ଭ୍ରାମ୍ୟମାଣ କୃପାଳୁ ଶିଶୁ ସାହିତ୍ୟ ଆସରରେ “ଆମ ଭାଷା ଓ ସାହିତ୍ୟ” ଆଲୋଚନା

0 2

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ବାଳ ମୁକୁନ୍ଦ କେନ୍ଦ୍ର ଉପସ୍ଥାପନା କରିଥିବା ଭ୍ରାମ୍ୟମାଣ କୃପାଳୁ ଶିଶୁ ସାହିତ୍ୟ ଆସର ସ୍ଥାନୀୟ କଟିକା ଗୌଡ଼ ସାହି ନିବାସୀ ଅଧ୍ୟାପିକା ନଳନୀ କୁମାରୀ ସାବତଙ୍କ ଗୃହରେ ଅନୁଷ୍ଠିତ ହୋଇଥିଲା।
ଏଥିରେ ସେହି ଅଞ୍ଚଳର ଶିଶୁ ଏବଂ କେନ୍ଦ୍ରର ଶିଶୁମାନେ ଯୋଗଦେଇ ଓଡ଼ିଆ ବର୍ଣ୍ଣମାଳା , ପଦ , ଯୁକ୍ତାକ୍ଷର , ବାକ୍ୟ ଓ ରଚନା ଗଠନ କିଭଳି ତିଆରି ହେବ ଅତି ସହଜରେ ଅଧ୍ୟାପିକା ବୁଝାଇବା ପରେ “ଆମ ଭାଷା ଓ ସାହିତ୍ୟ” ସମ୍ପର୍କରେ ଆଲୋଚନାରେ ଭାଗନେଇଥିଲେ।
ପରବର୍ତ୍ତୀ କାର୍ଯ୍ୟକ୍ରମରେ ଶିଶୁମାନେ ଓଡ଼ିଆ ଦେଶାତ୍ମକ ଗୀତ ଏବଂ ଗାଈର କାହାଣୀ କହିଥିଲେ। ସମସ୍ତ କାର୍ଯ୍ୟକ୍ରମକୁ କେନ୍ଦ୍ର ସଂଯୋଜକ ନିତ୍ୟାନନ୍ଦ ଚୌଧୁରୀ ପରିଚାଳନା କରିବା ସହ ଆମ ଓଡ଼ିଆ ଭାଷା , ସାହିତ୍ୟ , ସଂସ୍କୃତି ଓ ପରମ୍ପରା ବିଷୟରେ ଜାଣି ନିଜର ଶୈକ୍ଷିକ ଉନ୍ନତି କରିବା ପାଇଁ ପିଲାମାନଙ୍କୁ ପରାମର୍ଶ ଦେଇଥିଲେ।

Leave A Reply

Your email address will not be published.