ବିରାଟ ଶୋଭାଯାତ୍ରାରେ ରାମ ସୀତାଙ୍କ ବିବାହ ସମ୍ପନ୍ନ

0

ଭଞ୍ଜନଗର : ଭଞ୍ଜନଗର ସହର ମଧ୍ୟରେ ଥିବା ଶହେ ବର୍ଷରୁ ଉର୍ଦ୍ଧ ପୁରୁଣା ରଘୁନାଥ ମନ୍ଦିର ପରିସରରେ ପବିତ୍ର କାର୍ତ୍ତିକ ମାସ ଅବସରରେ ସତସଙ୍ଗ ଓ ରାମ ଚରିତ ମାନସ ପାରାୟଣ ଅନୁଷ୍ଠିତ ହେଉଛି। ପାରାୟଣ ଅଧ୍ୟାୟରେ ଆଜି ମର୍ଯ୍ୟଦା ପୁରୁଷ ରାମଚନ୍ଦ୍ର ଏବଂ ମାତା ସୀତାଙ୍କ ଆଜି ବିବାହ ଅଧ୍ୟାୟ ପଡୁଥିବାରୁ ଅନୁଷ୍ଠାନ ପକ୍ଷରୁ ଆଜି ରାମ ଓ ସୀତା ମାତାଙ୍କ ବିବାହ ଉତ୍ସବ ବହୁ ଧୁମ୍ଧାମରେ ଅନୁଷ୍ଠିତ ହେଇଥିଲା। ଏଥିରେ ପ୍ରଭୂ ଶ୍ରୀରାମଙ୍କ ପିତା ସହର ନିବାସୀ ଶଙ୍କର ସୁବୁଦ୍ଧି ହୋଇଥିବା ବେଳେ ମାତା ସୀତାଙ୍କ ବାପା ପକ୍ଷରୁ ପୁରୁଣା ବଜାର ସାହିର ବାବୁଜୀ ସେନାପତି ଦାୟିତ୍ବ ସମ୍ପାଦନା କରିଥିଲେ। ବିବାହର ରୀତିନୀତି ଅନୁଯାୟୀ ସମସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ସହରର ଶତାଧିକ ପୁରୁଷ ଓ ମହିଳା ଆଜି ସକାଳୁ ରଘୁନାଥ ମନ୍ଦିର ପରିସରରୁ ବରଯାତ୍ରୀରେ ବାହାରି ବିରାଟ ପଟୁଆର ସହ ସହର ପରିକ୍ରମା କରିଥିଲେ। ଏହାପରେ କନ୍ୟାପିତାଙ୍କ ଘର ସାମ୍ନାରେ ବାଟବରଣ ଅନୁଷ୍ଠିତ ହୋଇଥିବା ବେଳେ ସ୍ଥାନୀୟ ରଘୁନାଥ ମନ୍ଦିର ପ୍ରାଙ୍ଗଣରେ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଥିଲା। ଏଥିରେ ପ୍ରବଚକଙ୍କ ସମେତ ବହୁ ସାଧୁସନ୍ଥ ଓ ବ୍ରାହ୍ମଣ ମାନେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ସମ୍ପାଦନା କରିଥିଲେ। ଏହି ଅବସରରେ ଆୟୋଜିତ ପ୍ରସାଦ ସେବନ କାର୍ଯ୍ୟକ୍ରମରେ ହଜାର ହଜାର ଶ୍ରଦ୍ଧାଳୁ ସାମିଲ ହୋଇଥିଲେ।

Leave A Reply

Your email address will not be published.