ମାହାଙ୍ଗା -(ଦେବେନ୍ଦ୍ର ଷଡ଼ଙ୍ଗୀ): କୁହୁଣ୍ଡା ପଞ୍ଚାୟତ କଲ୍ୟାଣପୁର ମହାନ୍ତି ସାହିରେ ଶ୍ରୀ ଶ୍ରୀ ହରିଗୋସ୍ଵମୀ ଭାଗବତ ପ୍ରଚାର ସମିତି ଆନୁକୂଲ୍ୟରେ ଆୟୋଜିତ ବାର୍ଷିକ ଉତ୍ସବରେ ଯୋଗଦେଇଥିବା ଅତିଥିମାନେ ଜୀବନକୁ ଶୃଙ୍ଖଳ ଏବଂ ସତ୍ୟନିଷ୍ଠ କରିବା ପାଇଁ ଭାଗବତ ଅଧ୍ୟୟନ ଏକମାତ୍ର ମାର୍ଗ ବୋଲି ମତବ୍ୟକ୍ତ କରିଥିଲେ l ଶିକ୍ଷାବିତ ବାବାଜୀ ଚରଣ ମହାନ୍ତିଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସାମାଜିକକର୍ମୀ ଅଖିଳେଶ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ମଣିଷ ଜୀବନର ଅମୂଲ୍ୟ ସଂପଦ ଏକମାତ୍ର ସଂଚିତ ଧର୍ମ ବୋଲି କହିଥିଲେ l ଶିକ୍ଷାବିତ ଅଲେଖ ଚନ୍ଦ୍ର ଦାସ, ପୂର୍ବତନ ସରପଞ୍ଚ ହେମନ୍ତ ପ୍ରଧାନ, ସମାଜସେବୀ ସୁଧୀର ମହାନ୍ତି,ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ l ଭଗବତ ପ୍ରଚାର ସମିତି ଅଧ୍ୟକ୍ଷ ନଟବର ମହାନ୍ତିଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି ଉତ୍ସବରେ ବରିଷ୍ଠ ନାଗରିକ ମୂଷିବର ପଲେଇ,ପୁନାନନ୍ଦ ମହାନ୍ତି, ସୁଜୟ ବେହେରା, ଗଣେଶ ବିହାରୀ,ଭାଗ୍ୟଧର ମହାନ୍ତି, ଦୋଳଗୋବିନ୍ଦ ଦାସ,ମାଧବ ବରାଳ, ଏବଂ ଜୟଦେବ ମହାନ୍ତି ପ୍ରମୁଖ ଯୋଗଦେଇ ଭାଗବତର ମାହାତ୍ମ୍ୟ ଉପରେ ଆଲୋକପାତ କରିଥିଲେ l ପୂଜକ ରାଜେନ୍ଦ୍ର ପ୍ରସାଦ ପଣ୍ଡାଙ୍କ ଦ୍ୱାରା ଭଗବତ ପାଠ ଏବଂ ହୋମଯଜ୍ଞ କାର୍ଯ୍ୟ ସମ୍ପନ୍ନ ହୋଇଥିଲା l ସଂଗୀତକାର ରମେଶ ଚନ୍ଦ୍ର ମହାନ୍ତି ଓ ଭଜମନ ସ୍ୱାଇଁଙ୍କ ନେତୃତ୍ୱରେ ବହୁ ସଂକୀର୍ତ୍ତନ ପ୍ରେମୀ ଯୁବ କଣ୍ଠଶିଳ୍ପୀ ମାନେ ହରିନାମ ସଂକୀର୍ତ୍ତନ କରିବାସହ ଭଜନ ଜଣାଣ ଗାନ କରିଥିଲେ l ଏହି ଅବସରରେ ସର୍ବଶ୍ରୀ ନାରାୟଣ କର, କୃଷ୍ଣଚନ୍ଦ୍ର ବାରିକ, ଶୁକଦେବ ସ୍ୱାଇଁ, ମୁରଲୀଧର ବେହେରା, ଶତ୍ରୁଘନ ରାଉତ, ଦଧିବାବନ ପରିଡା, ବାବାଜୀ ଚରଣ ମହାନ୍ତି,ରତ୍ନାକର ଓଝା,ପରମାନନ୍ଦ ସ୍ୱାଇଁ ପ୍ରମୁଖଙ୍କୁ ଉତ୍ତରୀୟ, ମାନପତ୍ର, ପୁଷ୍ପଗୁଚ୍ଛ ଓ ଗୀତା ପ୍ରଦାନ କରି ସମ୍ବର୍ଦ୍ଧିତ କରାଯିବା ଦେଖିବାକୁ ମିଳିଥିଲା lଦୀର୍ଘ ପଚାଶ ବର୍ଷରୁ ଅଧିକ ସମୟ ଧରି ଭାଗବତ ପାଠ କରିଆସୁଥିବା କଲ୍ୟାଣପୁର ଗାଁ’ର ଧର୍ମପ୍ରାଣ ବ୍ୟକ୍ତି ନଟବର ମହାନ୍ତି “ହରି ଗୋସେଇଁ ଭାଗବତ ପ୍ରଚାର ସମିତି” ନାମକ ଏହି ଅନୁଷ୍ଠାନ ମାଧ୍ୟମରେ ସ୍ଥାନୀୟ ଅଂଚଳରେ ଆଧ୍ୟାତ୍ମିକ ବାତାବରଣ ଜାରୀ ରଖିବା ଭଲ ପରମ୍ପରା ବୋଲି କହିଥିଲେ l ଗାଁରେ ଭାଗବତ ପରମ୍ପରାକୁ ଉଦ୍ଜୀବିତ ରଖିବା ଦ୍ୱାରା ଯୁବପିଢୀ ସତ୍ୟାନୁରାଗୀ ଓ ଈଶ୍ୱର ବିଶ୍ୱାସୀ ହେବାକୁ ସଂକଳ୍ପ ନିଅନ୍ତୁ ବୋଲି ବକ୍ତାମାନେ ଆହ୍ୱାନ ଦେଇଥିଲେ l
ଏହି ଉତ୍ସବକୁ ପ୍ରମୋଦ କୁମାର ମହାନ୍ତି, ବସନ୍ତ କୁମାର ମହାନ୍ତି, ସଚିତ୍ର ମହାନ୍ତି, ବିଚିତ୍ର ମହାନ୍ତି,ଅକ୍ଷୟ ମହାନ୍ତି,ପ୍ରତାପ ମହାନ୍ତି,ନିତ୍ୟାନନ୍ଦ ସାମଲ, ମନୋରଞ୍ଜନ ଦାସ,ଜଗବନ୍ଧୁ ମହାନ୍ତି,ଅଜୟ ସ୍ୱାଇଁ, ପ୍ରକାଶ ମହାନ୍ତି, ନିରୋଦ ମହାନ୍ତି ଓ ବାସବ ବେହେରା ପ୍ରମୁଖ ପରିଚାଳନା କରିଥିଲେ l
Sign in
Sign in
Recover your password.
A password will be e-mailed to you.