ଭଦ୍ରକ : (ସତ୍ୟବ୍ରତ ନାୟକ) ଉପନିର୍ବାଚନ ପାଇଁ ସରିଲା ପ୍ରଚାର। ଶେଷ ଦିନରେ କମ୍ପିଲା ଧାମନଗର। ନଭେମ୍ବର୩ରେ ମତଦାନ କରିବେ ଭୋଟର । ମଙ୍ଗଳବାର ଶେଷ ଦିନରେ ସମସ୍ତ ଦଳ ନିଜ କଳବଳ ଓ କୌଶଳ ମୈଦାନରେ ଶକ୍ତି ପ୍ରଦର୍ଶନ କରିଛନ୍ତି। କଂଗ୍ରେସ ପ୍ରାର୍ଥୀ ବାବା ହରେକୃଷ୍ଣ ସେଠିଙ୍କ ପାଇଁ କଂଗ୍ରେସ ମଙ୍ଗଳବାର ଜୋରଦାର ପ୍ରଚାର କରିଛି। ପିସିସି ସଭାପତି ଶରତ ପଟନାୟକ, ଏଆଇସିସିର ସମ୍ପାଦକ ରୁଦ୍ର ରାଜୁ, ବିଧାୟକ ସୁର ରାଉତରାୟ ଙ୍କ ସହିତ ବହୁ ହେଭିୱେଟ ନେତା ପ୍ରଚାର କରିଛନ୍ତି। ଶେଷ ଦିନରେ ଡାକ୍ତରଖାନା ଛକରୁ ବାଇକ ଶୋଭାଯାତ୍ର ଆରମ୍ଭ ହୋଇ ଧାମନଗର ଏନଏସିର ୧୧ ଟି ୱାର୍ଡରେ ପ୍ରଚାର କରିଯାଇଥିଲା ।ଏହି ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ନିଜ ସପକ୍ଷରେ ଭୋଟରଙ୍କୁ ରଖିବା ସହ ନିଜର ଭୋଟ ସଂଖ୍ୟା ବଢାଇବା ଓ ଜିତିବା ନେଇ ବେଶ ଆଶାବାଦୀ ଥିବା କହିଛନ୍ତି । ଅନ୍ୟପଟେ ବିଜେଡି ମଧ୍ୟ ସେଠାରେ ନିଜ ଆସନ ଅଧିକାର ପାଇଁ ଜୋର ସୋର ପ୍ରଚାର କରିଛି। ଦଳର ହେଭିୱେଟ୍ ନେତା ତଥା ରାଜ୍ୟସଭା ସାଂସଦ ସୁଲତା ଦେଓ ପ୍ରଚାର କରିଥିବା ଦେଖିବାକୁ ମିଳିଛି। ସେହିପରି ପ୍ରାର୍ଥୀ ଅବନ୍ତିଙ୍କ ପାଇଁ ଓଡ଼ିଆ ଅଭିନେତ୍ରୀ ତଥା ଷ୍ଟାର କ୍ୟାମ୍ପନର ବର୍ଷା ପ୍ରିୟଦର୍ଶନି ମଧ୍ୟ ପ୍ରଚାର କରିଛନ୍ତି।ଏଥିରେ ବିଜେପି ମଧ୍ୟ ପଛରେ ପଡ଼ିନି। ଦଳ ତାର ହେଭି ୱେଟ୍ ନେତା ପ୍ରତାପ ଷଡ଼ଙ୍ଗୀ ଓ ଷ୍ଟାର କ୍ୟାମ୍ପନର ଅଭିନେତ୍ରୀ ପିଙ୍କି ପ୍ରଧାନ ମାଧ୍ୟମରେ ପ୍ରଚାର କରିଥିଲା। ପ୍ରାର୍ଥୀ ସୁରଜ ସୂର୍ଯ୍ୟବଂଶୀଙ୍କ ପାଇଁ ନେତାମାନେ ଭୋଟ୍ ଭିକ୍ଷା କରିଥିଲେ।
Sign in
Sign in
Recover your password.
A password will be e-mailed to you.