତ୍ୟନାରାୟଣ ମହାନ୍ତି, ଜିଲ୍ଲା ପରିଷଦ ସଭ୍ୟା ସୁସ୍ମିତା ଦାସ, ଜିଲ୍ଲା ପରିଷଦ ସଭ୍ୟ ମୁର୍ଶିଦ ରିଆଜୁଲ ହୋଦା, ବ୍ଲକ ବିଜେଡି ସଭାପତି ରାଜକିଶୋର ଜେନା, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଶରତ ନାୟକ, କୁଣ୍ଡୀ ସେବା ସମବାୟ ସମିତି ସଭାପତି ଅଖିଳେଶ ମହାନ୍ତି,ମୂଳବସନ୍ତ ସେବା ସମବାୟ ସମିତି ସଭାପତି ଦୀପକ ଦାଶ, ମଧୁପୁର ସରପଞ୍ଚ ରବୀନ୍ଦ୍ର ବାଘ,ବିଧାୟକଙ୍କ ବ୍ୟକ୍ତିଗତ ସହାୟକ ଉମା ଶଙ୍କର ବିଶ୍ୱାଳ, ଜିଲାପରିଷଦ ସଭ୍ୟ ଜଗବନ୍ଧୁ ସେଠୀ, ବିଜେଡି ଜୋନ ସଭାପତି ଦୀନବନ୍ଧୁ ସାହୁ, ସମାଜସେବୀ ଦେବ ଜ୍ୟୋତି ଦାସ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ l
ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ସରପଞ୍ଚ ଭବାନୀ ଶଙ୍କର ସାମଲ, ପନଂଗ ଭୂଷଣ ଦାସ, ସତ୍ୟଜିତ କିଶୋର ଦାସ,ପୂର୍ବତନ ସରପଞ୍ଚ ଭ୍ରମରବର ରାଉତରାୟ, ପୂର୍ବତନ ସରପଞ୍ଚ ହେମନ୍ତ ପ୍ରଧାନ,ଜିଲ୍ଲା ଯୁବ ବିଜେଡି ଉପସଭାପତି ଜୟନ୍ତ ବିଶ୍ୱାଳ,ବ୍ଲକ ମହିଳା ବିଜେଡି ସମ୍ପାଦକ ସସ୍ମିତା ମହାନ୍ତି, ପୂର୍ବତନ ସରପଞ୍ଚ ସନ୍ଧ୍ୟା ମହାନ୍ତି ଙ୍କ ସମେତ ଗ୍ରାମବାସୀ ମାନେ ଉପସ୍ଥିତ ରହିଥିଲେ l

Leave A Reply

Your email address will not be published.