ବର୍ଷିଆନ ସସ୍ୱାଧୀନତା ସଂଗ୍ରାମୀ ବିଶ୍ଵନାଥ ଦାସଙ୍କ ପରଲୋକ

0

ଜଗତସିଂହପୁର/ସୁମନ୍ତ କୁମାର ଦାସ:ଜଗତସିଂହପୁର ଜିଲ୍ଲାର ବର୍ଷିଆନ ସ୍ୱାଧୀନତା ସଂଗ୍ରାମୀ ଶତାୟୁ ପୁରୁଷ ବିଶ୍ଵନାଥ ଦାସଙ୍କ ୧୦୬ବର୍ଷ ବୟସରେ ପରଲୋକ ହୋଇଯାଇଛି l ଶରୀର ଅସୁସ୍ଥ ଥିବାରୁ ସେ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ କଲେଜରେ ଚିକିତ୍ସାଧୀନ ଅନୁସାରେ ଗତକାଲି ରାତ୍ର ସମୟରେ ସେ ସମ୍ବରଣ କରିଥିଲେ l ଶ୍ରୀଦାସଙ୍କ ମରଶରୀରକୁ କୁ ଵଜ ଗ୍ରାମ ବାଲିକୁଦା ବ୍ଲକ ଅନ୍ତର୍ଗତ ଅରିଲୋ ପଂଚାୟତର ଭଗବାନ ସିଣ୍ଡୋଳ ଗ୍ରାମରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା l ଶ୍ରୀ ବିଶ୍ୱନାଥ ଦାସଙ୍କ ମରଶରୀରକୁ ଜଗତସିଂହପୁର ସହରରେ ଥିବା ଅଳକାଶ୍ରମ ସ୍ମୃତି ପରିଷଦ ସ୍ୱାଧୀନତା ସଂଗ୍ରାମୀ ଭାବନ ଓ ପରେ ପରେ ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ପୌରପରିଷଦ କାର୍ଯ୍ୟାଳୟ ପରିସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା l ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟ୍ଟୱାରୀ ଜିଲ୍ଲାପରିଷଦ ସଭାପତି ଶ୍ରୀ ମନୋଜ କୁମାର ଭୋଇ, ଅତିରିକ୍ତ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସଚ୍ଚିଦାନନ୍ଦ ସାହୁ, ଉପଜିଲ୍ଲାପାଳ ଶ୍ରୀ ଧର୍ମେନ୍ଦ୍ର ମଲ୍ଲିକ, ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ସିଂ, ଜଗତସିଂହପୁର ପଂଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ କନକପ୍ରଭା ଲେଙ୍କା, ବାଲିକୁଦା ବ୍ଲକ ଅଧ୍ୟକ୍ଷ ଶ୍ରୀ ପ୍ରକାଶ ଚନ୍ଦ୍ର ପ୍ରଧାନ, ନିର୍ବାହୀ ଅଧିକାରୀ ପୌରପରିଷଦ ଶ୍ରୀ ଅଶୋକ କୁମାର କର୍ଣ୍ଣ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ କାମିନୀ ରଂଜନ ପଟ୍ଟନାୟକ, ବ୍ଲକ ଉପାଧ୍ୟକ୍ଷ ଶ୍ରୀ ରତିରଞ୍ଜନ ବେହେରା, ଶ୍ରୀ ମଧୁସୂଦନ ସାହୁ, ଶ୍ରୀ ପ୍ରିୟବ୍ରତ ମହାପାତ୍ର, ଶ୍ରୀ ବୀରନାରାୟଣ ପାତ୍ର ଏବଂ ବୁଦ୍ଧିଜୀବୀମାନେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ l ଶ୍ରୀ ଦାସଙ୍କ ମରଶରୀରକୁ ସହିତ ଉପଜିଲ୍ଲାପାଳ ଶ୍ରୀ ଧର୍ମେନ୍ଦ୍ର ମଲ୍ଲିକ, ବାଲିକୁଦା ବିଡ଼ିଓ ଶ୍ରୀ ବିଜେନ୍ଦ୍ର ନାୟକ, ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀ ପ୍ରକାଶ ଚନ୍ଦ୍ର ପ୍ରଧାନ ତାଙ୍କ ଗ୍ରାମକୁ ଯାଇଥିଲେ l ସେଠାରେ ଜଗତସିଂହପୁର ପୋଲିସ ପକ୍ଷରୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା,ତାଙ୍କର ପୁତ୍ର ଶ୍ରୀ ନରେନ୍ଦ୍ର କୁମାର ଦାସଙ୍କୁ l

Leave A Reply

Your email address will not be published.